ହେଡଲାଇନସ୍:

ବୁଲା ଗାଈ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲଷ ଟଙ୍କା ସହାୟତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Odisha Next Big State in BJP Conquer East Policy But It Must Manoeuvre  Tricky Equation with Patnaik

ଭୁବନେଶ୍ୱର:  କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ  ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି  ।  ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର  ଆଦି ପ୍ରାଣୀମାନେ  ଖାଦ୍ୟ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ 48 ଟି ମ୍ୟୁନିସପାଲଟି ଓ 61 ଟିଏନ୍ଏ ସି  ମାନଙ୍କୁ ଷାଠିଏ  ଲଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି । ଏହି ଅର୍ଥରେ   ସେମାନେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ  ବୁଲା ପ୍ରାଣୀ ମାନଙ୍କୁ ଖାଦ୍ୟ ଯୋଗାଇ ଦେବେ ।

ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ କୋଡ଼ିଏ ହଜାର ଟଙ୍କା ,କଟକ ,ସମ୍ବଲପୁର,ରାଉରକେଲା, ଓ ଵ୍ରହ୍ମପୁର  ମହାନଗର ନିଗମ ଦୈନିକ ଦଶହଜାର ଟଙ୍କା ,ମ୍ୟୁନିସପାଲଟି ମାନେ ଦୈନିକ ପାଞ୍ଚ ହଜାର ଟଙ୍କା ଓ ଏନ ଏ ସି ମାନେ ଦୈନିକ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ।

0
0
0
s2sdefault