ହେଡଲାଇନସ୍:

ଅର୍ଡାପାଲ ଗ୍ରାମ କଲଭର୍ଟ ଅସମ୍ପୂର୍ଣ୍ଣ, ଗ୍ରାମବାସୀଙ୍କ ଅସନ୍ତୋଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା - ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଟିକିବା ପଞ୍ଚାୟତ ଅଧୀନରେ ଆସୁଥିବା ଅର୍ଡାପାଲ ଗ୍ରାମରେ ତିଆରି ହେଉଥିବା କଲଭଟ ଟି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡି ରହିଥିବାରୁ  ଗ୍ରାମବାସୀ ପଞ୍ଚାୟତ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳୁଛି l ସୂଚନାଅନୁଯାୟୀ ଟିକିବା ପଞ୍ଚାୟତ ରୁ ଅର୍ଡାପାଲ ଗ୍ରାମକୁ ଯିବା ରାସ୍ତା ଦେଇ ଅନେକ ଗ୍ରାମ ଗୁଡିକ ଅଛି l ହେଲେ ରାସ୍ତା ଟି ଯିବା ଆସିବା ଅସୁବିଧାକୁ ନେଇ ରାସ୍ତା ରେ ଏକ କଲଭଟ ନିର୍ମାଣ ପାଇଁ ୨ଲକ୍ଷ ଅଟକଳ ମୂଲ୍ୟରେ ଏକ କାମ ମଞ୍ଜୁର ହୋଇଥିଲା l ହେଲେ ଆଜିକୁ ଦେଢ଼ ମାସ ହୋଇଯାଇଥିଲେ ମଧ୍ୟ କାମ ଟି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି l ହେଲେ ଏହି ଅଂଚଳର ଲୋକେ ଏହି ରାସ୍ତା ଦେଇ ଡାକ୍ତରଖାନା ଏବଂ ଅନ୍ୟାନ୍ୟ କାମରେ ଏହି ରାସ୍ତା ଦେଇ ଯିବାଆସିବା କରିଥାନ୍ତି l ଏହି ଅଂଚଳବାସୀଙ୍କୁ କମ ଦୂରତା ହେଉଥିବାରୁ ଏହି ରାସ୍ତା ଦେଇ ଯିବାଆସିବା କରିଥାନ୍ତି l କିନ୍ତୁ ଆଜି  ପର୍ଯ୍ୟନ୍ତ କଲଭଟ ରାସ୍ତା ଟି ସମ୍ପୂର୍ଣ୍ଣ ହୋଇପାରୁନି l ଯାହାଫଳରେ ଲୋକେ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପୁଣି ଗୋଟିଏ ରାସ୍ତା ଥିବାରୁ କଲଭଟ ଟି ତିଆରି ହେଉଥିବା ବେଳେ ରାସ୍ତା ପାର୍ଶ୍ୱ ଦେଇ ଲୋକଙ୍କ ପାଇଁ ଯିବାଆସିବା ଏକ ରାସ୍ତା କରାଯିବା କଥା କିନ୍ତୁ କୌଣସି ରାସ୍ତା ତିଆରି କରା ଯାଇନାହିଁ l ଯାହା ଫଳରେ ଗ୍ରାମବାସୀ ନିଜେ କଲଭଟ ପାର୍ଶ୍ୱ ଦେଇ ରାସ୍ତା ନିର୍ମାଣ କରି ଯିବାଆସିବା କରୁଛନ୍ତି l କିନ୍ତୁ ରାସ୍ତା ଟି ବାରମ୍ବାର ବର୍ଷା ହେବା ଯୋଗୁଁ କାଦୁଅ ମାଟି ହୋଇ ଖରାପ ହୋଇଯିବାରୁ ଲୋକେ ଏହି ରାସ୍ତା ଦେଇ ଯିବାଆସିବାରେ ନିଜକୁ ବିପଦ ମନେ କରୁଛନ୍ତି l ଗ୍ରାମବାସୀ ଙ୍କ ଅଭିଯୋଗ କ୍ରମେ କିଛି ଦିନ ତଳେ ଏହି ମାଟି ରାସ୍ତା ଦେଇ ଦି ଜଣ ବାଇକ ଆରୋହୀ ଯାଉଥିବା ବେଳେ ମାଟିରେ ବାଇକ ଖସି ଦୁର୍ଘଟଣାର ସମ୍ମୁଖୀନ ହେଇଛନ୍ତି l ଏହାକୁ ନେଇ ଗ୍ରାମବାସୀଙ୍କ ଯିବା ଆସିବାରେ ବହୁତ ଅସୁବିଧା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏହାକୁ ନେଇ ଟିକବା ପଞ୍ଚାୟତ ନିର୍ବାହୀ ଅଧିକାରୀ ମନୋଜ କୁମାର ସାହୁ ଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଏହି କାମ ଟି ପଞ୍ଚାୟତ ଅଧୀନରେ ଆସୁଛି ଏବଂ କରୋନା ଯୋଗୁଁ କାର୍ଯ୍ୟ ଟି ବନ୍ଦ ଅଛି l ଆଗାମୀ ୧୫ ଦିନ ମଧ୍ୟରେ କାର୍ଯ୍ୟ ଟି ସମ୍ପୂର୍ଣ୍ଣ କରାଯିବ ଏବଂ କାଲି ଠୁ ଆମେ ଜେସିବି ଲଗାଇ ଲୋକଙ୍କ ଯିବା ଆସିବା ପାଇଁ ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ କରିଦେବୁ ବୋଲି କହିଥିଲେ l ଏହି ରାସ୍ତା ର ଅବସ୍ଥା ଦେଖି ତୁରନ୍ତ କଲଭଟ କାମ ଟି ନିର୍ମାଣ କରିବା ପାଇଁ ଗ୍ରାମବାସୀଙ୍କ ସହ ଆଖପାଖ ଅଂଚଳ ବାସୀଙ୍କ ଦାବୀ ହେଉଛି l

0
0
0
s2sdefault