ଦ୍ୱିତୀୟ ଲହରୀ ପରିପ୍ରେକ୍ଷୀରେ ସମନ୍ୱିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକାରିତାରେ କୋଭିଡ୍-୧୯ ନିୟମାବଳୀ କଡ଼ାକଡ଼ି ଅନୁପାଳନ ଉପରେ ଗୁରୁତ୍ୱ
ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟର ମହିଳା, ଶିଶୁ, କିଶୋରୀ, ଗର୍ଭବତୀ ଓ ପ୍ରସୂତିମାନଙ୍କୁ ସମନ୍ୱିତ ଶିଶୁବିକାଶ ଯୋଜନା ଅଧୀନରେ ଯୋଗାଇ ଦିଆଯାଉଥିବା ବହୁବିଧ ଅଙ୍ଗନବାଡ଼ି ସେବାରେ କୋଭିଡ୍-୧୯ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ନିମନ୍ତେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ଆବଶ୍ୟକୀୟ ମାର୍ଗଦର୍ଶିକା ଜାରି କରାଯାଇଛିା ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ୩୦ଟି ଜିଲ୍ଲାରେ କାର୍ଯ୍ୟ କରୁଥିବା ଡିଏସ୍ଡବ୍ଲ ଓ ଆଇସିଡିଏସ୍ କାର୍ଯ୍ୟକର୍ତ୍ତାମାନଙ୍କ ସହ ଭର୍ଚୁଆଲ ବୈଠକରେ ସମୀକ୍ଷା କରିବା ପରେ ନିର୍ଦ୍ଦେଶକ, ସମନ୍ୱିତ ଶିଶୁବିକାଶ ଏବଂ ସମାଜ କଲ୍ୟାଣ ଶ୍ରୀ ଅରବିନ୍ଦ ଅଗ୍ରଓ୍ୱାଲ ଏହି ମର୍ମରେ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତିା
ପତ୍ରରେ ଉଲ୍ଲେଖ କରାଯାଇଛି, ସଂପ୍ରତି କୋଭିଡ୍-୧୯ର ଦ୍ୱିତୀୟ ଲହରୀ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇଥିବାରୁ ଶିଶୁ, ଗର୍ଭବତୀ ଓ ପ୍ରସୂତିମାନଙ୍କ ପୁଷ୍ଟିସାଧନ, ସ୍ତନ୍ୟପାନ, ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କ(ସାମ୍) ସ୍ୱାସ୍ଥ୍ୟରକ୍ଷା, ଅଙ୍ଗନବାଡ଼ିରେ ହେଉଥିବା ମମତା ଦିବସ, ନିୟମିତ ଟିକାଦାନ ପ୍ରଭୃତି ବିଭିନ୍ନ କାର୍ଯ୍ୟକ୍ରମରେ କୋଭିଡ୍ ସଂପର୍କିତ ସାବଧାନତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ
ହୋଇପଡ଼ିଛିା ଏହି ପରିପ୍ରେକ୍ଷୀରେ ଜାରି ମାର୍ଗଦର୍ଶିକାରେ କୁହାଯାଇଛି, ଆଇସିଡିଏସ୍ କ୍ଷେତ୍ର କର୍ମଚାରୀ ଓ ହିତାଧିକାରୀମାନେ ପରସ୍ପର ସହ ମତବିନିମୟ ସମୟରେ ମୁହଁ ଏବଂ ନାକକୁ ଢାଙ୍କି ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟା ୨ ବର୍ଷରୁ ଉର୍ଧ୍ଵ ବୟସର ପ୍ରତ୍ୟେକ ଶିଶୁ ଘରୁ ବାହାରକୁ ଆସିଲେ ମାସ୍କ ପିନ୍ଧିବୋ ଏ ସଂପର୍କରେ ପିତାମାତାଙ୍କୁ ସଚେତନ କରାଯିବା ସହ ସେମାନେ ଏହା ସୁନିଶ୍ଚିତ କରିବୋ
