ହେଡଲାଇନସ୍:

ବିରିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଡେଙ୍ଗୁ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଳକ ଅନ୍ତର୍ଗତ ବିରିକୋଟ ଗ୍ରାମ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ କୋଭିଡ୍-୧୯ର ନିୟମ ପ୍ରକାର ବିଶ୍ଵ ଡେଙ୍ଗୁ ଦିବସ ପାଳନ ହୋଇଯାଇଛି। ଏହି ଦିବସରେ ଉପସ୍ଥିତ ଅତିଥି ମାନଙ୍କୁ ଚିକିତ୍ସା ଅଧିକାରୀ ଡ଼.ପ୍ରଶାନ୍ତ କୁମାର ସାହୁ ଡେଙ୍ଗୁର ଲକ୍ଷଣ , ଡେଙ୍ଗୁ କିପରି ବ୍ୟାପେ , ପରିବେଶକୁ କିପରି ପରିଷ୍କାର ପରିଚ୍ଛନ୍ନ ରଖିବା , ଡେଙ୍ଗୁ ନ ବ୍ୟାପିବା ପାଇଁ ଜଣ ପଦକ୍ଷେପ ନେବା , ଡେଙ୍ଗୁ ଠାରୁ କିଭଳି ଦୂରେଇ ରହିବା ଆଦି ସଂପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଫାର୍ମାସିଷ୍ଟ ରତ୍ନାକର ପାତ୍ର , ଏଏନ୍ଏମ୍ ଯାଜ୍ଞସେନୀ ବସ୍ତ୍ର ରାୟ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

 

0
0
0
s2sdefault