ହେଡଲାଇନସ୍:

ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ଦାଶଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ରସିକରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ଦାଶ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। 

ସେ ରସିକରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ଧରି ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। 

ଏହି ଅବସରରେ ବିଦ୍ୟାଳୟ ପରିସରରେ ଶ୍ରୀ ଦାଶଙ୍କୁ  ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। 

ବିଦ୍ୟାଳୟର ନୂତନ ପ୍ରଧାନଶିକ୍ଷକ ଡିଲେଶ୍ଵର ରାଓ ଶ୍ରୀ ଦାସଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। 

ସମ୍ବର୍ଦ୍ଧନା ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ସୁନିତା ପଟ୍ଟନାୟକ , ସୁଷମା ପାଣିଗ୍ରାହୀ , ନିତ୍ୟାନନ୍ଦ ଚୌଧୁରୀ ,  ଜୋଛନା ଚଣ୍ଡୀଆ , ତୁଳସୀ ବେହେରା , ଇଶ୍ଵର ରାଓ , ଅଭିମନ୍ୟୁ ପାଶୁବୁ ରେଡ୍ଡୀଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। 

ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାସ୍କ ପରିଧାନ କରି କୋଭିଡ୍-୧୯ ନିୟମ ମାନି ସୀମିତ  କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ହୋଇଥିଲା।

0
0
0
s2sdefault