ବଲାଙ୍ଗୀର(ନିରୋଜ ମିଶ୍ର) : ବଲାଙ୍ଗୀର ଜିଲ୍ଲାରେ ରବି ଋତୁ ପାଇଁ ମେ ୨୫ ତାରିଖଠୁଁ ବଲାଙ୍ଗିର ଜିଲ୍ଲାରେ କିଣା ଯିବ ଧାନ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ଏଥର ଜିଲ୍ଲାରେ ୯୩ ଟି ପ୍ୟାକସ୍ ଓ ୬ଟି ଏସଏଚଜି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ବିକ୍ରମ ମାଝୀ । ତେବେ ଆଜି ପୁଇଁନ୍ତଳା ବ୍ଲକ ର ପିପିର୍ଡl ସେବା ସମବାୟ ସମିତି ରେ ରବିଧାନ କିଣାକୁ ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବଲାଙ୍ଗୀର ଜିଲ୍ଲାପାଳ ଙ୍କ ସହ ଉଚ୍ଚ ସ୍ଥରୀୟ ପ୍ରଶାସନିକ ଅଧିକାରୀ ସି,ଡ଼ି, ଓ, ଏ,ଆର,ସି,ଏସ,ଆର,ଏନ,ସି,ପଦଧିକାରୀ ଉପସ୍ଥିତ ଥିଲେ।ଯେଉଁଥିରେ ଧାନ ବିକିବା ପାଇଁ ଜିଲ୍ଲାରେ ମୋଟ ୪ ହଜାର ୫୩ ଜଣ ଚାଷୀ ପଞ୍ଜୀକୃତ କରିଥିବା ସୂଚନା ରହିଛି।
ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲାରେ ୩୫ ହଜାର କ୍ୱିଣ୍ଟାଲ ଟାର୍ଗେଟ ଆସିଥିବା ସୂଚନା ମଧ୍ୟ ରହିଛି। ସେପଟେ କିନ୍ତୁ ଧାନ ବିକ୍ରି କରିବା ପାଇଁ ଚାଷୀଙ୍କ ପାଖକୁ ଟୋକନ ଆସିନଥିବା ବେଳେ ଜାମଗାଁ ବିଳାଇସର୍ଡl ଆଦି ପେକ୍ସ ର ଚାଷୀ ଧାନ ବିକ୍ରୀ କରିବାରୁ ବଞ୍ଚିତ ରହିଥିବା ସୂଚନା ରହିଛି । ଯାହାକି ଜିଲ୍ଲା ପ୍ରଶାସନ ଟୋକନ ପ୍ରକିୟା ଜାରି ରହିଛି ଓ ଖୁବ ଶୀଘ୍ର ଟୋକାନ ବ୍ୟବସ୍ଥା ସମସ୍ତ ଚାଷୀ କୁଲ କୁ ମିଳିବ ବୋଲି ସୂଚନା ଦେଇଛି ଜିଲ୍ଲା ପ୍ରଶାସନ। ଅନ୍ୟପଟେ କୋଭିଡ୍ କଟକଣା ମଧ୍ୟରେ ମଣ୍ଡିରୁ ଧାନ କିଣିବା ପାଇଁ ଜିଲ୍ଲା ଯୋଗାଣ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।ଯେଉଁଥିରେ ସକାଳ ୭ ଟା ରୁ ଚାଷୀଙ୍କ ଠାରୁ ଦିନ ୧୨ଟା ଯାଏ ଧାନ ସଂଗ୍ରହ କରାଯିବା ସହ ମଣ୍ଡିରେ ସାନିଟାଇଜର ରଖିବା, ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଳନ ସହ ମଣ୍ଡି ରେ ଅଧିକ ଗହଳି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।