ହେଡଲାଇନସ୍:

ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ଖଣିରେ କୋଭିଡ୍ ନିୟମ ଉଲଂଘନ ଅଭିଯୋଗ : ରାସ୍ତା ଅବରୋଧ କଲେ ଗ୍ରାମବାସୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ (ଶାସକ ପ୍ରଶାସକ)- ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ରୋଇଡା -ସି  ବ୍ଲକରେ ଥିବା ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ଖଣି କର୍ତ୍ତୃପକ୍ଷ କୋଭିଡ ନିୟମକୁ ବେଖାତିର କରି ଖଣି କାର୍ଯ୍ୟ ଚଳାଇବା ଦ୍ୱାରା ସ୍ଥାନୀୟ ଝାଡ଼ଗାଁ ଓ ଟଂଟୋ ଗ୍ରାମରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ତେଣୁ ଖଣିରେ ନିୟୋଜିତ ସ୍ଥାନୀୟ ଶ୍ରମିକ ଖଣିକୁ ସଂଯୋଗ କରୁଥିବା ଟେlଣ୍ଟ ରାସ୍ତାକୁ ଅବରୋଧ କରିଥିବାର ଜଣାପଡିଛି।

ସ୍ଥାନୀୟ ଶ୍ରମିକ ଓ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ  ଖଣି ପରିସରରେ କମ୍ପାନୀର ଏକ ନୂତନ ଲୁହା ପଥର କ୍ରସର ନିର୍ମାଣ ଚାଲିଥିବା ବେଳେ ସେଠାରେ ପଶ୍ଚିମବଙ୍ଗ ରାଜ୍ୟର ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ତେଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଗ୍ରାମବାସୀ କ୍ରସର ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ବାରମ୍ବାର  ଦାବି କରୁଥିଲେ ମଧ୍ୟ ଖଣି କର୍ତ୍ତୃପକ୍ଷ ଗ୍ରାମବାସୀଙ୍କ ଦାବିକୁ ଅଣଦେଖା କରି ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଏଥି ସହିତ କିଛି ଦିନ ପୂର୍ବେ ଏହି ଖଣିରେ ନିୟୋଜିତ ୩ ଜଣ କର୍ମଚାରୀ କରୋନା ପଜିଟିଭ ଥିବା ଜାଣି ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ତଥ୍ୟ ଲୁଚାଇବାରୁ ଅନେକ ସ୍ଥାନୀୟ ଶ୍ରମିକ ତାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଗୁରୁତର ଅଭିଯୋଗ ହୋଇଛି।  ତେବେ ବର୍ତ୍ତମାନ ଖଣିରେ ନିୟୋଜିତ ୩ ଜଣ ସ୍ଥାନୀୟ ଶ୍ରମିକ, ୫ ଜଣ ସୁରକ୍ଷା କର୍ମୀ, ୩ ଜଣ କ୍ୟାଣ୍ଟିନରେ କାମ କରୁଥିବା କର୍ମଚାରୀ ସମେତ କମ୍ପାନୀର ମୋଟ ୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।  ଏହା ପରେ ମଧ୍ୟ  କମ୍ପାନୀ କର୍ତ୍ତୃପକ୍ଷ କୌଣସି ପ୍ରତିକାର ବ୍ୟବସ୍ଥା ନ କରି ପ୍ରଶାସନକୁ ତଥ୍ୟ ଲୁଚାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥି ସହିତ ଝାଡ଼ଗାଁ ଗ୍ରାମରେ ଥିବା କମ୍ପାନୀର କଲୋନୀରେ ୩ ଜଣ କରୋନା ଆକ୍ରାନ୍ତଙ୍କୁ ରଖାଯାଇଛି। ତେବେ ସେମାନେ ଗ୍ରାମବାସୀ ବ୍ୟବହାର କରୁଥିବା ପାଇପରୁ ପାନୀୟ ଜଳ ସଂଗ୍ରହ କରିବା ସହିତ ବାହାରେ ଅନ୍ୟ ଲୋକଙ୍କ ସହିତ ମିଳାମିଶା କରୁଥିବା ଅଭିଯୋଗ ହେଉଛି। ତେଣୁ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାରର ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ସେଠାରୁ ସ୍ଥାନାନ୍ତରଣ କରାଯିବା ନିମନ୍ତେ ଝାଡ଼ଗାଁ ଗ୍ରାମବାସୀ ଶୁକ ମୁଣ୍ଡା, ବୁଧୁ ମୁଣ୍ଡା, ଗରଖା କେର୍କେଟା, ଘନ ମୁଣ୍ଡା, ଯୁଗଡୁ ମୁଣ୍ଡା, ଚିକୁ କେର୍କେଟା ରତ୍ନାକର ପେନ୍ଥେଇ ପ୍ରମୁଖ ଦାବି କରିଛନ୍ତି।

0
0
0
s2sdefault