ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ଆଜି ଅପରାହ୍ନରେ ୨ ବେଳେ ପ୍ରଚଣ୍ଡ ଶବ୍ଦ କରି କଂକ୍ରିଟ ସଡ଼କ ବିସ୍ଫୋରଣରେ ଫାଟିବା ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରଛି । ଘଟଣା ସ୍ଥଳରେ ଥିବା ସମସ୍ତେ ଏଣେ ତେଣେ ଦୈାଡି ଚାଲି ଯାଇଥିଲେ । ଭୁଚଳନ ହେଲେ ଭୁପୃଷ୍ଠ ଫାଟିଯାଏ, ଦବିଯାଏ କିମ୍ବା ଦୁଇଭାଗ ହୋଇଯାଏ । ହେଲେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପଂଚରିଡା ମାନପୁରୁ ପଂଚାୟତର ମାନପୁରୁ ଗାଁରେ ଆଜି ଦେଖିବାକୁ ମିଳିଛି ଏଭଳି ଏକ ଅଦଭୁତ ଘଟଣା । ଏଥି ସହିତ ଅନ୍ୟ କେଉଁ ଠାରେ ପୁଣି କିଛି ଅଘଟଣ ଘଟିବା ଭୟରେ ରହିଛନ୍ତି ଗ୍ରାମବାସୀ । ଏଭଳି ବିସ୍ଫୋରଣ ଘଟିବାର କାରଣ ସମ୍ପର୍କରେ ସ୍ପଷ୍ଟ ହେବା ପରେ ମନରୁ ଭୟ ଦୁରେଇ ଯିବ ବୋଲି ଗ୍ରାମବାସୀ କହିଛନ୍ତି । ତେବେ ବିଶେଷଜ୍ଞ ମାନେ ଘଟଣା ସ୍ଥଳରେ ପହଁଚି ସଡ଼କ ଫାଟିଯିବା କାରଣ ସମ୍ପର୍କରେ ସ୍ପଷ୍ଟ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।
ରାଜ୍ୟ
ଠୋ......ଫାଟିଲା କଂକ୍ରିଟ ରାସ୍ତା
- Hits: 420