କୋଭିଡ୍-୧୯ରେ ସଂକ୍ରମିତ ଅଧିକାଂଶ ଶିଶୁ ଲକ୍ଷଣବିହୀନ ବା ଅଳ୍ପ ଲକ୍ଷଣଯୁକ୍ତ ହେଉଥିବାବେଳେ, ଯେଉଁଠାରେ ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳା, କିଶୋରୀମାନଙ୍କ ନିକଟରେ ଥଣ୍ଡା, କାଶ, ଜ୍ୱର, ତରଳ ଝାଡ଼ା, ବାନ୍ତି, ପେଟବଥା, ସ୍ୱାଦ ଏବଂ ଗନ୍ଧ ବାରି ନ'ପାରିବା ଭଳି ଲକ୍ଷଣ ଏବଂ ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ତୁରନ୍ତ କୋଭିଡ୍ ପରୀକ୍ଷା ଓ ଚିକିତ୍ସା କରିବା ସହ ସଙ୍ଗରୋଧରେ ରହିବୋ ସ୍ୱାସ୍ଥ୍ୟରେ ଅବନତି ଦେଖାଦେଲେ ଚିକିତ୍ସା ପାଇଁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଆଡମିଟ କରାଯିବା
ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀଙ୍କ ଘରକୁ ଯାଇ ଶୁଖିଲା ରାସନ ବଣ୍ଟନଠାରୁ ଅଙ୍ଗନବାଡ଼ିରେ ହେଉଥିବା ମମତା ଦିବସ, ଟିକାକରଣ ଦିବସ ଆଦି ପାଳନ ସମୟରେ ଅତିକମରେ ୬ ଫୁଟ(ଦୁଇଗଜ)ର ଦୂରତା ଅବଲମ୍ବନ କରିବୋ ସଂକ୍ରମଣ ପ୍ରତିରୋଧ ନିମନ୍ତେ ସାବୁନ ଓ ପାଣିରେ ଅତି କମ୍ରେ ୪୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ଏବଂ ଆଲ୍କୋହଲ୍ ସାନିଟାଇଜରରେ ହାତ ସଫା କରିବା ସହ ମୁହଁ, ନାକ, ଆଖି ଆଦିକୁ ବାରମ୍ବାର ସ୍ପର୍ଶ ନକରିବାକୁ କୁହାଯାଇଛିା
ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା, ପରିପୂରକ ପୁଷ୍ଟିସାଧନରେ ଦିଆଯାଉଥିବା ଖାଦ୍ୟକୁ ହିତାଧିକାରୀମାନେ ନିଶ୍ଚୟ ଖାଇବା ସହ ଆଇରନ୍/କ୍ୟାଲ୍ସିୟମ୍ ସେବନକୁ ସୁନିଶ୍ଚିତ କରିବା ନିମନ୍ତେ ନିୟମିତ ପରାମର୍ଶ ଦିଆଯିବା ୦-୨ ବର୍ଷ ବୟସର ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମା' ଯଦି କୋଭିଡ୍ରେ ଆକ୍ରାନ୍ତ ହୁଅନ୍ତି, ତେବେ ସମସ୍ତ ସତର୍କତା ଅବଲମ୍ବନ କରି ଶିଶୁକୁ ସ୍ତନ୍ୟପାନ କରାଇବୋ ଶିଶୁମାନଙ୍କୁ ସଦ୍ୟ ପ୍ରସ୍ତୁତ ଲୁଣି, ମିଠା ଏବଂ ଚର୍ବିରହିତ ପୁଷ୍ଟିକର ଖାଦ୍ୟ ଦିଆଯିବ, ଯାହାଦ୍ୱାରା ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ପୂର୍ବରୁ ଚିହ୍ନଟ ହୋଇଥିବା ସାମ୍, ମାମ୍ ଏବଂ ଅତିଶୟ ଅଳ୍ପ ଓଜନ ବିଶିଷ୍ଟ ଶିଶୁମାନଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ନିମନ୍ତେ ସେମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ନିମନ୍ତେ ସିଡିପିଓ, ସୁପରଭାଇଜର ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିା କୋଭିଡ୍-୧୯ ଦ୍ୱିତୀୟ ଲହରୀ ପରିପ୍ରେକ୍ଷୀରେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନିୟମିତ ଭାବେ ତଦାରଖ କରାଯିବ, ଗର୍ଭବତୀ ଏବଂ ପ୍ରସୂତୀ ମହିଳା ତଥା ସାମ୍ ଓ ମାମ୍ ଶିଶୁମାନଙ୍କ ଘର ନିକଟରେ ପୁଷ୍ଟିକର ବଗିଚା ସୃଷ୍ଟିକୁ ଗୁରୁତ୍ୱ ଦିଆଯିବ, ଯାହାଦ୍ୱାରା