ହେଡଲାଇନସ୍:

ଅବସରପ୍ରାପ୍ତ ଶିକ୍ଷକ କୁଞ୍ଜବିହାରୀ ବେହେରାଙ୍କ ପରଲୋକ I

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲ,( ଅନିଲ କୁମାର ପୃଷ୍ଟି ): ସମ୍ବଲପୁର ଜିଲ୍ଲା ରେଢାଖୋଲ ଗୋଗୁଆ ନିବାସୀ ଅବସର ପ୍ରାପ୍ତ ଶିକ୍ଷକ କୁଞ୍ଜ ବିହାରୀ ବେହେରାଙ୍କ ଆଜି ନିଜ ଘରେ ୮୯ ବର୍ଷ ବୟସରେ ପରଲୋକ ଘଟିଛି l ଶ୍ରୀ ବେହେରା ଏମ.ଇ ସ୍କୁଲରେ ଶିକ୍ଷକତା କରି ଅବସର ଗ୍ରହଣ କରିଥିଲେ I ସେ ଜଣେ ମିଷ୍ଟଭାସି, ଛାତ୍ର ବତ୍ସଳ, ଏବଂ ମେଲାପି ବ୍ୟକ୍ତି ଥିଲେ I ତାଙ୍କର ମୃତ୍ୟୁ ଖବର ପ୍ରକାଶିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଲିଯାଇଛି l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ ଗିରିଜା ଶଙ୍କର ବେହେରା, ଅନ୍ତର୍ଯ୍ୟାମୀ ବେହେରା, ଏବଂ ଦୁଇ  ଝିଅ ନିରୁପମା ବେହେରା, ଲକ୍ଷ୍ମୀପ୍ରିୟା ବେହେରା ଉପସ୍ଥିତ ଥିଲେ I ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ପରିବାର ପକ୍ଷରୁ ଅଧ୍ୟକ୍ଷ ଅମର ତାଣ୍ଡିଆ ଦୁଃଖ ପ୍ରକାଶ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

0
0
0
s2sdefault