ହେଡଲାଇନସ୍:

ମୟୂରଭଞ୍ଜ: ଚିନ୍ତା ବଢ଼ାଇଲା ବର୍ଦ୍ଧିତ ସଂକ୍ରମଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଆଜି ଜିଲ୍ଲାରୁ ୪୫୮ କରୋନା ପଜିଟିଭ ଚିହ୍ନଟ 

  • ମେ ମାସର ୧୮ ଦିନରେ  ରେକର୍ଡ଼ ସଂଖ୍ୟକ ୫,୧୪୫ ସଂକ୍ରମିତ

ବାରିପଦା(ଦିଲ୍ଲୀପ ମହାନ୍ତି )- କୋଭିଡ଼-୧୯ର ଦ୍ୱିତୀୟ ଲହର ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ଲହରଠାରୁ ଅଧିକ ଘାତକ ହେବା ଆରମ୍ଭ କରିଛି । ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଛି । ଚଳିର ମେ ମାସର ୧୮ ଦିନରେ ସର୍ବକାଳୀନ ରେକର୍ଡ଼ ସଂଖ୍ୟକ ୫,୧୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମୟରେ ୧୩ ତାରିଖଠାରୁ ଆଜି ପର୍ଯ୍ୟନ୍ତ ୨,୫୮୮ ସଂକ୍ରମିତ ହୋଇଛନ୍ତି । ଚିନ୍ତା ବଢ଼ାଇଦେଇଛି ଏହି ବର୍ଦ୍ଧିତ ସଂକ୍ରମଣ ।  ଆଜି  ଓଡ଼ିଶାରୁ ଚିହ୍ନଟ ହୋଇଥିବା ୧୦,୩୨୧ କରୋନା ପଜିଟିଭ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୪୫୮ ଜଣ କରୋନା ଆକ୍ରାନ୍ତ ରହିଥିବା ସମୟରେ  ଜିଲ୍ଲାରେ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୨୨,୧୮୪ରେ ପହଁଞ୍ଚିଛି । ସେହିପରି ମେ ୧୭ ପର୍ଯ୍ୟନ୍ତ ଜିଲ୍ଲାରୁ  ୧୮,୮୬୬ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଆଜି ସୁଦ୍ଧା ୩,୨୨୫ ଜଣ ସକ୍ରିୟ ଥାଇ ହୋମ ଆଇସୋଲେସନ, କୋଭିଡ଼ କେୟାର ସେଣ୍ଟର, କୋଭିଡ଼ ହସପିଟାଲ, ବାରିପଦା ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ଼ ଓ କଟକ-ଭୂବନେଶ୍ୱର ଆଦିରେ ଚିକିତ୍ସା ହେଉଥିବା ବେଳେ କୋଭିଡ଼-୧୯ ଭୂତାଣୁରେ ଆକ୍ରାନ୍ତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ମୋଟ ୯୩ ଜଣଙ୍କର ମୃତ୍ୟୁ ହୋଇଥିବାର ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି । ତେବେ ସପ୍ତାହାନ୍ତ ସଟ୍‌-ଡ଼ାଉନ ଓ ଗତ ମେ ୫ରୁ ୧୯ ପର୍ଯ୍ୟନ୍ତ ତାଲାବନ୍ଦ ଜାରି ରହିଥିବା ସତ୍ୱେ ଜିଲ୍ଲାରେ କୋଭିଡ଼-୧୯ ସଂକ୍ରମଣ ଥମିବାର ନାମ ଧରୁନାହିଁ ।    

            ପ୍ରକାଶ ଥାଉକି, ୨୦୨୦ ମେ ୭ରେ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକର ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ପ୍ରଥମ ଥର ୪ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସମୟରେ ବହଳଦା ବ୍ଲକର ସସୋ ଅଞ୍ଚଳରୁ ଜଣେ ମହିଳା ସ୍ଥାନୀୟ ସଂକ୍ରମଣରୁ ପଜିଟିଭ ଚିହ୍ନଟ ହୋଇଥିଲେ । ୨୦୧୯ ଜୁଲାଇ ୩୧ ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୬୫୧ ରହିଥିବା ବେଳେ ଅଗଷ୍ଟ ୩୧ ସୁଦ୍ଧା ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୩ ହଜାର ୪୪୨ରେ ପହଁଞ୍ଚିଥିଲା । କେବଳ ଅଗଷ୍ଟ ମାସରେ ୨,୭୯୧ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି କେବଳ ଗତ ସେପ୍ଟେମ୍ବର ମାସରେ ଜିଲ୍ଲାରୁ ମୋଟ ୪,୬୧୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅକ୍ଟୋବର ମାସରେ ମୟୂରଭଞ୍ଜ ଜିଲ୍ଲାରୁ ୩,୨୭୫ ପଜିଟିଭ, ନଭେମ୍ବରରେ ୧,୮୭୭ ପଜିଟିଭ, ଡ଼ିସେମ୍ବରରେ ୬୨୩, ଜାନୁଆରୀରେ ୨୬୦, ଫେବୃଆରୀରେ ୧୦୦, ମାର୍ଚ୍ଚରେ ୨୩୬ ଚିହ୍ନଟ ହୋଇଥିଲେ  ଏବଂ ଡ଼ିସେମ୍ବର ମାସଠାରୁ ସଂକ୍ରମିତମାନଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବା ଆରମ୍ଭ କରିଥିଲା । ଏହି ସମୟରେ ଚଳିତ ଏପ୍ରିଲ ମାସଠାରୁ ଜିଲ୍ଲାରେ କରୋନା ଗ୍ରାଫ ଉପର ମୁହାଁ ହେବା ଆରମ୍ଭ କରିଦେଇଛି । ଗତ ଏପ୍ରିଲରେ ଜିଲ୍ଲାରୁ ୨,୬୧୧ ଜଣ କୋଭିଡ଼-୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ । ସେହିପରି ଗତ ୨୦୨୦ ସେପ୍ଟେମ୍ବର ୩ରେ ଜିଲ୍ଲାରୁ ସର୍ବାଧିକ ୩୬୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ  ଚଳିତ ମେ ମାସ ସମସ୍ତ ରେକର୍ଡ଼କୁ ଭାଙ୍ଗି ଦେଇଛି । ଜିଲ୍ଲାରୁ ମେ ୧୩ରେ ୪୦୪, ୧୪ରେ ୪୮୦, ୧୫ରେ ୩୭୪, ୧୬ରେ ୪୧୮ , ୧୭ରେ ୪୫୪ ଏବଂ ଆଜି ୪୫୮ ପଜିଟିଭ ଚିହ୍ନଟ ହୋଇଛନ୍ତି ।

 

0
0
0
s2sdefault