ହେଡଲାଇନସ୍:

କୋଭିଡି ପରିସ୍ଥିତିର ମୁକାବିଲା : ବରିଷ୍ଠ ଅଧିକାରୀଙ୍କ ସହ ଡିଜି କଲେ ସ୍ଥିତିର ସମୀକ୍ଷା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ (ଶାସକ ପ୍ରଶାସକ) ; ରାଜ୍ୟରେ କୋଭିଡି ପରିସ୍ଥିତିର ମୁକାବିଲା କାର୍ଯ୍ୟରେ ପୋଲିସ ନିଜକୁ ନିୟୋଜିତ କରିଥିବା ବେଳେ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟ ପରିସରରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆରକ୍ଷୀ ମହାନିର୍ଦ୍ଦେଶକ  ଅଭୟ ରାଜ୍ୟର ସମସ୍ତ ଏସ୍ପି, ରେଞ୍ଜ ଡିଆଇଜି, ଆଇଜିଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ନିମ୍ନଲିଖିତ ବିଷୟବସ୍ତୁ ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା

୧. ରାଜ୍ୟରେ ବର୍ତମାନ କୋଭିଡ୍ ସ୍ଥିତିର ସମୀକ୍ଷା ।

୨. ସାରା ରାଜ୍ୟରେ କୋଭିଡ୍ ଏନ୍ଫୋର୍ସମେଂଟ•, ଲକ୍ଡାଉନ୍ ଏବଂ ସପ୍ତାହନ୍ତ ସଟ୍ଡାଉନର ସମୀକ୍ଷା ।

୩. ପଶ୍ଚିମବଙ୍ଗ,ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ରହିଥିବା ବର୍ଡର୍ ଚେକ୍ ପୋଷ୍ଟର ସମୀକ୍ଷା ।

୪. ସାରା ରାଜ୍ୟରେ ଭେକ୍ସିନ୍ ଦିଆଯାଉଥିବା କେନ୍ଦ୍ରଗୁଡ଼ିକରେ ଜନଗହଳିକୁ ନିୟନ୍ତ୍ରଣ କରିବା ସଂକ୍ରାନ୍ତରେ ସମୀକ୍ଷା ।

୫. କୋଭିଡ୍ ଔଷଧ, ଅକ୍ସିଜେନ୍ ସିଲିଣ୍ଡର୍ କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସଂକ୍ରାନ୍ତେ ।

୬. ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ୍ ମୁତୟନ ସଂକ୍ରାନ୍ତୀୟ ।

୭. କରୋନା ସମ୍ପର୍କିତ ତଥା ପୋଲିସ୍ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ଯଥା:- ସ୍ୱାସ୍ଥ୍ୟ ପରୀକ୍ଷା, ଭେକ୍ସିନେସନ୍ ଇତ୍ୟାଦି ।

୮. ପୋଲିସ୍ କର୍ମଚାରୀଙ୍କ ଦ୍ୱାରା ପ୍ଲାଜ୍ମା ପ୍ରଦାନ ଆଦିର ସମୀକ୍ଷା କରାଯାଇଥିଲା ।

ପ୍ରକାଶ ଥାଉ କି, ୧ ଅପ୍ରେଲ୍ ୨୦୨୧ଠାରୁ ବର୍ତମାନ ପର୍ଯ୍ୟନ୍ତ ମାସ୍କ ଏବଂ ସାମାଜିକ ଦୂରତା ଉଲଂଘନକାରୀଙ୍କ ବିରୋଧରେ ଓଡ଼ିଶା ପୋଲିସ୍ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏପର୍ଯ୍ୟନ୍ତ ୨,୫୯,୨୪୬ଜଣ ବ୍ୟକ୍ତିଙ୍କଠାରୁ ୮,୦୭,୭୨,୬୩୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏହା ବ୍ୟତୀତ କୋଭିଡ୍ ନିୟମ ଉଲଂଘନ କରିଥିବା ଅଭିଯୋଗରେ ପୋଲିସ୍ ୧୩୬ଟି ମାମଲା ପଞ୍ଜିକୃତ କରି ୬୬୨ ଜଣଙ୍କୁ ଗିରଫ କରିଛି । ୨୦୨୬ଟି ଅବକାରୀ ମାମଲା ପଞ୍ଜିକରଣ କରାଯାଇ ୩୮,୨୬୬.୬୬ ଲିଟର୍ ମଦ ଜବତ କରାଯାଇଛି ।

କୋଭିଡ୍ ନିୟମ ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିଥିବା ୟୁପିଡି କଟକ,ସମ୍ବଲପୁର, ୟୁପିଡି ଭୁବନେଶ୍ୱର, ବାଲେଶ୍ୱର ଏବଂ ପୁରୀ ଜିଲ୍ଲାକୁ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ପ୍ରଶଂସା କରିଥିଲେ । ଏହାସହ ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ, ସମ୍ବଲପୁର ଏବଂ ଭଦ୍ରକ ଜିଲ୍ଲାରେ କୋଭିଡ୍ ନିୟମ ଉଲଂଘନକାରୀଙ୍କଠାରୁ ସର୍ବାଧିକ ଜୋରିମାନା ଆଦାୟ କରାଯାଇଥିବାରୁ ସମ୍ପୃକ୍ତ ଜିଲ୍ଲାର ଏସ୍ପିଙ୍କୁ ପ୍ରଶଂସା କରିଥିଲେ ।

