ହେଡଲାଇନସ୍:

ଶିକ୍ଷକମାନଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦାବି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା,(ଶାସକପ୍ରଶାସକ)-ସଂପ୍ରତି କରୋନା କାଳରେ ଓଡିଶାର ବରଗଡ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି କରୋନା ଲଢେ଼ଇରେ ଡାକ୍ତର,ନର୍ସ,ସ୍ୱାସ୍ଥ୍ୟକର୍ମୀ,ଅଂଗନବାଡି କର୍ମୀ,ଆଶା କର୍ମୀ,ପୁଲିସ,ସାମ୍ବାଦିକ ତଥା ଶିକ୍ଷକମାନେ ସାମିଲ ହୋଇଛନ୍ତି । ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଛାଡି ରାଜ୍ୟ ସରକାର ଅନ୍ୟ କର୍ମଚାରୀମାନଙ୍କୁ କରୋନା ଯୋଦ୍ଧାଭାବରେ ମାନ୍ୟତା ଦେଇଛନ୍ତି । ଶିକ୍ଷକମାନେ ରାଜ୍ୟର ସୀମାନ୍ତ ଅଂଚଳ ଦେଇ ଯାଇଥିବା ଜାତୀୟ ରାଜପଥ ତଥା ବିଭିନ୍ନ ଡାକ୍ତରଖାନାରେ କୋଭିଡ ଡୁ୍ୟଟି କରୁଛନ୍ତି । ବରଗଡ ଜିଲାର ଅନେକ ଶିକ୍ଷକ ସଂକ୍ରମିତ ହୋଇ ମୃତ୍ୟୁବରଣ ମଧ୍ୟ କଲେଣି । କୋଭିଡ ଡୁ୍ୟଟିରେ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କର୍ମଚାରୀମାନଙ୍କୁ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ମଧ୍ୟ କାର୍ଯ୍ୟରତ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଯୋଗାଇ ଦିଆଯିବା,ଯେଉଁ ଶିକ୍ଷକମାନେ କୋଭିଡ ଡୁ୍ୟଟିରେ ଥାଇ  କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ପରିବାର ଜଣେ ସଦସ୍ୟଙ୍କୁ ଚାକିରୀ ଓ ପରିବାରକୁ ପୂର୍ଣ୍ଣ ପେନସନ ସୁବିଧା ଯୋଗାଇ ଦିଆଯାଉ ବୋଲି ସୋହେଲା ବ୍ଲକ ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ଦାବି ପତ୍ର ସଭାପତି କୁବେର ମହାପାତ୍ର ଓ ସଂପାଦକ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ପ୍ରଦାନ କରିଛନ୍ତି । 

0
0
0
s2sdefault