ହେଡଲାଇନସ୍:

ବାତ୍ୟା ମୁକାବିଲା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏସ୍‍ଓପି ଜାରି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଭାବିତ ଆଶଙ୍କା ଥିବା ପୌରାଞ୍ଚଳକୁ ସତର୍କ ରହିବାକୁ ନିର୍ଦ୍ଦେଶ 

ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପର ପ୍ରଭାବ ଆସନ୍ତା ୨୪ତାରିଖରୁ ଓଡିଶାରେ ପଡିବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସ୍‍ଓପି) ପ୍ରସ୍ତୁତ ସହିତ ୧୨ ଜିଲ୍ଲାର ୫୬ଟି ପୌରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ଏହା ପଠାଇ ଦିଆଯାଇଛି । ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‍ ନାୟକ ବିଭିନ୍ନ ପୌର କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖିଛନ୍ତି ।

ଜାରି ଏସ୍‍ଓପିରେ କୁହାଯାଇଛି ଯେ ବତ୍ୟା ସମୟରେ ଲୋକଙ୍କ ରହଣି ପାଇଁ ବିକଳ୍ପ ଆଶୟସ୍ଥଳର ଅନୁଧ୍ୟାନ ସହିତ ତାହା ଚୂଡାନ୍ତ କରିବାକୁ କୁହାଯାଇଛି । ଏଥି ସହିତ ଲୋକଙ୍କୁ ଯେଭଳି ଠିକଣା ସମୟରେ ସ୍ଥାନାନ୍ତର କରାଯାଇପାରିବ ଏବଂ ସେମାନଙ୍କ ପାଇଁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଯଥା ଛତୁଆ, ବିସ୍କୁଟ ସହିତ ପାନୀୟଜଳ ଓ ବିକଳ୍ପ ବିଦୁ୍ୟତ୍‍ ବ୍ୟବସ୍ଥା ଲାଗି ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ବୃଦ୍ଧ, ଶାରୀରିକ ଓ ମାନସିକ ଅକ୍ଷମ, ଗର୍ଭବତୀ ଓ ସ୍ତନ୍ୟପାନ କରୁଥିବା ମହିଳା, ଶିଶୁ ଏବଂ ନବଜାତଙ୍କ ସ୍ୱତନ୍ତ୍ର ଯତ୍ନ ନେବା ସହିତ ଆଶୁ ଚିକିତ୍ସା ବାକ୍ସ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି ।

ଆଶ୍ରୟସ୍ଥଳଗୁଡିକରେ ସାନିଟେସନ ଏବଂ ହାତ ସଫା ବ୍ୟବସ୍ଥା ନିଶ୍ଚିତ ରହିବ । ଶୌଚାଳୟ ସଫେଇ ପାଇଁ ଦୁଇଦିନ ସକାଶେ ଅତିରିକ୍ତ ସଫେଇ କର୍ମଚାରୀ ମୁତୟନ କରାଯିବ । ଏଥିପାଇଁ ଆବଶ୍ୟକ ପଡୁଥିବା ଫିନାଇଲ୍‍, ସାବୁନ ଆଦିର ବ୍ୟବସ୍ଥା ଲାଗି କୁହାଯାଇଛି । ମହିଳା, ଶିଶୁ ଓ ଅନ୍ୟ ସମ୍ବେଦନଶୀଳ ବ୍ୟକ୍ତିଙ୍କ ସୁରକ୍ଷାଲାଗି ଆଶୟସ୍ଥଳଗୁଡିକରେ ମହିଳା ହୋମଗାର୍ଡ ଓ ସୁରକ୍ଷାକର୍ମୀ ନିଯୁକ୍ତି କରାଯାଇପାରେ । ସ୍ଥାନୀୟ ସ୍ୱେଚ୍ଛାସେବୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ନିଶ୍ଚିତଭାବେ ଚିହ୍ନଟ କରି ଆଶ୍ରୟସ୍ଥଳରେ ମୁତୟନ ଲାଗି ଏସ୍‍ଓପିରେ ଉଲ୍ଲେଖ ଅଛନ୍ତି । ରୋଷେଇ ପାଇଁ ଆବଶ୍ୟକ ସାମଗ୍ରୀ, ଡିସ୍‍ପୋଜେବୁଲ ପ୍ଲେଟ, ଗ୍ଲାସ ଆଦି ଯୋଜନା ମୁତାବକ ରଖାଯିବ ।