ଗତ କିଛି ଦିନ ଧରି ରାଉରକେଲା, ଯାଜପୁର, ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାରୁ ପୋଲିସ୍ ସୁରକ୍ଷା ବଳୟରେ ଦେଶର ବିଭିନ୍ନ ସ୍ଥାନକୁ ଅକ୍ସିଜେନ୍ ସିଲିଣ୍ଡର୍ ପଠାଯାଉଛି । ଏହି କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରୁଥିବାରୁ ଉକ୍ତ ଜିଲ୍ଲାର ଏସ୍ପିଙ୍କୁ ଡିଜିପି ପ୍ରଶଂସା କରିଥିଲେ ।

ଏହାବ୍ୟତୀତ କୋଭିଡ୍ ଏନ୍ଫୋର୍ସମେଂଟ• କାର୍ଯ୍ୟକୁ ସଠିକ୍ ଭାବେ ସମ୍ପାଦନ କରିବା, ଲକ୍ଡାଉନ୍ ଓ ସପ୍ତାହନ୍ତ ସଟ୍ଡାଉନର  ସୁପରିଚାଳନା, ଭେକ୍ସିନ୍ ପ୍ରଦାନ କରାଯାଉଥିବା କେନ୍ଦ୍ରରେ ପୋଲିସ୍ର ଉପସ୍ଥିତି ଏବଂ ସଠିକ୍ ପରିଚାଳନାକୁ ସମ୍ପାଦନ କରୁଥିବା ପୋଲିସ କର୍ମଚାରୀ, ଏସ୍ପି ଏବଂ ଡିସିପିମାନଙ୍କୁ ଡିଜିପି ପ୍ରଶଂସା କରିଥିଲେ । ଏହାସହ କୋଭିଡ୍ ଆକ୍ରାନ୍ତ ରୋଗୀଙ୍କୁ ଅଧିକ ସଂଖ୍ୟାରେ ପ୍ଲାଜ୍ମା ଦାନ କରିବାକୁ ପୋଲିସ୍ ଅଧିକାରୀ/କର୍ମଚାରୀଙ୍କୁ ଡିଜିପି କହିଥିଲେ ।

ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ସମୟରେ ସାଧାରଣ ଲୋକଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ନେଇ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ଡିଜିପି ସମସ୍ତ ଜିଲ୍ଲାର ଏସ୍ପି/ଡିସିପିଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି । ଏହାସହ ସମସ୍ତ ହେଲ୍ପ ଲାଇନ୍ ନମ୍ବର ଯୋଗେ ଲୋକଙ୍କ ଅଭିଯୋଗକୁ ଗ୍ରହଣ କରିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଛନ୍ତି ।

ଏହାବ୍ୟତୀତ ଟେଲିଫୋନ୍ ମାଧ୍ୟମରେ ଅଭିଯୋଗ ଗ୍ରହଣ ଏବଂ ତତ୍ ସଂକ୍ରାନ୍ତୀୟ ପ୍ରତିକାର ବ୍ୟବସ୍ଥା, ସ୍ପେଶାଲ ରିପୋର୍ଟ ସଂକ୍ରାନ୍ତୀୟ ମାମଲାର ଉପଯୁକ୍ତ ତଦନ୍ତ ଏବଂ ପରିଚାଳନା, ସମ୍ପତି ସଂକ୍ରାନ୍ତୀୟ ମାମଲାର ତଦନ୍ତ, ଇ-ସର୍ଭିସ୍ ବହିର ଅପ୍ଡେଟ୍ ସଂକ୍ରାନ୍ତରେ ଡିଜିପି ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ଉକ୍ତ କନ୍ଫରେନନସରେ  ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ମୁଖ୍ୟାଳୟ) ଲଳିତ ଦାସ, ଅତିରକ୍ତ ଆରକ୍ଷୀ ମହାନିଦେ୍ର୍ଧଶକ (କ୍ରାଇମ୍ବ୍ରାଂଚ ତଥା ଆଇନ୍ ଏବଂ ଶୃଙ୍ଖଳା) ଯଶୋୱନ୍ତ ଜେଠୱା,ଆଇଜି (ପ୍ରୋଭିଜନିଂ) ଯତୀନ୍ଦ୍ର କୋଏଲ୍, ଆଇଜି (ପୋର୍ସନେଲ୍) ଏସ୍.ପ୍ରବୀଣ କୁମାର, ଆଇଜି(କ୍ରାଇମ ବ୍ରାଞ୍ଚ), ଅମିତେନ୍ଦ୍ର ନାଥ ସିହ୍ନା, ଡିଆଇଜି (କେନ୍ଦ୍ରାଂଚଳ) ଜୟନାରାୟଣ ପଙ୍କଜ, ଏଆଇଜି (ମୁଖ୍ୟାଳୟ ) ପ୍ରତ୍ୟୁଷ ଦିବାକର ପ୍ରମୁଖ ଉପସ୍ଥିତ ଥିଲେ । 

0
0
0
s2sdefault