ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କୁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଉହାଙ୍ଗ ପ୍ରାଥମିକ ବିଦ୍ୟାଳୟର ବିକାଶ ପାଇଁ ଶ୍ରୀ ଚୈତନ୍ୟ ଚରଣ ସ୍ୱାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ଚେକ୍ ଆକାର ରେ ପ୍ରଦାନ କରିଛନ୍ତିା ଶ୍ରୀ ସ୍ୱାଇଁଙ୍କ ତନିିପୁତ୍ର ତଥା ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ଶ୍ରୀ ପୁଷ୍ପକ ରଞ୍ଜନ ସ୍ୱାଇଁ, ଶ୍ରୀ ନିହାର ରଞ୍ଜନ ସ୍ୱାଇଁ ଏବଂ ଶ୍ରୀ ଦୀପ୍ତିରଞ୍ଜନ ସ୍ୱାଇଁ ରାଜ୍ୟ ସରକାରଙ୍କ ପୋଷ୍ୟ ବିଦ୍ୟାଳୟ ନିୟମ ଅନୁଯାୟୀ ଉହାଙ୍ଗ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରି "ମୋ ସ୍କୁଲ' ଅଭିଯାନରେ ସାମିଲ ହେଉଛନ୍ତିା ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶଙ୍କ ପ୍ରେରଣାରେ ଶ୍ରୀ ସ୍ୱାଇଁ ଉହାଙ୍ଗ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ରୂପେ ଗ୍ରହଣ କରିଥିଲୋ ଶ୍ରୀ ସ୍ୱାଇଁଙ୍କ ଧର୍ମପତ୍ନୀ ସ୍ୱର୍ଗତ କାମିନୀ ସ୍ୱାଇଁଙ୍କ ଏକାଦଶାହ କାର୍ଯ୍ୟକ୍ରମ ଅବସରରେ ମନସ୍ୱିନୀ ଖଟେଇ, ଅଧ୍ୟକ୍ଷା, ନିମାପଡ଼ା ପଞ୍ଚାୟତି ସମିତି, ଶ୍ରୀ ହିମାଂଶୁ ଭୂଷଣ ସମରଥ, ଶିକ୍ଷା ମଣ୍ଡଳ ଅଧିକାରୀ, ନିମାପଡ଼ା, ଶ୍ରୀ ଚିତ୍ତରଞ୍ଜନ ସ୍ୱାଇଁ, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ, ପୁଷ୍ପଲତା ରାଉତରାୟ, ସରପଞ୍ଚ, ଧଳେଶ୍ୱର ଗ୍ରାମପଞ୍ଚାୟତ, ପ୍ରଦୀପ୍ତ ଖଟୋଇ, ପୂର୍ବତନ ଅଧ୍ୟକ୍ଷ, ନିମାପଡ଼ା ପଞ୍ଚାୟତ ସମିତି, କୃପାସିନ୍ଧୁ ପ୍ରଧାନ, ପ୍ରଧାନଶିକ୍ଷକ, ଉହାଙ୍ଗ ପ୍ରାଥମିକ ବିଦ୍ୟାଳୟ, ବିପିନ ବିହାରୀ ସ୍ୱାଇଁ, ସଭାପତି "ମୋ ସ୍କୁଲ' ଅଭିଯାନ କମିଟି, ଉହାଙ୍ଗ ପ୍ରାଥମିକ ବିଦ୍ୟାଳୟ ପ୍ରମୁଖ ଉପସ୍ଥିତ ଥିଲୋ ଶ୍ରୀ ସ୍ୱାଇଁଙ୍କ ତିନିପୁତ୍ର ଉହାଙ୍ଗ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବାରୁ ଉହାଙ୍ଗ ଏବଂ ଅଲଣ୍ଡି ଗ୍ରାମବାସୀ ଶ୍ରୀ ସ୍ୱାଇଁଙ୍କୁ ଧନ୍ୟବାଦ ଜଣାଇଛନ୍ତିା