ହେଡଲାଇନସ୍:

କରୋନା ମହାମାରୀ ସମୟରେ ମଣିଷପଣିଆ ଦେଖାଇଲେ ମହିଳା ମହାସଂଘର ସଦସ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) କୋରୋନା କାଳରେ ମାନବିକତା ଦେଖାଇଲେ ମହିଳାଳା ସଂଘ। ସ୍ୱାମୀଙ୍କ ମୃତ୍ୟୁ ପରେ ଦଶାହ କାର୍ଯ୍ୟ କରିବା ପାଇଁ କାଣିକଉଢି ଟିଏ ନଥିବା ଜଣେ ଅସହାୟ ମହିଳାଙ୍କୁ ଗାଁ ମହିଳାସଂଘ ପକ୍ଷରୁ ଗାଁସାରା ବୁଲିବୁଲି ଜଣଙ୍କ ପିଛା ଅଧା କେଜି ଚାଉଳ ଓ ୧୦ଟଙ୍କା ଲେଖାଏଁ ଚାନ୍ଦା କରି ଅସହାୟ ମହିଳାଙ୍କୁ ପ୍ରଦାନ କରାଯାଇଛି । ରେଢାଖୋଲ ଏନଏସିର 2 ନମ୍ବର ୱାର୍ଡର ସୁଣ୍ଡିମୁଣ୍ଡା ଗାଁରେ ।

ସୂଚନା ଯୋଗ୍ୟ ଗତ ୧୨ ତାରିଖ ରାତ୍ରୀରେ ଶୁଣ୍ଢିମୁଣ୍ଡା ଗ୍ରାମ ହରିଜନ ସାହିର ଶବର ରାଜହଂସ (୬୫) ଙ୍କ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ସ୍ତ୍ରୀ ବାସନ୍ତୀ ରାଜହଂସ ୧୩ ତାରିଖ ସକାଳୁ ଶବ ସତ୍କାର ପାଇଁ ସାହି ପଡିଶାରେ ଜଣାଇ ଥିଲେ । କିନ୍ତୁ ମହାମାରୀ କରୋନା ଭୟରେ କେହି ଆସି ନ ଥିଲେ । ରେଢ଼ାଖୋଲ ପ୍ରଶାସନ ସୂଚନା ପାଇ ସେଠାକୁ ଯାଇ ରାତ୍ରୀ ୧୦ ଟା ବେଳେ ଶବ ସତ୍କାର କରିଥିଲା । ତାଙ୍କ ଏକ ମାତ୍ର ପୁତ୍ର ସୁଦୂର ତାମିଲନାଡୁରେ ଦାଦନ ଖଟିବାକୁ ଯାଇଛି ହେଲେ ସେ ଲକ୍ ଡାଉନ୍ କାରଣରୁ ଗାଁ କୁ ଆସିପାରି ନାହିଁ । ସ୍ତ୍ରୀ ଶୁଦ୍ଧିକ୍ରିୟା ସହଯୋଗ ପାଇଁ ଏନ୍ ଏ ସି ଅଧିକାରୀଙ୍କୁ ଜଣାଇଲେ ହେଲେ ଶବ ସତ୍କାର ପ୍ରଶାସନ ତରଫରୁ କରାଯାଇଥିବାରୁ ଶୁଦ୍ଧିକ୍ରିୟା ପାଇଁ କୌଣସି ସହଯୋଗ କରିବା ପାଇଁ ମନା କରି ଦେଇଥିଲେ ଏବାବଦରେ ୱାର୍ଡ ଅଫିସର ଧିରେନ ପ୍ରଧାନଙ୍କୁ ଜଣାଇବାରୁ ସେ ଶୁଣ୍ଢିମୁଣ୍ଡା ମହିଳା ମହାସଂଘକୁ ଜଣାଇଥିଲେ । ଲକ୍ଷ୍ମୀ ନାରାୟଣ ମହିଳା ମହାସଂଘର ସଦସ୍ୟା ମାନେ ସହଯୋଗର ହାତ ବଢାଇ ଘର ଘର ବୁଲି ୫୦ କିଲୋ ଚାଉଳ ଓ ୧୦୦୦ ଟଙ୍କା ସହାୟତା ରାଶି ଦେଇଥିଲେ । ଲକ୍ଷ୍ମୀ ନାରାୟଣ ମହିଳା ମହାସଂଘର ସଭାପତି ମିନା କଲତା, ସମ୍ପାଦକ ଅନିତା ରାଉତ, ଅନିତା ପଟ୍ଟନାୟକ, ମମତା ପୋଢ଼, ସଭାଗିନି ନାୟକ,ପଦ୍ମିନୀ ନାୟକ, ଝରଣା ସ୍ବାଇଁ , ସୁଶୀଳାମହାକୁଡ଼ , ଜୁଗସିନି ପୋଢ ,ରାଇବାରି ରାଉତ ,କନକଲତା ରାଉତ , ଝୁନିତାହଂସ , ସୁଶୀଳା କଳତା , ହେମା ଦୀପ ,ସ୍ୱରସତି ଦୀପ, ଦୀପ୍ତି ମହାନନ୍ଦ ଶାନ୍ତି ନାଏକ ,ବିଜୁଳି ନାଏକ ,ପ୍ରଭାତୀ ନାଏକ ,ତପିଶା ମହାନନ୍ଦ,ଅଞ୍ଜେଇ ନାଗ,ସୁଚିତ୍ରା ସୁନାଙ୍କ ସହିତ ଅନ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ ।

0
0
0
s2sdefault