ଶ୍ରୀ ଦରୱାନଙ୍କର ଠାରୁ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ ପାତ୍ର
ବରଗଡ :- ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳ ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ତ୍ରିଲୋଚନ ପାତ୍ର | ପଦ୍ମପୁର ଉପଜିଲ୍ଲାପାଳଙ୍କର କାର୍ଯ୍ୟାଳୟରେ ନୂତନ ଉପଜିଲ୍ଲାପାଳ ଶ୍ରୀ ପାତ୍ର ବିଦାୟୀ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଙ୍କର ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ବର୍ତମାନ ଉପଖଣ୍ଡରେ ମୁଖ୍ୟ ସମସ୍ୟା ହେଲା କୋରୋନା ମହାମାରୀ ଉପରେ ନିୟନ୍ତ୍ରଣ କରିବା । ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କର ସହିତ ତାଳମେଳ ରଖି ଏହି ମହାମାରୀ ମୁକାବିଲା କରିବା ଉପଜିଲ୍ଲାପାଳ ଶ୍ରୀ ପାତ୍ରଙ୍କର ବର୍ତମାନ ମୁଖ୍ୟ କାମ । ଶ୍ରୀ ପାତ୍ର ଏହା ପୂର୍ବରୁ ସମ୍ବଲପୁର ଆରଟିଓ ଭାବରେ କାର୍ଯ୍ୟ ତୁଲାଇ ସାରିଛନ୍ତି ।