ହେଡଲାଇନସ୍:

ଓଡ଼ିଶା ଛତିଶଗଡ଼ ସୀମାନ୍ତବର୍ତୀ ଅଞ୍ଚଳରେ ବିପୁଳ ପରିମାଣର ବିଦେଶୀ ମଦ ଜବତ।

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଝାରବନ୍ଧ-ଶାସକ ପ୍ରଶାସକ   ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳରେ ବେଆଇନ ବିଦେଶୀ ମଦ କାରବାର ଦିନ କୁ ଦିନ ବୃଦ୍ଧି ପାଇବା ଚିନ୍ତା ର କାରଣ ହୋଇଛି।ରାଜ୍ୟ ରେ ଲକଡାଉନ ଚାଲିଥିବା ହେତୁ ବିଦେଶୀ ମଦ ଛତିଶଗଡ଼ ପଟରୁ ଗଳା ବାଟ ଦେଇ ଆଣି ଅଞ୍ଚଳ ରେ ଚଢା ଦର ରେ ବିକ୍ରି ହେଉଛି। ନିଶାବେପାରି ପୋଲିସ ହାତରେ ଧରା ପଡିଛି।ଥାନା ଅଧିକାରୀ ଭାବେ ବିରବର ଭଗତ ଯୋଗ ଦେବା ପରେ ବିଦେଶୀ ମଦ ମାମଲା ଲୋକ ଲୋଚନ କୁ ଆସିବା ସହିତ ନିଶା ବେପାରୀ ଗିରଫ ହୋଇଛନ୍ତି।ଛତିଶଗଡ଼ ପଟରୁ ଆସୁଥିବା ବେଆଇନ ବିଦେଶୀ ମଦ ସୀମାନ୍ତ ବର୍ତୀ ଧଉରାଭଟା ଛକ ଠାରେ ଆଜି ଅପରାହ୍ନ ରେ ଚଣ୍ଡୀଭଟା ଗ୍ରାମ ର ଅରୁଣ ପ୍ରଧାନ କୁ ଗିରଫ କରିଛନ୍ତି।ଲକଡାଉନ ସମୟ ରେ ଚୋରା କାରବାର ମଦ ବ୍ୟବସାୟୀ ଙ୍କୁ ଧରିବା ପାଇଁ ରାତି ଦିନ ଏକ କରିଛନ୍ତି।କିଛି ଲୋକଙ୍କ ମନ ରେ ଭୟ ଖେଳିଥିବା ବେଳେ ଆଉ ଲୋକେ ଚୋରା କାରବାର ରେ ଲିପ୍ତ ରହିଛନ୍ତି ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଆଇ ଆଇ ସି ଶ୍ରୀ ଭଗତ କହିଛନ୍ତି।ଏହି ବିଦେଶୀ ମଦ ଧରପକଡ଼ ରେ ଏ ଏସ ଆଇ ପ୍ରଦୀପ ପାଣି,ସତ୍ୟାନନ୍ଦ ଭୁଏ,ହାବିଲଦାର ଜିତେନ୍ଦ୍ର ଦାଶ, ବ୍ୟାସଦେବ ସାହୁ ପ୍ରମୁଖ ସାମିଲ ଥିଲେ ।ଜଗଦଲପୁର ପୋଲିସ ପକ୍ଷରୁ ଏହି ପଦକ୍ଷେପ ନେଇଥିବାରୁ ସାଧାରଣ ରେ ଏହାକୁ ପ୍ରଶଂସା କରାଯାଇଛି।

0
0
0
s2sdefault