ହେଡଲାଇନସ୍:

କେମିତି ବଞ୍ଚିବେ ଲୋକ :ସଂକ୍ରମିତ ଙ୍କର ଗାଁରେ ନଳକୂପ ଅଚଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ର କଲୋନୀ ପଡା ବର୍ତ୍ତମାନ କୋରୋନା ର ଗଡ଼ ପାଲଟିଛି । କେବଳ ଏହି ପଡାରେ ଚାଳିଶ ରୁ ଉର୍ଦ୍ବ ସଂକ୍ରମିତ ବର୍ତ୍ତମାନ ଗୃହ ସଂଗରୋଧ ରେ ଅଛନ୍ତି । ଗତକାଲି ସ୍ଥାନୀୟ ପ୍ରଶାସନ ଏହି ପଡାକୁ କଣ୍ଟେନମେଣ୍ଟ ଯୋନ ଭାବରେ ଘୋଷଣା ମଧ୍ୟ କରି ସାରିଛି । ଯାହାଫଳରେ ଲୋକଙ୍କ ଦୈନନ୍ଦିନ କାର୍ଯକଳାପ ଉପରେ ଏକ ପ୍ରକାର ରୋକ ଲାଗିଯାଇଛି । ଏହି ପଡା ର ଲୋକମାନେ ମୁଖ୍ୟତଃ ଜଙ୍ଗଲରୁ ବନ୍ୟାଜାତ ଦ୍ରବ୍ୟ ସଂଗ୍ରହ କରିବା ସହିତ ବାଉଁଶ ତିଆରି ଜିନିଷ ବିକ୍ରିକରି ନିଜର ପରିବାର ପୋଷଣ କରିଥାନ୍ତି । ପଡାରେ ଏତେ ସଂଖ୍ୟାରେ ଲୋକ ସଂକ୍ରମିତ ହେବ ଫଳରେ ବର୍ତ୍ତମାନ ପଡାବସି ଭୟଭୀତ ଥିବା ବେଳେ ସ୍ଥାନୀୟ ପ୍ରଶାସନ ପାଇଁ ମୁଣ୍ଡବ୍ୟଥା ର କାରଣ ପାଲଟିଛି । 

     ଲୋକଙ୍କର ବ୍ୟବହାର ପାଇଁ ଏହି ପଡାରେ ଗୋଟେ ଏବଂ ଏଠାରେ ଥିବା ଅଙ୍ଗନବାଡ଼ି ସେଣ୍ଟର ରେ ଗୋଟେ ନଳକୂପ ରହିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ବହୁ ଦିନ ହେଇଗଲା ପଡାବାସୀ ବ୍ୟବହାର କରୁଥିବା ନଳକୂପ ଟି ଅଚଳ ହୋଇ ପଡିଛି । ବିଭାଗ ତରଫରୁ ଏହି ନଳକୂପ କୁ ଅଚଳ ଘୋଷଣା କରାଯାଇଥିଲେ ସୁଦ୍ଧା ଆଜି ପର୍ଯନ୍ତ  ନଳକୂପର କୋଣସି ବିକଳ୍ପ ବ୍ୟବସ୍ଥା କରାଯାଇ ନାହିଁ । ବର୍ତ୍ତମାନ ପ୍ରବଳ ଖରା ସହିତ ପଡାବାସୀ ଭୋଗୁଥିବା ଦୁର୍ଦିନରେ ସ୍ୱଚ୍ଛ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକ । ଅଙ୍ଗନବାଡ଼ି ସେଣ୍ଟର ରେ ଥିବା ଏକମାତ୍ର ନଳକୂପ ଯଦିଓ କିଛି ପରିମାଣରେ ଜଳର ଚାହିଦା ପୂରଣ କରୁଛି କିନ୍ତୁ ଏଥିରେ ଲୋକଙ୍କର ଅନେକ ଅସୁବିଧା ହେଉଛି । ଏହି ପଡ଼ାରେ ପଞ୍ଚସ୍ତରୀରୁ ଉର୍ଦ୍ବ ପରିବାର ର ବର୍ତ୍ତମାନ ପ୍ରାୟ ଦୁଇଶହ ଲୋକ ରହୁଛନ୍ତି । ପଂଚାୟତ ତଥା ସ୍ଥାନୀୟ ପ୍ରଶାସନ କୁ ବାରମ୍ବାର ଅନୁରୋଧ କରି ଅସଫଳ ହୋଇଛନ୍ତି ଏହି ପଡାର ଲୋକ । କୋଣସି ଉପାୟ ନ ପାଇ ଯଦିଓ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବିଶ୍ୱନାଥ ବାଗ ନିଜସ୍ୱ ଉଦ୍ୟମ ରେ ପଡାବାସୀଙ୍କୁ ଏକ ଟେଙ୍କର ସାହାଯ୍ୟରେ ପାଣି ଯୋଗେଇବାର ବ୍ୟବସ୍ଥ କରିଛନ୍ତି ତଥାଫି ପ୍ରଶାସନ ଏହି ବିଷୟକୁ ଗୁରୁତର ବିଷୟ ଭାବରେ ଧ୍ୟାନ ଦେଇ ତୁରନ୍ତ ଏକ ନଳକୂପ ଖନନ କରିବାର ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ଲୋକେ ବଞ୍ଚିବେ କେମିତି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବାଗ ।

0
0
0
s2sdefault