ଲୋକଙ୍କୁ ସ୍ଥାନାନ୍ତର, ଆଶ୍ରୟସ୍ଥଳରେ ରଖାଯିବା ସହିତ ଏହା ପରିବର୍ତ୍ତୀ ସମୟରେ ବି କୋଭିଡ ନିୟମାବଳୀ ସଂକ୍ରାନ୍ତରେ ସେମାନଙ୍କୁ ସଚେତନ କରାଯିବ । ସମସ୍ତ ବିପଦସଙ୍କୁଳ ପରିବାରକୁ ଚିହ୍ନଟ ସହିତ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାପାଇଁ ରାଜି କରାଯିବ । ଆଶ୍ରୟସ୍ଥଳରେ ଆବଶ୍ୟକ ଆଲୋକ ବ୍ୟବସ୍ଥା ସହିତ ଜେନେରେଟର ସେଟ୍‍ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସମସ୍ତ ପୌରାଞ୍ଚଳରେ ନିୟମିତ ଜଳଯୋଗାଣ ପାଇଁ କଣ୍ଟେ୍ରାଲ ରୁମ୍‍ ବ୍ୟବସ୍ଥାସହିତ ସହଜ ପରିଚାଳନା ଲାଗି ହ୍ୱାଟସଆପ୍‍ ଗ୍ରୁପ ଗଠନ ଲାଗି ନିର୍ଦ୍ଦେଶ  ଦିଆଯାଇଛି । ସେହି ଅନୁଯାୟୀ କଣ୍ଟ୍ରୋଲ  ରୁମ୍‍ ସକଶେ ରୋଷ୍ଟର ବ୍ୟବସ୍ଥାଲାଗି ପରାମର୍ଶ ଦିଆଯାଇଛି । 

ବାତ୍ୟା ସମ୍ଭାବନା ଥିବା ପୌରାଞ୍ଚଳଗୁଡିକରେ ଗଛ କାଟିବାପାଇଁ ଆବଶ୍ୟକ ଯନ୍ତ୍ରପାତି ଓ କର୍ମଚାରୀ ରଖିବାପାଇଁ କୁହାଯାଇଛି |ା ବର୍ଷାଜଳ ଯେଭଳି ସହଜରେ ପ୍ରବାହିତ ହୋଇପାରିବ ସେଥିପାଇଁ ଡ୍ରେନରେ ଥିବା ଜାମ୍‍କୁ ହଟାଇବାପାଇଁ କୁହାଯାଇଛି ।

ନାଳ ଓ ଡ୍ରେନଗୁଡିକରେ ଲାଗିଥିବା ଅଳିଆକୁ ଠିକଣା ଭାବେ ହଟାଇବା ସହିତ ରାସ୍ତା ଉପରେ ଜମାହେବାକୁ ଥିବା ଆବର୍ଜନାକୁ ତୁରନ୍ତ ହଟାଇବାପାଇଁ ପ୍ରସ୍ତୁତ ରହିବାକୁ ଏସ୍‍ଓପିରେ ଉଲ୍ଲେଖ ଅଛି । ପୌରାଞ୍ଚଳରେ ଯେଭଳି ନିର୍ବିଘ୍ନରେ ପାନୀୟଜଳ ଯୋଗାଣ ହେବ ତାହା ଉପରେ ଗୁରୁତ୍ୱ ଦେବା ସହିତ ବିଦୁ୍ୟତ୍‍ ସରବରାହ ବିଚ୍ଛିନ୍ନ ରହିଲେ ଏହାର ମୁକାବିଲାପାଇଁ ଅଧିକ ପାଣି ଟ୍ୟାଙ୍କର ବ୍ୟବସ୍ଥା ସହିତ ସ୍ଥିତିର ମୁକାବିଲା ଲାଗି ଆବଶ୍ୟକ ସଂଖ୍ୟକ ଜେନେରେଟର ସେଟ୍‍ ପ୍ରସ୍ତୁତ ରଖିବାକୁ ନିଦେ୍ର୍ଧଶ ଦିଆଯାଇଛି । ବିଦ୍ୟୁତ  ବ୍ୟବସ୍ଥାରେ ବିଭ୍ରାଟ ହେଲେ ଯେଭଳି ଜଳଯୋଗାଣରେ କୌଣସି ବାଧା ନଉପୁଜେ ସେଥିପାଇଁ ଉଚ୍ଚ କ୍ଷମତାସମ୍ପନ୍ନ ଡି.ଜି ସେଟ୍‍ ପ୍ରସ୍ତୁତ ଲାଗି କୁହାଯାଇଛି ।

ସହରର ଗଳିକନ୍ଦି ଓ ନାଳ ନର୍ଦ୍ଧମାଗୁଡିକୁ ବିଶୋଧନ ପାଇଁ ଆବଶ୍ୟକ ପରିମାଣର ବିଶୋଧକ ଓ ଜେନେରେଟର ଏବଂ କର୍ତ୍ତୃପକ୍ଷଙ୍କ ଗାଡି ପାଇଁ ଡିଜେଲ ପ୍ରସ୍ତୁତ ଲାଗି କୁହାଯାଇଛି । ସେହିଭଳି ଆଶ୍ରୟସ୍ଥଳୀଗୁଡିକ ପାଇଁ ଆବଶ୍ୟକ ପରିମାଣ ଖାଦ୍ୟ, ପାନୀୟଜଳ, ପଶୁଖାଦ୍ୟ ଆଦି ମହଜୁଦ ରଖିବା ସହିତ ବାତ୍ୟା ପରବର୍ତ୍ତୀ ୨୪ଘଣ୍ଟା ପର୍ଯ୍ୟନ୍ତ ଯେଭଳି ଜଳ ଉପଲବ୍ଧ ହେବ ସେଥିପାଇଁ ସମସ୍ତ ଜଳଉସôକୁ ପୂର୍ଣ୍ଣ ମହଜୁଦ କରି ରଖିବାପାଇଁ କୁହାଯାଇଛି ।

0
0
0
s2sdefault