ହେଡଲାଇନସ୍:

ଅଦ୍ୟାବଧି ଓଡିଶାରୁ ଅନ୍ୟ ରାଜ୍ୟକୁ ଗଲାଣି  ୧୧୧୨୧.୪୧୯ ଟନରୁ ଅଧିକ ଅକ୍ସିଜେନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଗତ କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଜୋଗାଣ କାର୍ଯ୍ୟ ଜାରିରହିଛି । ଅଦ୍ୟାବଧି ୬୦୪ଟି ଟ୍ୟାଙ୍କରରେ ୧୧୧୨୧.୪୧୯ଟନ୍ରୁ ଅଧିକ ଅକ୍ସିଜେନ ଭିନ୍ନ ଭିନ୍ନ ରାଜ୍ୟକୁ ପଠାଯାଇଛି । ଅନୁଗୁଳ, ରାଉରକେଲା, ଢେଙ୍କାନାଳଏବଂ ଯାଜପୁରଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା,  ବିହାର, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତରପ୍ରଦେଶ, ହରିୟାଣାକୁ ଅକ୍ସିଜେନ୍ ପଠାଯାଇଛି । ଅକ୍ସିଜେନ୍ନେଇ ଯାଉଥିବାଟ୍ୟାଙ୍କର୍ଗୁଡ଼ିକରସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍କରିଡ଼ର୍ ପ୍ରସ୍ତୁତକରାଯାଇଛି ।ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍ ନେଇ  ଯାଉଥିବା ଟ୍ୟାଙ୍କର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେନେଇ ରାଜ୍ୟ ପୋଲିସ୍  ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅନୁଗୁଳ ଜିଲ୍ଲାରୁ୫୮ ଟି ଟ୍ୟାଙ୍କରରେ ୯୬୨.୨୦୨ଟନ୍, ଢେଙ୍କାନାଳ ଜିଲ୍ଲାରୁ ୧୬୪ଟି ଟ୍ୟାଙ୍କରରେ୨୬୦୫.୫୩ ଟନ୍ , ଯାଜପୁର ଜିଲ୍ଲାରୁ୧୪୧ଟି ଟ୍ୟାଙ୍କରରେ ୨୯୨୦.୮୧୨ଟନ୍ଏବଂ ରାଉରକେଲାରୁ ୨୪୧ଟି ଟ୍ୟାଙ୍କରରେ ୪୬୩୨.୮୭୫ଟନ୍ ଅକ୍ସିଜେନ ଭିନ୍ନ ଭିନ୍ନ ରାଜ୍ୟକୁ ପଠାଯାଇଛି ।

୧୮୧ଟି ଟ୍ୟାଙ୍କରରେ  ଆନ୍ଧ୍ରପ୍ରଦେଶକୁ ୩୬୦୬.୨୧୪ଟନ୍, ୧୬୦ଟି ଟ୍ୟାଙ୍କରରେ ତେଲେଙ୍ଗାନାକୁ ୨୭୨୩.୮୯୯ଟନ୍, ତାଲିମନାଡୁକୁ ୧୨ଟି ଟ୍ୟାଙ୍କରରେ୨୩୪.୯୪ଟନ୍, ହରିୟାଣାକୁ ୮୯ଟି ଟ୍ୟାଙ୍କରରେ ୧୬୭୦.୭୬୨ଟନ୍, ମହାରାଷ୍ଟ୍ରକୁ ୨୭ଟି ଟ୍ୟାଙ୍କରରେ ୪୬୫.୮୩୧ଟନ୍, ଛତିଶଗଡ଼କୁ ୨୨ଟି ଟ୍ୟାଙ୍କରରେ ୩୩୭.୧୨୨ ଟନ୍, ଉତରପ୍ରଦେଶକୁ ୪୪ଟି ଟ୍ୟାଙ୍କରରେ ୮୭୨.୮୩ ଟନ, ୫୦ଟି ଟ୍ୟାଙ୍କରରେ ୮୭୨.୮୩ଟନ୍ ମଧ୍ୟପ୍ରଦେଶକୁ, ୧୫ଟି ଟ୍ୟାଙ୍କରରେ ଦିଲ୍ଲୀକୁ୨୭୪.୮୬ଟନ୍, ୦୨ଟି ଟ୍ୟାଙ୍କରରେ ପଞ୍ଜାବକୁ୫୮.୨୨ଏବଂ୦୨ଟି ଟ୍ୟାଙ୍କରରେ ବିହାରକୁ ୩୧.୨୯ ଟନ୍ ଅକ୍ସିଜେନ ଯୋଗାଇ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ  (ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । ଜିଲ୍ଲାର ସମସ୍ତ ଏସ୍ପି/ ଡିସିପି / ରେଂଜ ଡିଆଇଜି/ ଆଇଜିଏବଂପୋଲିସ୍ କମିଶନର ନିଜ ନିଜ ଅଂଚଳରେଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ  ନିର୍ଦ୍ଦେଶ ଦିଆଯାଇଛି ।

ଅକ୍ସିଜେନ୍ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟ ଗୁଡ଼ିକରେ ଟ୍ୟାଙ୍କରଗୁଡିକୁ ସୁରକ୍ଷିତଭାବେ  ନିର୍ଦ୍ଧାରିତ ସ୍ଥାନରେ ପହଁଚାଇବାକୁ ରାଜ୍ୟ ପୋଲିସ୍ ସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି ।

 

0
0
0
s2sdefault