ହେଡଲାଇନସ୍:

ଦ୍ୱିତୀୟ କୋଭିଡ୍ ଲହରର ଲକଡାଉନ-୨.୦ : ହେଲା ଟିକେ କଡାକଡି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ବାହାଘରରେ ଏବେ ୨୫ ଲୋକ, ବ୍ରତଘର ଓ ଶୁଦ୍ଧ ଘରେ ୨୦

  • ସମୂହ ଭୋଜନ ମନା, ଅତିଥିଙ୍କୁ ପଠାଇପାରିବେ ଖାଦ୍ୟ ପାର୍ସଲ

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ଵିତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ସଂକ୍ରମଣ ରୋକିବାକୁ ସରକାର ନେଇଛନ୍ତି ଅଧିକ କଠୋର ପଦକ୍ଷେପ । ଚାଲିଥିବା ଲକ ଡାଉନକୁ ବଢ଼ାଇଛନ୍ତି ସରକାର |  ମେ ୧୯ ତାରିଖ ସକାଳ ୭ଟାରେ ସରିବାକୁ ଯାଉଥିବା ଲକଡାଉନକୁ  ଜୁନ ୧ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି  ।ଦ୍ଵିତୀୟ ଲହରର ଦ୍ଵିତୀୟ ଲକଡାଉନରେ ଏବେ ବାହାଘର ସମାରୋହରେ ବର୍ତ୍ତମାନ ମାତ୍ର ୨୫ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି।  ଅନ୍ତ୍ୟେଷ୍ଟି କ୍ରିୟା ଓ ବ୍ରତଘର ସମାରୋହରେ ସର୍ବାଧିକ ୨୦ ଜଣ ସାମିଲ ହେବାର ଅନୁମତି ଦିଆଯାଇଛି | ସାମୁହିକ ଭୋଜନକୁ ବାରଣ କରାଯାଇଥିବା ବେଳେ ଅତିଥି ମାନଙ୍କୁ  ଖାଦ୍ୟ ପ୍ୟାକେଟ୍ କରି ପ୍ରଦାନ କରାଯାଇପାରିବ ବୋଲି ଗାଇଡ୍ଲାଇନରେ କୁହାଯାଇଛି | ଏ ବିଷୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି | ମେ ୫ରୁ ମେ ୧୯ ତାରିଖ ସକାଳ ଯାଏଁ ଲାଗୁ ହୋଇଥିବା ଲକଡାଉନ୍ ବେଳେ ସକାଳ ୬ରୁ ଦିନ ୧୨ଟା ଯାଏଁ ପନିପରିବା ଓ ରାସନ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ରହିଥିଲା ।  କିନ୍ତୁ ନୂଆ ଗାଇଡଲାଇନ୍ ଅନୁସାରେ ସକାଳ ୭ଟାରୁ ସକାଳ ୧୧ଟା ଯାଏଁ ପନିପରିବା ଓ ଅନ୍ୟ ରାସନ ସାମଗ୍ରୀ କିଣିବାକୁ ଲୋକମାନେ ବାହାରକୁ ଯାଇପାରିବେ ।

ଆଜି ଏକ ସ୍ୱତନ୍ତ୍ର ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏ ବାବଦରେ ଘୋଷଣା କରିଛନ୍ତିା ପ୍ରଥମ ଲକ୍ଡାଉନ୍ ସମୟରେ ସରକାରଙ୍କ ତରଫରୁ ନିଆଯାଇଥିବା ବିଶେଷ ପଦକ୍ଷେପ ପାଇଁ ଅନେକ ସୁଫଳ ମିଳିଛି ଏବଂ ଯେଉଁ ହାରରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଉଥିଲା ସେଥିରେ ହ୍ରାସ ଘଟିଛିା ଗତ ୧୫ ଦିନ ହେବ ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ପ୍ରାୟ ସମାନ ସ୍ତରରେ ରହଛିା ଏପରିକି କିଛି ଜିଲ୍ଲାରେ ଧୀରେ ଧୀରେ କମିବା ଆରମ୍ଭ କରିଛିା ତଥାପି ରାଜ୍ୟରେ ଦୈନିକ ୧୦ ହଜାରରୁ ଉର୍ଧ୍ଵ  କୋଭିଡ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତିା ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍ଡାଉନ୍ ଅବଧିକୁ ଆଉ ୧୪ ଦିନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତିା ଲକ୍ଡାଉନ୍ ଅବଧି ବୃଦ୍ଧିର ଉଦ୍ଦେଶ୍ୟ ହେଉଛି ଲୋକମାନେ ଘରେ ରହିବେ ଏବଂ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବ ବୋଲି ମୁଖ୍ୟ ଶାସନ ସଚିବ ଆଶାବ୍ୟକ୍ତ କରିଛନ୍ତିା 

ଏହି ଲକ୍ଡାଉନ୍ରେ ପୂର୍ବରୁ ବଳବତ୍ତର ଥିବା କଟକଣାକୁ ଅଧିକ କଡ଼ାକଡ଼ି କରିବାକୁ ସରକାର ସ୍ଥିର କରିଛନ୍ତିା ଦ୍ୱିତୀୟ ଦଫାର ଏହି ଲକ୍ଡାଉନ୍ରେ ସକାଳ ୬ଟାରୁ ଦିନ ୧୨ଟା ପରିବର୍ତ୍ତେ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ଓ ଲୋକମାନଙ୍କୁ କିଣାକିଣି ପାଇଁ ଅନୁମତି ମିଳିବା ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା  ଆଦିରେ ଥିବା କଟକଣାକୁ ଆହୁରି କଡ଼ାକଡ଼ି କରାଯାଇଛିା ପୂର୍ବରୁ ବିବାହ ପାଇଁ ୫୦ ଜଣଙ୍କୁ ଅନୁମତି ଥିଲାା କିନ୍ତୁ ଏହି ଲକ୍ଡାଉନରେ  ୫୦ ପରିବର୍ତ୍ତେ କେବଳ ୨୫ ଜଣ ଲୋକ ଭାଗ ନେଇପାରିବୋ ଏହିସବୁ କାର୍ଯ୍ୟକ୍ରମରେ ଭୋଜିଭାତକୁ ସଂପୂର୍ଣ୍ଣ ବାରଣ କରାଯାଇଛିା 

ସେହିପରି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟସବୁ ସର୍ବନିମ୍ନ କର୍ମଚାରୀଙ୍କ ଦ୍ୱାରା ଚାଲିବା ଅତ୍ୟାବଶ୍ୟକ ସେବା ଯଥା ସ୍ୱାସ୍ଥ୍ୟସେବା, କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ, ଶ୍ରମିକ ପରିବହନ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଆଦି ପୂର୍ବ ପରି ଚାଲୁ ରହିବା ଯେଉଁସବୁ କାର୍ଯ୍ୟ ଉପରେ ପୂର୍ବରୁ କଟକଣା ଲଗା ଯାଇଥିଲା ତାହା ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ମଧ୍ୟ ବଳବତ୍ତର ରହିବା 

ନିହାତି ଆବଶ୍ୟକ ନଥିଲେ କେହି ବାହାରକୁ ନବାହାରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତିା ଏହି ଲକ୍ଡାଉନ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସତର୍କ କରିଛନ୍ତିା 

 

ଶୁଣନ୍ତୁ ମୁଖ୍ୟ ସଚିବଙ୍କ ମୁହଁରୁ, ଲକ ଡାଉନ ସମୟରେ ଆଉ କଣ ରହିବ କଟକଣା!

0
0
0
s2sdefault