ଲୋକଙ୍କ ଘରକୁ ଯାଇ ପଟ୍ଟା ପ୍ରଦାନ କଲେ ତହସିଲଦାର
ବରଗଡ :- ରାଜ୍ୟ ସରକାର ରାଜସ୍ୱ ବିଭାଗରେ ଅନେକ ପ୍ରକାର ସରଳୀକରଣ କାର୍ଯ ଆରମ୍ଭ କରିଛନ୍ତି । ଗତ ବର୍ଷ ଜମି ରେଜିଷ୍ଟ୍ରେସନ ହେବା ଦିନ ଲୋକଙ୍କୁ ସଂପୃକ୍ତ ଜମିର ପଟ୍ଟା ପ୍ରଦାନ କରିବା ଭଳି ବ୍ୟବସ୍ଥା କରିଥିବା ବେଳେ ଏବେ ଆଉ ଗୋଟେ ପାଦ ଆଗକୁ ଯାଇ ପଟ୍ଟା ହିତାଧିକାରୀ ମାନଙ୍କ ଘରକୁ ପହଞ୍ଚାଇ ଦେବଭଳି ପଦକ୍ଷେପ ଗ୍ରହଣ କରିଛି । ଏହି କ୍ରମରେ ରାଜ୍ୟ ସରକାର ପ୍ରତ୍ୟେକ ତହସିଲରୁ ରାଜସ୍ବ ରଥ ମାଧ୍ୟମରେ ହିତାଧିକାରୀ ମାନଙ୍କୁ ପଟ୍ଟା ପହଞ୍ଚାଇବା କାର୍ଯକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହିକ୍ରମରେ ଆଜି ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ରାଜସ୍ବ ରଥରେ ପାଇକମାଲ ତହସିଲ ଅନ୍ତର୍ଗତ କୋକନରା , ମାଣ୍ଡିଆଢିପା ଗ୍ରାମକୁ ଯାଇ ହିତାଧିକାରୀ ମାନଙ୍କୁ ପଟ୍ଟା ବଣ୍ଟନ କରିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ବର୍ତ୍ତମାନ ରାଜ୍ୟ ସାରା ଲକଡାଉନ । କୋରୋନା ସଂକ୍ରମଣ ଗ୍ରାମାଞ୍ଚଳରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି । ଘରୁ ବାହାରିବା ଏକ ପ୍ରକାର ବିପଦଜନକ ହୋଇପଡିଛି । ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜସ୍ବ ବିଭାଗ ର ରାଜସ୍ୱ ରଥ ମାଧ୍ୟମରେ ଲୋକଙ୍କ ପାଖରେ ରାଜସ୍ବ ବିଭାଗର ସେବା ପହଂଚାଇବା ପାଇଁ ଗ୍ରହଣ ଜରାଯାଉଥିବା କାର୍ଯକ୍ରମକୁ ଲୋକେ ବେଶ ପ୍ରଶଂସା କରିଛନ୍ତି ।