ହେଡଲାଇନସ୍:

ରାୟଗଡାରେ ନୂତନ ଏସଡିପିଓ ଭାବେ ଯୋଗଦେଲେ ଦେବଜ୍ୟୋତି ଦାଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ କୁମାର ସାହୁ) :  ନୂତନ ଏସଡିପିଓ ଭାବେ ରାୟଗଡାରେ ଯୋଗଦାନ କରିଛନ୍ତି ଦେବଜ୍ୟୋତି ଦାଶ ( ଓପିଏସ) । ପୂର୍ବରୁ କାର୍ଯ୍ୟରତ ଏସଡିପିଓ ତପନ ନାରାୟଣ ରଥଙ୍କୁ କଳାହାଣ୍ଡି ଜିଲ୍ଲା ବଦଳି ପରେ ଶ୍ରୀ ଦାଶ ନୂତନ ଏସଡିପିଓ ଭାବେ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ରାୟଗଡା ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଅପରାଧିକ ଗତିବିଧିକୁ ନିୟନ୍ତ୍ରଣାଧୀନ କରିବା ଓ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କାମ କରିବେ ବୋଲି ଶ୍ରୀ ଦାଶ ପ୍ରକାଶ କରିଥିଲେ । ଏଥି ପୂର୍ବରୁ ଶ୍ରୀ ଦାଶ  କମିଶନରେଟ ପୋଲିସ ଅଧିନରେ ଏସିପି ଟ୍ରାଫିକ ଭାବେ ନିଜ ଦାୟିତ୍ୱକୁ ସୂଚାରୁରୂପେ ସଂପାଦନ କରିଥିଲେ । ଏସଡିପିଓ ଭାବେ କାର୍ଯ୍ୟରେ ଯୋଗ ଦେବା ପରେ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ  ତରଫରୁ ଶ୍ରୀ ଦାଶଙ୍କୁ ଶୁଭେଛା ଜଣାଇଥିଲେ ।

0
0
0
s2sdefault