ହେଡଲାଇନସ୍:

"ସମସ୍ତ କେବୁଲ ଟିଭି କର୍ମଚାରୀ ଓ ଇଣ୍ଟରନେଟ ସେବା ଯୋଗାଉଥିବା କର୍ମଚାରୀମାନଙ୍କୁ ତୁରନ୍ତ 'କରୋନା ଯୋଦ୍ଧା' ମାନ୍ୟତା ଦିଆଯାଉ"

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର : ରାଜ୍ୟରେ ଥିବା ସମସ୍ତ କେବୁଲ ଟିଭି କର୍ମଚାରୀ ଓ ଇଣ୍ଟରନେଟ ସେବା ଯୋଗାଉଥିବା କର୍ମଚାରୀମାନଙ୍କୁ ତୁରନ୍ତ 'କରୋନା ଯୋଦ୍ଧା' ମାନ୍ୟତା ଦେବାକୁ  ଜନତାଦଳ ୟୁନାଇଟେଡ଼ [ଜେଡିୟୁ ] ର ରାଜ୍ୟ ସାଧାରଣ ସମ୍ପାଦକ ତଥା ପ୍ରବକ୍ତା ସୋମନାଥ ରାଉତରାୟଦାବି କରିଛନ୍ତି l 

ଶ୍ରୀ ରାଉତରାୟ କହିଛନ୍ତି ଯେ , କେବୁଲ ଟିଭି କର୍ମଚାରୀ ଓ ଇଣ୍ଟରନେଟ ସେବା ଯୋଗାଉଥିବା କର୍ମଚାରୀ ମାନେ ଜନସାଧାରଣଙ୍କ ସେବାରେ ନିୟୋଜିତ କରି ଗ୍ରାହକ ମାନଙ୍କ ଘର ଭିତରକୁ ପ୍ରବେଶ କରିଥାନ୍ତି l ସେମାନେ ଗ୍ରାହକ ମାନଙ୍କର ଶୟନ କକ୍ଷକୁ ଅବାଧରେ ପ୍ରବେଶ କରି ନିଜ କର୍ତବ୍ୟ ସମ୍ପାଦନା କରନ୍ତି l ସେମାନେ କେବେବି କିଏ ସଂକ୍ରମିତ କିମ୍ବା କିଏ ନୁହଁ , ବାଛ ବିଚାର କରନ୍ତି ନାହିଁ l ଯଦି ସେମାନେ ଘଂଟାଏ ଅନୁପସ୍ଥିତ ରୁହନ୍ତି ତେବେ ଗ୍ରାହକ ଓ ତାଙ୍କ ପରିବାର ର ଜୀବନ ଦୁର୍ବିସହ ହୋଇପଡେ l ହଜାର ହଜାର 'ପ୍ରବାସୀ ବ୍ୟକ୍ତି' ଏହି ମହାମାରୀ ସମୟରେ ଓଡିଶା ଫେରିଆସି ଘରେ ଗୃହ ଅବରୋଧରେ ରହୁଛନ୍ତି  l ସେମାନଙ୍କର ଟିଭି ଓ ଇଣ୍ଟରନେଟ ବ୍ୟବହାର ବିନା ରୋଜଗାର ପନ୍ଥା ନାହିଁ l କାରଣ ସେମାନେ ଅନଲାଇନ କାର୍ଯ୍ୟ କରିଥାନ୍ତି l କେବୁଲ ଟିଭି କର୍ମଚାରୀ ଓ ଇଣ୍ଟରନେଟ ସେବା ଯୋଗାଉଥିବା କର୍ମଚାରୀ ମାନେ କେବେ ବାଛ ବିଚାର ନକରି ନିଜ ଜୀବନକୁ ବାଜି ଲଗାଇ ନିଜ କର୍ତବ୍ୟ ସମ୍ପାଦନ କରିଥାନ୍ତି l

କେବଳ କେବୁଲ ଟିଭି କର୍ମଚାରୀ ଓ ଇଣ୍ଟରନେଟ ସେବା ଯୋଗାଉଥିବା କର୍ମଚାରୀମାନେ ଜନସାଧାରଣ ଓ ତାଙ୍କ ପରିବାର ସହିତ ସିଧାସଳଖ ସଂସ୍ପର୍ଶ ରେ ଆସିଥାନ୍ତି l ଏହି 'ମହାମାରୀ' ସମୟରେ କେତକ 'କେବୁଲ ଟିଭି ଅପରେଟର' ଓ ସେମାନଙ୍କ କର୍ମଚାରୀଙ୍କ ଅକାଳ ମୃତ୍ୟୁ ଘଟିଲାଣି l ସେମାନେ ଅନ୍ୟ ମାନଙ୍କ ଭଳି ପ୍ରକୃତ ଯୋଦ୍ଧା l ସେମାନଙ୍କ ପ୍ରତି ସରକାର ଓ ଅନ୍ୟ ରାଜନୈତିକ ଦଳ ବୈମାତୃକ ଭାବ ପ୍ରଦର୍ଶନ କରିବା ଉଚିତ ନୁହଁ l  ସରକାର ଥରେ ଚିନ୍ତା କରନ୍ତୁ ,ଯଦି କେବୁଲ ଟିଭି କର୍ମଚାରୀ ଓ ଇଣ୍ଟରନେଟ ସେବା ଯୋଗାଉଥିବା କର୍ମଚାରୀ ମାନେ ନିଜ କାର୍ଯ୍ୟ ମହାମାରୀ ସମୟରେ କରୁନଥାନ୍ତେ ତେବେ 'ଲକଡାଉନ' ଓ 'ସଟଡାଉନ' ସମୟରେ ଜନସାଧାରଣ ଘରେ ଆବଦ୍ଧ ରହି ବିନା ଟିଭି ଓ ଇଣ୍ଟରନେଟ ଜୀବନ କେତେ ଅଶ୍ଵସ୍ତିକର ଅନୁଭବ କରିପାରୁନଥାନ୍ତେ କି ? ତୁରନ୍ତ ନିଜ ଭୁଲକୁ ସୁଧାରି ଏହି କର୍ମଚାରୀ ମାନଙ୍କୁ 'କରୋନା ଯୋଦ୍ଧା' ଘୋଷଣା କରିବାକୁ ଶ୍ରୀ ରାଉତରାୟ ସରକାରଙ୍କ ନିକଟରେ ଦାବି କରିଛନ୍ତି l                                                                                                                   

0
0
0
s2sdefault