ଝାରବନ୍ଧ-ମନୋହର ଦାଶ: ଆଦିବାସୀ ଅଧୁଷିତ ଉପାନ୍ତ ଅଞ୍ଚଳ ଛତିଶଗଡ଼ ସୀମାନ୍ତ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ରେ ନୂତନ ଥାନା ଅଧିକାରୀ ଭାବେ ବୀରବର ଭଗତ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବ ଆଇ .ଆଇ.ସି ଲିଲିମା ଲଳିତା ବାର୍ଳା ଙ୍କ ପଦୋନ୍ନତି ହୋଇ ରାଉରକେଲା ଏସଡିପିଓ ଭାବେ ଯୋଗ ଦେଇଛନ୍ତି। ଶ୍ରୀମତୀ ବାର୍ଳାଙ୍କ ଠାରୁ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି।ଏହା ପୂର୍ବରୁ ଆଇ ଆଇ ସି ଶ୍ରୀ ଭଗତ ବୁଡେନ ଥାନା ରେ ଦକ୍ଷତା ର ସହ କାର୍ଯ୍ୟ ତୁଲାଇ ପୋଲିସ ମହଲ ରେ ସୁନାମ ଅର୍ଜନ କରିଛନ୍ତି।ସେଠାରୁ ତାଙ୍କର କାର୍ଯ୍ୟ କାଳ ମଧ୍ୟରେ ବୁଡେନ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ସହ ଗଞ୍ଜେଇ ଚୋରାଚାଲାଣ ମଦ ମାଫିଆ ରୋକିବା ରେ ସମର୍ଥ ହୋଇଥିଲେ।ଜଗଦଲପୁର ଥାନା ରେ ଦାୟିତ୍ୱ ଗ୍ରହଣ ଅବସରରେ ଜଗଦଲପୁର କୁ ଅପରାଧ ମୁକ୍ତ ,କୋଭିଡ କଟ କଣା ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ମହାମାରୀ କରୋନା ସମୟ ରେ ଲୋକଙ୍କୁ ସଚେତନତା ପେଟ୍ରୋଲିଂ କଡା କଡ଼ି କରିବାକୁ ପ୍ରାଥମିକତା ଦିଆଯିବ ବୋଲି ନୂତନ ଅଧିକାରୀ ଶ୍ରୀ ଭଗତ ସୂଚନା ଦେଇଛନ୍ତି।
ଥାନାରେ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ଭଗତଙ୍କୁ ପୁଷ୍ପ ଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ । ଥାନା A.S.i ପ୍ରଦୀପ ପାଣି ,ସତ୍ୟାନନ୍ଦ ଭୁଏ ,ନାରାୟଣ ମିଶ୍ର ,ହାବିଲଦାର ଜିତେନ୍ଦ୍ର ଦାଶ,କୋଦଣ୍ଡ ପ୍ରଧାନ,ବିଜୟ ଷାଣ୍ଡ,ଗିରେନ ବାରିକ ପ୍ରମୁଖ ଉପସ୍ଥିତ ରହି ନୂତନ ଥାନା ଅଧିକାରୀ ଶ୍ରୀଯୁକ୍ତ ଭଗତ ଙ୍କୁ ସ୍ୱାଗତ ଜଣାଇଛନ୍ତି।