ହେଡଲାଇନସ୍:

ସୁସ୍ଥ ହୋଇ ଫେରିବା ପରେ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ପ୍ରତାପ ଜେନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ): କରୋନାରେ ଆକ୍ରାନ୍ତ ହୋଇ ୧୮ଦିନର ଚିକିତ୍ସାପରେ ସୁସ୍ଥ ହୋଇ ଫେରିଛନ୍ତି ପଞ୍ଚାୟତିରାଜ, ନଗର ଉନ୍ନୟନ-ଗୃହ ନିର୍ମାଣ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା | ସେ ଆଜି ସୁସ୍ଥ ହୋଇ ଫେରିବା ପରେ ସମସ୍ତଂଙ୍କୁ ଜଣାଇଛନ୍ତି କୃତଜ୍ଞତା | 

ସେ ଟୁଇଟ କରି ଆଜି ଉଲ୍ଲେଖ କରିଛନ୍ତି " ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡିଶାର ଜନସାଧାରଣଙ୍କ ଶୁଭେଚ୍ଛା ରୁ ଆଜି ୧୮ ଦିନ COVID19 ଚିକିତ୍ସ୍ୟା ପରେ ଘରକୁ ଫେରିଲି । ମୋ ନିର୍ବାଚନମଣ୍ଡଳୀ ମାହାଙ୍ଗା ର ଜନସାଧାରଣଙ୍କୁ ମୋ କୃତଜ୍ଞତା ଜଣେଇବା ସହ ପ୍ରଭୁ ଜଗନ୍ନାଥଙ୍କ ପାଖରେ ସମସ୍ତଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।  ଏହା ସହ SUM ହସ୍ପିଟାଲ ର ପ୍ରତିଷ୍ଠାତା ଶ୍ରୀ ମନୋଜ ନାୟକ, ଡ଼. ପ୍ରଦୀପ୍ତ ପାତ୍ର ଓ ହସ୍ପିଟାଲ ର ସମସ୍ତ କର୍ମକର୍ତା କୁଁ ମୋର କୃତଜ୍ଞତା ଜଣାଉଛି । ଓଡିଶା ର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗେଇବାରେ SUM ହସ୍ପିଟାଲ ଗୁରୁତ୍ୱପୂର୍ଣ ଭୂମିକା ତୁଳାଉଛି ।   ମୋର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ପ୍ରକଟ କରିଥିବାରୁ  ମହାମହିମ ରାଜ୍ୟପାଳ ଶ୍ରୀ ଗଣେସି ଲାଲ ମହୋଦୟଙ୍କୁ ତାଙ୍କ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଉଛି ।  ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୋର ସ୍ୱାସ୍ଥ୍ୟ ବିଷୟରେ ବାରମ୍ବାର ଚିନ୍ତା ପ୍ରକଟ କରି ବୁଝିବା ସହ ଶୁଭେଚ୍ଛା ଜଣାଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି । ଓଡିଶା ର ଜନସାଧାରଣଙ୍କୁ COVID19 ମହାମାରୀ ସମୟରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗେଇବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଶକ୍ଷମ ହୋଇଛି । ଓଡିଶା, ଦେଶ ର ସବୁ ରାଜ୍ୟକୁ ଅମ୍ଳଜାନ ଯୋଗେଇବାରେ ଗୁରୁତ୍ୱପୂର୍ଣ ଭୂମିକା ନେଇଛି । ଦେଶବାସୀ ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ଚିର କୃତଜ୍ଞ ସହ ଧନ୍ୟବାଦ ଜଣାଉଛୁ ।"  

0
0
0
s2sdefault