ହେଡଲାଇନସ୍:

ମଦ ବ୍ୟବସାୟୀଙ୍କ ଉପରୁ ଫି ଛାଡ଼ ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆସନ୍ତାକାଲି ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଭାବେ ଘଣ୍ଟିକିଆ ଧାରଣା ଦେବେ ମହିଳା,ଯୁବ ଓ ଛାତ୍ର କଂଗ୍ରେସ ନେତୃବୃନ୍ଦ

Congress Latest News and Updates

ଭୁବନେଶ୍ୱର-ଗତ ଦୁଇଦିନ ତଳେ ରାଜ୍ୟ ସରକାର କ୍ୟାବିନେଟ ବୈଠକରେ ମଦ ବ୍ୟବସାୟୀଙ୍କ ଉପରୁ ଜୁନ ୨୦୨୦ ଠାରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଫି ଛାଡ଼ କରିବା ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ସାରା ରାଜ୍ୟରେ ବହୁ ସ୍ବଳ୍ପ, ନିମ୍ନ ଆୟକାରୀ ବ୍ୟବସାୟୀମାନେ ବ୍ୟବସାୟ ପ୍ରତିଷ୍ଠାନ କରିଥିଲେ ବି ସଂପୃକ୍ତ ବ୍ୟକ୍ତିବିଶେଷ ମାନଙ୍କର ଲାଇସେନ୍ସ ଫି ରାଜ୍ୟ ସରକାର ଛାଡ଼ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ସେହିପରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ଏବଂ ରନ୍ଧନଗ୍ୟାସ, ପେଟ୍ରୋଲ ଓ ଡିଜେଲ ଉପରେ ମାତ୍ରାଧିକ ଭାଟ ଲଗାଇବା ଦ୍ଵାରା ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି । କଂଗ୍ରେସ ଦଳ ଏହାକୁ ଦୃଢ଼ ବିରୋଧ କରୁଛି।ତେଣୁ ରାଜ୍ୟ ସରକାର ଯଥାଶୀଘ୍ର ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଉପରେ ବର୍ଦ୍ଧିତ ଭାଟକୁ କମ କରି ଖାଦ୍ୟ ପଦାର୍ଥର ଦରଦାମରକୁ ନିୟନ୍ତ୍ରଣ କରିବା  ଏବଂ  ମହାମାରୀ ସମୟରେ ଗରୀବ, ନିମ୍ନ ରୋଜଗାରକାରୀ, ଶ୍ରମିକ ଓ ମଧ୍ୟବିତଙ୍କୁ ଅହେତୁକ ଦରଦାମ ବୃଦ୍ଧି ଜନିତ ଖର୍ଚ୍ଚାନ୍ତରୁ ରକ୍ଷା କରିବା ଦାବିରେ ରାଜ୍ୟର ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

   ଏହି ପରିପ୍ରେକ୍ଷୀରେ ରାଜ୍ୟ ମହିଳା , ଯୁବ ଓ ଛାତ୍ର କଂଗ୍ରେସର ସଭାପତିମାନେ ସେମାନଙ୍କର ଜିଲ୍ଲା ସଭାପତିଙ୍କୁ ଆସନ୍ତା କାଲି ମେ ୨୪ ତାରିଖ ସୋମବାର ପ୍ରତି ଜିଲ୍ଲା ସ୍ତରରେ ମିଳିତ ଭାବେ ଘଂଟିକିଆ ଧାରଣା ଓ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।ଏହି କାର୍ଯ୍ୟକ୍ରମକୁ ସୂଚାରୂରୂପେ ସମନ୍ଵୟର ସହ  ସଂପୂର୍ଣ୍ଣ କୋଭିଡ ନିୟମକୁ ଅନୁପାଳନ କରି ସଫଳ କରିବାକୁ ସେ ଅବଗତ କରିଅଛନ୍ତି। ଛାମୁଆ ସଂଗଠନ ମୁଖ୍ୟମାନଙ୍କୁ ସଂପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲା କଂଗ୍ରେସ ସଭାପତି ବନ୍ଧୁମାନଙ୍କୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।

0
0
0
s2sdefault