ହେଡଲାଇନସ୍:

ବାତ୍ୟା ଆଶ୍ରୟସ୍ଥଳୀର କ୍ଷେତ୍ରୀୟ ଅନୁଧ୍ୟାନ କଲେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ): ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ମୁକାବିଲା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟା ପୂର୍ବରୁ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକୁ ପ୍ରଶାସନିକ ଅଧିକାରୀମାନେ କ୍ଷେତ୍ରୀୟ ଅନୁଧ୍ୟାନ କରି ଏହାର ଆନୁସଂଗିକ ବ୍ୟବସ୍ଥାର ତଦାରଖ କରିଛନ୍ତି । ଆଜି ଜିଲ୍ଲାପାଳ ଡ. ଜ୍ଞାନ ଦାସ ବାସୁଦେବପୁର ବ୍ଲକର ରାଧାବଲ୍ଲଭପୁର, କିସ୍ମତ୍କୃଷ୍ଣପୁର ଅଞ୍ଚଳକୁ ଅନୁଧ୍ୟାନ ନିମନ୍ତେ ଯାଇଥିଲେ । ଏହି ଅଞ୍ଚଳରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ । ବାତ୍ୟା ସମୟରେ ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ଏହି ବାତ୍ୟା ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଥାଏ । ସେଥିଲାଗି ସେଠାରେ ପାନୀୟଜଳ, ବିଦୁ୍ୟତ୍, ଜେନେରେଟର ଆଦିର ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ସହିିତ ଆଶ୍ରୟସ୍ଥଳୀ ଦାୟିତ୍ୱରେ ଥିବା ସଂଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ପରେ ବିଡିଓ ପ୍ରଣବ କୁମାର ବେହେରା, ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହି, ନେସ୍କୋ ପଦାଧିକାରୀ, ଅଗ୍ନିଶମ ଅଧିକାରୀ, ଯୋଗଣ ବିଭାଗ ଅଧିକାରୀମାନଙ୍କ ସହ ଏକ ବୈଠକରେ ବାତ୍ୟା ସମୟରେ ବିଦୁ୍ୟତ୍ର ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ରାସ୍ତାଘାଟ ଅବରୋଧ ହେଲେ ଅଗ୍ନିଶମ ବାହିନୀ ପକ୍ଷରୁ ତୁରନ୍ତ ଗଛ କଟାକଟି କରିବା ପାଇଁ ଆବଶ୍ୟକ ଥିବା ଯନ୍ତ୍ରପାତିକୁ ପରୀକ୍ଷଣ କରାଯାଇ ସଚଳ କରି ରଖିବାକୁ ପରାମର୍ଶ ଦେଇଥିଲେ । ଏପରିକି ଯାହା ସବୁ ଅଚଳ ଅବସ୍ଥାରେ ଅଛି ସେସବୁକୁ ତୁରନ୍ତ ମରାମତି କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଏହା ବ୍ୟତୀତ ବ୍ଳକ ସ୍ତରରେ ଲୋକମାନଙ୍କ ସ୍ଥାନାନ୍ତର କରିବା, ପର୍ଯ୍ୟାପ୍ତ ପରିମାଣରେ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ  ଦେଇଥିଲେ । ଲୋକଙ୍କୁ ସ୍ଥାନାନ୍ତର ସମୟରେ କୋଭିଡ଼ କଟକଣାକୁ ପାଳନ କରାଯିବା ସହିତ ଥଇଥାନ ବେଳେ ଏହାକୁ ଧ୍ୟାନ ଦେବାକୁ ନିର୍ଦ୍ଦେଶ  ଦେଇଥିଲେ । ବାତ୍ୟା ଆଶ୍ରୟସ୍ଥଳୀ ବ୍ୟତୀତ ଲୋକଙ୍କ ଥଇଥାନ ନିମନ୍ତେ ସ୍କୁଲ, କଲେଜ ଘରକୁ ମଧ୍ୟ ଉପଯୁକ୍ତ କରି ରଖିବାକୁ କହିଥଲେ । ଜିଲ୍ଲାପାଳଙ୍କ ବ୍ୟତୀତ ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଧଶକ ଇନ୍ଦ୍ରମଣି ନାୟକ ତିହିଡି ବ୍ଳକ ଗସ୍ତରେ ଯାଇଥିବା ବେଳେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା ଚାନ୍ଦବାଲି ବ୍ଳକ ଗସ୍ତ କରିଥିଲେ । ସେହିଭଳି ଅତିରିକ୍ତ ଉପଜିଲ୍ଲାପାଳ ମନୋରମା ଭୁୟାଁ ଧାମନଗର ବ୍ଳକ ଗସ୍ତ କରିଥିଲେ । 

0
0
0
s2sdefault