ବରଗଡ଼ : ବିଜେପି କୃଷକ ମୋର୍ଚା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ରାଜକୁମାର ଚହରଙ୍କ ନିର୍ଦ୍ଦେଶ କ୍ରମେ ଭାରତର ସମସ୍ତ ଜିଲ୍ଲାର ଗୋଟିଏ ସ୍ଥାନରେ ଗ୍ରାମାଞ୍ଚଳର ପିଏଚସି ତଥା ସିଏଚସିରେ ପ୍ରତେକ ଜିଲ୍ଲାର କୃଷକ ମୋର୍ଚା ତରଫରୁ କୋଭିଡ ଆକ୍ରାନ୍ତଙ୍କ ପାଇଁ "ହେଲ୍ପ ଡେକ୍ସ " ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା | ଏଥିରେ ରାଜ୍ୟ କୃଷକ ମୋର୍ଚା ସଭାପତି" ପ୍ରଦୀପ ପୁରୋହିତ, ବରଗଡ ଜିଲ୍ଲା କୃଷକ ମୋର୍ଚା ସଭାପତି ଶ୍ରୀକାନ୍ତ ମିଶ୍ର , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋବର୍ଧନ ଅଗ୍ରୱାଲ, ଓ ବିଜେପି କୃଷକ ମୋର୍ଚା ର ସୋସିଆଲ ମିଡିଆ ସଂଯୋଜକ ନୀଳାଞ୍ଚଳ ଦରୁଆନ ପ୍ରମୁଖ ଉପସ୍ଥିତ ଥିଲେ I ବରଗଡ ଜିଲ୍ଲା କୃଷକ ମୋର୍ଚା ନିଷ୍ପତ୍ତି କ୍ରମେ ପାଇକମାଳର ନୂତନ ପିଏଚସିରେ ହେଲ୍ପ ଡେକ୍ସ ଆରମ୍ଭ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା I
ରାଜ୍ୟ
ଜିଲ୍ଲାର କୃଷକ ମୋର୍ଚା ତରଫରୁ ପାଇକମାଳର ପିଏଚସି(ନିଉ)ରେ ହେବ ହେଲ୍ପ ଡେକ୍ସ
- Hits: 579