ହେଡଲାଇନସ୍:

ନୂଆଗଡ ଠାରେ "ବିଶ୍ୱ ରକ୍ତଚାପ ଦିବସ" ପାଳିତ : ଆମେ ସୁସ୍ଥ ରହିଲେ ସମାଜ ସୁସ୍ଥ ରହିବ ଓ ଦେଶ ସୁସ୍ଥ ରହିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ନୂଆଗଡ ବ୍ଲକରେ ବି.ଖଜୁରିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ "ବିଶ୍ୱ ରକ୍ତଚାପ ଦିବସ" କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । 

ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ  ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ତତ୍ତ୍ଵାଧାନରେ ନୂଆଗଡ ବ୍ଳକର ନୂଆଗଡ ଗ୍ରାମରେ ବିଶ୍ୱ ରକ୍ତଚାପ ଦିବସ ଉପରେ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । 

ମୁଖ୍ୟତଃ ଉଚ୍ଚ ରକ୍ତଚାପ ଅଛି ତାହା ହେଲେ କଣ କରିବେ :- ସନ୍ତୁଳିତ ଓଜନ ବଜାୟ ରଖିବା , ଦୈନିକ ଶାରୀରିକ ପରିଶ୍ରମ କରିବା , ବ୍ୟାୟମ କରିବା , ସ୍ୱାସ୍ଥ୍ୟଗତ ସନ୍ତୁଳିତ ଆହାର ଖାଇବା , କମ୍ ଲୁଣ ଖାଇବା , ଚର୍ବି ଜାତୀୟ ଖାଦ୍ୟ କମ୍ ଖାଇବା , ଅଧିକ ପନିପରିବା ଓ ଫଳ ଖାଇବା , ଧୂମପାନ ଓ  ମଦ୍ୟପାନକୁ ବର୍ଜନ କରିବା , ନିୟମିତ ରକ୍ତଚାପ ପରୀକ୍ଷା କରାଇବା , ଆମେ ସୁସ୍ଥ ରହିଲେ ସମାଜ ସୁସ୍ଥ ରହିବ ଓ ଦେଶ ସୁସ୍ଥ ରହିବ ପ୍ରଭୃତି ଉପରେ ମାଇକ ଯୋଗେ ସଚେତନତା ବାର୍ତ୍ତା ଦେଇଥିଲେ। 

ଏହି କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତର ସ୍ୱାଗତ ରଥ , ସୁପରଭାଇଜର ଶିବ ଶଙ୍କର ଭୂୟାଁ , ମ୍ୟାଲେରିଆ ସୁପର ଭାଇଜର ଦେବେନ୍ଦ୍ର କୁମାର ବାରିକ , ସ୍ୱାସ୍ଥ୍ୟ କର୍ମୀ ତୁଷାର ନାୟକ , ବି. ଅରୁଣା , ରେବତି ମହାରଣା , ମିନତୀ ଲିମ୍ମା , ଶିକ୍ଷକ ବସନ୍ତ କୁମାର ଲିମ୍ମା , ଆଶା କର୍ମୀ ବିଜୟ ଲକ୍ଷ୍ମୀ ସିଂ, ରଶ୍ମିତା ସିଂ, ବିରଜା ମୋହିନୀ ସିଂ, ସଂଯୁକ୍ତା ଶବର , ମାନିନୀ ସଭା ନାୟକ , ଅଙ୍ଗନବାଡି କର୍ମୀ ରୂପ୍ୟ ମଞ୍ଜରୀ ସିଂ, ନମିତା ଘାଣ୍ଟା , ତାପଶ୍ରୀ ପାଣି , ଗୀତା ବୀର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

0
0
0
s2sdefault