ସୋହେଲା, (ଶାସକପ୍ରଶାସକ)-ମହାମାରୀ କରୋନାର ମୁକାବିଲା ପାଇଁ ବରଗଡ ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ କୋଭିଡ ସଚେତନତା ରଥ ବାହାରିଛି । ଗତକାଲି ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ଶ୍ରୀ ସଂଜୟ କୁମାର ସାହୁ ଏହି ରଥକୁ ଉଦଘାଟନ କରିଥିଲେ । ଆଜି ଏହି ରଥ ସୋହେଲା କୋର୍ଟ ପରିସରରେ ପହଂଚିବା ପରେ ତାଲୁକ ଆଇନ ସେବା ସଂସ୍ଥାର ଅଧ୍ୟକ୍ଷ ତଥା ଜେଏମଏଫସି ଶ୍ରୀ ଶିଶିର କୁମାର ସାହୁ ଓ ସହକାରୀ ସେସନ୍ସ ଜଜ ଅମିତ ସ୍ୱରୂପ ସେଠ ଏହି ରଥକୁ ସ୍ୱାଗତ କରିଥିଲେ । ବରଗଡ ଜିଲାର ବିଭିନ୍ନ ଅଂଚଳକୁ ଏହି ରଥ ଯାଇ କରୋନା ଦାଉରୁ କିପରି ଲୋକେ ରକ୍ଷା ପାଇ ପାରିବେ ସେଥିପାଇଁ ଡାକବାଜି ଯନ୍ତ୍ରରେ ସଚେତନତା କରାଯାଉଛି । ଅଂଚଳର ବଦାନ୍ୟ ବ୍ୟକ୍ତି ପ୍ରଦାନ କରିଥିବା ମାସ୍କ,ସାବୁନ ଓ ବିସ୍କୁଟକୁ ନେଇ ଏହି ରଥ ଆଜି ସୋହେଲା,ମେଲଛାମୁଂଡା ଓ ବିଜେପୁର ଥାନାର ବିଭିନ୍ନ ଗ୍ରାମକୁ ଯାଇ ଜନସାଧାରଣଙ୍କୁ ଏହା ବଂଟନ କରିଥିଲେ । ମାସ୍କ ବ୍ୟବହାର କରିବା,ବାରମ୍ବାର ସାବୁନରେ ହାତ ଧୋଇବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ସହିତ ଅନ୍ୟାନ୍ୟ କୋଭିଡ ନିୟମକୁ ଅନୁପାଳନ କରିବା ପାଇଁ ତାଲୁକ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଶିଶିର କୁମାର ସାହୁ ଅଂଚଳର ଜନସାଧାରଣଙ୍କୁ ବାର୍ତା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସରକାରୀ ଓକିଲ ଅଶୋକ କୁମାର ବାରିକ,ଆଡଭୋକେଟ କ୍ଷମାନିଧି ନାୟକ,ଷ୍ଟେନୋ ଶିଶିର ସାହୁ ତଥା କୋର୍ଟ ବାବୁ ଜତିଲାଲ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ଗଡିଲା କୋଭିଡ ସଚେତନତା ରଥ
- Hits: 709