ସେମାନେ ତାଜା ପନିପରିବା ପାଇପାରିବୋ ପ୍ରତ୍ୟେକ ଶନିବାର ଦିନ କିଶୋରୀମାନଙ୍କୁ ଦିଆଯାଉଥିବା ଆଇରନ୍ ଏବଂ ଫୋଲିକ୍ ଏସିଡ୍ ବଟିକା ଘରପାଖରେ ଆଶା/ଅଙ୍ଗନବାଡ଼ି କର୍ମୀମାନେ ଯୋଗାଇଦେବୋ ସେହିଭଳି ସ୍କୁଲରେ ପଢ଼ୁଥିବା ଛାତ୍ରୀମାନଙ୍କୁ ଏହି ବଟିକା ସେମାନଙ୍କ ମଧ୍ୟାହ୍ନ ଭୋଜନ ରାସନ ସାମଗ୍ରୀ ସହିତ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଯୋଗାଇଦେବୋ ଗର୍ଭବତୀ ମହିଳା ଏବଂ କିଶୋରୀମାନଙ୍କ ନିକଟରେ କୋଭିଡ୍ ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା,ସଙ୍ଗରୋଧ ଏବଂ ଚିକିତ୍ସା କରାଯିବା
କୋଭିଡ୍-୧୯ ଦ୍ୱିତୀୟ ଲହରୀରେ ଯୁବଗୋଷ୍ଠୀ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଦୃଷ୍ଟିକୋଣରୁ ସେମାନଙ୍କୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ସଠିକ ଭାବେ ମାସ୍କ ପରିଧାନ, ନିୟମିତ ବ୍ୟାୟାମ, ହାତଧୁଆ ଅଭ୍ୟାସ ଆଦି ସଂପର୍କରେ ବ୍ୟାପକ ସଚେତନ କରାଯିବା
ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଶିଶୁମାନଙ୍କ ଓଜନ ବୃଦ୍ଧିକୁ ନିୟମିତ ଭାବେ ତଦାରଖ କରାଯିବା ତେବେ ଶିଶୁମାନଙ୍କୁ ଓଜନ କରିବା ସମୟରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛିା ପ୍ରତ୍ୟେକ ଥର ଓଜନ ନେବା ପରେ ଓଜନ ମାପକ ଯନ୍ତ୍ରକୁ ବିଶୋଧନ କରାଯିବା ଆବଦ୍ଧ ଅଞ୍ଚଳ ଘୋଷଣା କରାଯାଇଥିବା ସ୍ଥାନରେ ଯେଉଁଠି ସାମୟିକ ଭାବେ ଏହିସବୁ ଅଙ୍ଗନବାଡ଼ି ସେବା ବନ୍ଦ ରହିଛି, ସେଠାରେ ନିଷୋଧାଦେଶ ଉଠିବା ପରେ ତୁରନ୍ତ ସମସ୍ତ କାର୍ଯ୍ୟକ୍ରମ ଜାରି ରହିବା ତେବେ ଏହି ସମୟ ମଧ୍ୟରେ ଶିଶୁମାନଙ୍କ ନିୟମିତ ଟିକାକରଣ କାର୍ଯ୍ୟକ୍ରମ ଯେପରି ବାଦ୍ ନପଡେ଼ ତାହା ସୁନିଶ୍ଚିତ କରାଯିବା କୋଭିଡ୍-୧୯କୁ ପ୍ରତିହତ କରିବା ନିମନ୍ତେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ କୋଭିଡ୍ ଟିକା ଦିଆଯିବାକୁ ତ୍ୱରାନ୍ୱିତ କରାଯିବା ଏଥିପାଇଁ ଆବଶ୍ୟକ ସ୍ଥଳେ "ଆରୋଗ୍ୟ ସେତୁ' ଆପକୁ ବ୍ୟବହାର କରିବା ନିମନ୍ତେ ପରାମର୍ଶ ଦିଆଯାଇଛିା
ନିକଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମହିଳା, ଗର୍ଭବତୀ ଓ ଶିଶୁମାନଙ୍କର କୋଭିଡ୍ ସମୟରେ ସୁରକ୍ଷା ଉପାୟ ଅବଲମ୍ବନ ସଂପର୍କିତ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ଅତି ସାବଧାନତାର ସହ ପାଳନ କରିବାକୁ ସମସ୍ତ କ୍ଷେତ୍ର କର୍ମଚାରୀଙ୍କୁ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛିା