ହେଡଲାଇନସ୍:

କୋଭିଡ୍ ମୁକାବିଲା ପାଇଁ ଓଡିଶାକୁ କେନ୍ଦ୍ରର ୩୩୩.୮ କୋଟି ଅନୁଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟର ଗ୍ରାମାଂଚଳରେ କରୋନା ମୁକାବିଲା ସୁଦୃଢ ହେବ-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,- କୋଭିଡ଼୍ -୧୯ ମହାମାରୀର ମୁକାବିଲା ତଥା ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଭିତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ଼ିଶାକୁ ୩୩୩.୮ କୋଟି ଟଙ୍କା ସମେତ ୨୫ଟି ରାଜ୍ୟର ପଂଚାୟତକୁ ୮ ହଜାର ୯୨୩.୮ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଦେଶର ସମସ୍ତ ନାଗରିକଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ମୋଦି ସରକାରଙ୍କ ପ୍ରାଥମିକତାରେ ରହିଛି । ଚଳିତବର୍ଷର ପ୍ରଥମ କିସ୍ତିରେ ମିଳିଥିବା ଏହି ଆର୍ଥିକ ସହାୟତା ଓଡ଼ିଶାର ଗ୍ରାମାଂଚଳର ଲୋକମାନଙ୍କୁ ଏହି ସଂକଟ ସମୟରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବ  ।

ମୋଦି ସରକାର ଓଡ଼ିଶାକୁ ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି । ୨୦୨୦-୨୧ ଆର୍ଥିକ  ବର୍ଷ ପାଇଁ ମୋଦି ସରକାର ଓଡ଼ିଶାର  ଗ୍ରାମାଂଚଳ ସ୍ୱାୟତ ସଂସ୍ଥା ଗୁଡ଼ିକୁ ୨,୨୫୮ କୋଟି ଟଙ୍କା ଏବଂ ସହରାଂଚଳ ସ୍ୱାୟତ ସଂସ୍ଥା ଗୁଡ଼ିକୁ ୧ ହଜାର ୮୭ କୋଟି ଟଙ୍କା ପ୍ରଦାନ କରିଥିଲେ  ।

0
0
0
s2sdefault