ହେଡଲାଇନସ୍:

ଦିନକରେ ଗଲା ୪ ଜୀବନ,ଭୟରେ ଗ୍ରାମବାସୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସତ୍କାର ନହୋଇ ଗାଁରେ ୫ଘଂଟାରୁ ଅଧିକ ସମୟ ପଡି ରହିଲା ଶବ

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ବ୍ଲକ ଗିରିଡି ପଲ୍ଲୀ ପଂଚାୟତ ଝାଡସାହି ଗାଁରେ ଗୋଟିଏ ଦିନରେ ୪ ଜଣଙ୍କ ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ସଂକ୍ରମଣ ଭୟରେ ବନ୍ଧୁ ପରିଜନ ଶବ ସଂସ୍କାର ପାଇଁ ଘରୁ ବାହାରି ନଥିଲେ । ଫଳରେ ଶବ ସତ୍କାର  ନହୋଇ ପାରି ଆଜି ଅପରାହ୍ନ ୩ଟା ସମୟରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ୫ଘଂଟାରୁ ଉର୍ଦ୍ଧ ସମୟ ଧରି ଗାଁରେ ପଡିରହିଥିଲା । ଖବରଦାତା ଗଣେଶ୍ୱର ସାହୁଙ୍କ ଠାରୁ ସୂଚାନା ପାଇବା ପରେ ସ୍ଥାନୀୟ ତହସିଲଦାର ବିଜୟୀତା ସାମନ୍ତ ସିଂହାରଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ  ସ୍ୱରୁପ ନୟାଗଡ଼ରୁ ଆମ୍ବଲାନ୍ସ ଡକାଇ ଥିଲେ । ମାତ୍ର ଆମ୍ବଲାନ୍ସ ମଧ୍ୟକୁ ଶବ ଚଢାଇବାକୁ କେହି ଆସିନଥିବାରୁ କିଛି ସମୟ ପାଇଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳରେ ଆଡିସନାଲ ତହସିଲଦାର ନୀରଞ୍ଜନ ନାୟକ, ରଜସ୍ୱ ନିରୀକ୍ଷକ ସୁଧିର ପରିଡା ଏବଂ ସରପଂଚ ସନ୍ୟାସୀ ପ୍ରଧାନ ପହଁଚିବା ପରେ ଶବ ଆମ୍ବଲାନ୍ସକୁ ଉଠାଯିବା ସହିତ ସତ୍କାର  ପାଇଁ ନୟାଗଡ଼ ପଠାଯାଇଥିଲା । ସମସ୍ତ ମୃତକ ମାନେ ହେଲେ ଭରତ ବେହେରା(୭୫), ମୁରଲୀଧର ଡାକୁଆ(୬୫), କୁମାରୀ ଡାକୁଆ(୫୨) ଏବଂ ଗୋଲଖ ପ୍ରଧାନ(୫୮) । ମୁରଲୀଙ୍କର ଚାନ୍ଦପୁର ହସ୍ପିଟାଲରେ ଚିକିତ୍ସା ସମୟରେ ଆଜି ପୂର୍ବାହ୍ନ ୧୧ ସମୟରେ ମୃତ୍ୟୁବରଣ କରିଥିଲେ । ଜ୍ୱରରେ ପିଡିତ ଗୁରୁତ କୁମାରୀଙ୍କୁ ଚିକିତ୍ସା  ପାଇଁ ମହିପୁର ଡାକ୍ତରଖାନାକୁ ନିଆଯିବା ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏବଂ ପରେ ସେ କୋଭିଡ ସଂକ୍ରମିତ ଥିବା ଜଣାପଡିଥିଲା । ଜ୍ୱରରେ ଆକ୍ରାନ୍ତ ଥିବା ଭରତ ବେହେରାଙ୍କର ତାଙ୍କ ଘରେ ଆଜି ମୃତ୍ୟୁ ହୋଇଥିଲା । ସେହିପରି ଜ୍ୱରରେ ଆକ୍ରାନ୍ତ ଗୁରୁତର ଗୋଲଖକୁ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଡାକ୍ତରଖାନାକୁ ନେବା ବାଟରେ ସୁନାମୁହିଁ ଠାରେ ମୃତ୍ୟୁ ହୋଇଥିଲା । ମୃତ ଶରୀରକୁ ଆଣିବା ପରେ ଗାଁରେ ଅପରାହ୍ନ ୩ଟା ସମୟରୁ ସନ୍ଧ୍ୟା ୮ଟା ସମୟ ପର୍ଯ୍ୟନ୍ତ ପଡି ରହିଥିଲା । ସୂଚନା ଥାାଉକି ଝାଡସାହି ଗାଁରେ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଗତ ମେ ମାସ ୨ତାରିଖରୁ ତହସିଲଦାର ଏହି ଗ୍ରାମକୁ ମାଇକ୍ରୋ କଟେଂନମେଂଟ ଅଂଚଳ ଭାବେ ଘୋଷଣା କରିଥିଲେ । ହେଲେ ଏହି ଗ୍ରାମର ଅଧିକାଂଶ ଲୋକ ଥଣ୍ଡା, କାଶ, ଜ୍ୱରରେ ପିଡିତ ଥିବା ବେଳେ କଂଟେନମେଂଟ ଅଂଚଳ ଘୋଷଣା ହେବା ଠାରୁ ଏଜାବତ ପ୍ରଶାସନୀକ ଅଧିକାରୀ କିମ୍ବା ସ୍ୱାସ୍ଥ୍ୟ ଅଧିକାରୀ ଗାଁକୁ ଯାଇ ନଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । 

 

0
0
0
s2sdefault