ସୋହେଲା (ଶାସକପ୍ରଶାସକ)-ସ୍ଥାନୀୟ ତହସିଲ କାର୍ଯ୍ୟାଳୟର ରାଜସ୍ୱ ରଥ ବାହାରି ତବଡା ଆରଆଇ ଅଫିସ ଅଧୀନସ୍ଥ ବିଭିନ୍ନ ଗ୍ରାମ ଭ୍ରମଣ କରି ଡୋର ଷ୍ଟେପରେ ହିତାଧିକାରୀଙ୍କୁ ପଟ୍ଟା ବଂଟନ କରାଯାଇଥିଲା । ଏହି ରଥକୁ ତହସିଲଦାର ମାନସ ରଂଜନ ସ୍ୱାଇଁ ଉଦଘାଟନ କରିଥିଲେ । ବ୍ୟକ୍ତି କେନ୍ଦ୍ରିକ ସେବା ଆଭିମୁଖ୍ୟ ନେଇ ରାଜସ୍ୱ ଓ ପ୍ରଶମନ ବିଭାଗ ପକ୍ଷରୁ ଏହି ଘରକୁ ଘର ସେବା ଯୋଗାଇବା ଲକ୍ଷ୍ୟ ନେଇ ଏହି ଯୋଜନା ଆରମ୍ଭ କରାଯାଇଛି । ସୋହେଲା ତହସିଲ ଅଫିସ ତରଫରୁ ବାହାରିଥିବା ଏହି ରଥ ତବଡା ଆରଆଇ ଅଫିସ ଅଧୀନସ୍ଥ ଜିତପାଲି ଗ୍ରାମର ହିତାଧିକାରୀ ବନବାସ ମହାକୁର,ସଫେଦ ବାଙ୍କ ଓ ରାମ ମେହେର,କଲଙ୍ଗାପାଲି ଗ୍ରାମର ଡାକ୍ତର ବେହେରା ଓ ଚିନ୍ତାମଣୀ ସାହୁଙ୍କ ଘର ସମ୍ମୁଖରେ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ କରିଥିଲେ ତହସିଲଦାର ମାନସ ରଂଜନ ସ୍ୱାଇଁ । ଏହି କାର୍ଯ୍ୟକ୍ରମରେ ତବଡା ଆରଆଇ ଫାଲଗୁନି ବେହେରା,ଅମିନ ଦୀପକ ସାହୁ,ରେକର୍ଡ କିପର ତାରାସିଂ ନାୟକ ଓ ଡାଟା ଏଂଟ୍ରି ଅପରେଟର ରାଜେଶ ପଧାନ ସାମିଲ ହୋଇଥିଲୋ । ବର୍ତମାନ କରୋନା କାଳରେ ରାଜ୍ୟସାରା ଲକଡାଉନ ଚାଲିଥିବାବେଳେ ରାଜସ୍ୱ ବିଭାଗର ଏଭଳି କାର୍ଯ୍ୟକ୍ରମକୁ ଲୋକେ ପ୍ରଶଂସା କରିଛନ୍ତି ।