ହେଡଲାଇନସ୍:

 କମ ପୃଷ୍ଠପୋଷକତା : ଆଉ ଦୁଇ ଯୋଡ଼ା ଏକ୍ସପ୍ରେସ ବିଶେଷ ଟ୍ରେନ ବାତିଲ୍ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : କମ ପୃଷ୍ଠପୋଷକତା ଏବଂ କୋଭିଡ୧୯ ସଂକ୍ରମଣ ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଆହୁରି ଦୁଇ ଯୋଡ଼ା ବିଶେଷ ଏକ୍ସପ୍ରେସ ଟ୍ରେନକୁ ନିମ୍ନ ଲିଖିତ ଅନୁଯାୟୀ ଉଭୟ ପାର୍ଶ୍ୱରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି | 

01. 08493/08494 ଭୁବନେଶ୍ୱର-ବାଲାଙ୍ଗୀର-ଭୁବନେଶ୍ୱର ସ୍ପେଶାଲ୍ ଉଭୟ ଦିଗରୁ ମାଇଁ ମାସ 15,16,22 ଏବଂ 23 ତାରିଖ ଦିନ ବାତିଲ୍ ରହିବ |

02. 08561/08562 ବିଶାଖାପାଟନମ୍-କାଚେଗୁଡା-ବିଶାଖାପାଟନମ୍ ବିଶେଷ ଟ୍ରେନ ବିଶାଖାପାଟନମ୍ ଠାରୁ 14 ମଇରୁ 31 ମଇ ପର୍ଯ୍ୟନ୍ତ ଏବଂ କାଚେଗୁଡା ଠାରୁ 15 ମଇରୁ 1 ଜୁନ୍, 2021 ପର୍ଯ୍ୟନ୍ତ ବାତିଲ୍ ରହିବ |

କମ ପୃଷ୍ଠପୋଷକତା ଏବଂ Covid19 ସଂକ୍ରମଣର ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ପୂର୍ବତଟ ରେଳପଥ ଏହାପୂର୍ବରୁ ଚାରି ଯୋଡ଼ା ସ୍ପେଶାଲ ଏକ୍ସପ୍ରେସ ଟ୍ରେନକୁ ବାତିଲ କରିବାକୁ ଘୋଷଣା କରିଛି |  ଏହି ଟ୍ରେନ୍ ଗୁଡିକ ହେଉଛି _ 02866/02865 ପୁରୀ- ଏଲଟିଟି-ପୁରୀ ସାପ୍ତାହିକ ସ୍ପେଶାଲ ଏକ୍ସପ୍ରେସ, 02880/02879 ଭୁବନେଶ୍ୱର-ଏଲଟିଟି- ଭୁବନେଶ୍ୱର ଦ୍ୱି-ସାପ୍ତାହିକ ସ୍ପେଶାଲ ଏକ୍ସପ୍ରେସ, 07488/07487 ବିଶାଖାପାଟନମ-କଡପା-ବିଶାଖାପାଟନମ ଦୈନନ୍ଦିନ ଚଳାଚଳ କରୁଥିବା ଏକ୍ସପ୍ରେସ ସ୍ପେଶାଲ ଏବଂ 02831/02832 ବିଶାଖାପାଟଣା-ଲିଙ୍ଗମପଲ୍ଲୀ-ବିଶାଖାପାଟଣା ଦୈନନ୍ଦିନ ଚଳାଚଳ କରୁଥିବା ଏକ୍ସପ୍ରେସ ସ୍ପେଶାଲ୍ |

0
0
0
s2sdefault