ହେଡଲାଇନସ୍:

 ବିନା ଶ୍ରଦ୍ଧାଳୁରେ  ସରିଲା ଶ୍ରୀରାମ ନବମୀ ଯାତ୍ରା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅନ୍ତିମ ସନ୍ଧ୍ୟାରେ ପ୍ରଭୁଙ୍କ ଦୁର୍ଲ୍ଲଭ ରାଜ୍ୟାଭିଷେକ ବେଶ

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର): ନୟାଗଡ ଜିଲ୍ଲା ଓଡଗାଁରେ ବିରାଜିତ ପ୍ରଭୁ  ଶ୍ରୀଶ୍ରୀ ରଘୁନାଥ ଜୀଉଙ୍କ ମହାର୍ଘ୍ୟ ଶ୍ରୀରାମ ନବମୀ ଯାତ୍ରା ବିନା ଶ୍ରଦ୍ଧାଳୁରେ ସମାପନ ହୋଇଛି ଶେଷ ସନ୍ଧ୍ୟାରେ ରାଜ୍ୟାଭିଷେକ ବେଶ ସହ | । ପ୍ରତିବର୍ଷ ଭଳି ଶ୍ରୀରାମଙ୍କ ଜନ୍ମ ଯାତ୍ରା ଠାରୁ ସୀତା ବିବାହ ଏବଂ ବନବାସ ଠାରୁ ସିଂହାସନ ଆରୋହଣ ପର୍ଯ୍ୟନ୍ତ ଯାତ୍ରା କାର୍ଯ୍ୟକ୍ରମ କୋଭିଡ କଟକଣା ମଧ୍ୟରେ ପରମ୍ପରା ଓ ରିତି ନୀତି ଆଧାରରେ ପାଳିତ ହୋଇଯାଇଛି । ଗତ ବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କର ଦିବ୍ୟବେଶ ଦର୍ଶନରୁ ବଞ୍ଚିତ ରହିଥିଲେ ।  ୧୪ବର୍ଷର ବନବାସ ପରେ ପ୍ରଭୁଙ୍କର ରାଜ୍ୟାଭିଷେକ ବେଶ ଥିଲା ଦୁର୍ଲ୍ଲଭ | ନାନାଦି ମୁଲ୍ୟବାନ ବସ୍ତ୍ର  ଅଳଙ୍କାରରେ ସଜ୍ଜିତ ହୋଇ ରତ୍ନବେଦିରେ ଶାନ୍ତକାନ୍ତ ନବଦୁର୍ବାଦଳ ରୂପକାନ୍ତି ପ୍ରଭୁ ଶ୍ରୀରାମଙ୍କ ସଙ୍ଗରେ ମାତା ସୀତା ରହିଥିଲେ। ପଶ୍ଚାତରେ ଲକ୍ଷ୍ମଣ ଛତ୍ରଧରି ଦଣ୍ଡାୟମାନ ରହିଥିବା ବେଳେ ଭରତ ଏବଂ ଶତ୍ରୁଘ୍ନ ଆଲଟ ଚାମର ଚାଳନା କରୁଥିଲେ । ମହାରାଜା ସୁଗ୍ରୀବ, ଲଙ୍କାପତି ବିଭୀଷଣ, ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ବଶିଷ୍ଠ, ମହର୍ଷି ବିଶ୍ଵାମିତ୍ର, ନଳ, ନୀଳ, ଜାମ୍ବବାନ ଆଦି ଅଷ୍ଟସେନାଧ୍ୟକ୍ଷଙ୍କ ସହିତ ପ୍ରଭୁଙ୍କ ରାଜଦରବାରର ଚତୁଃପାଶ୍ୱର୍ରେ ଉପସ୍ଥିତ ରହିଥିଲେ । ଶ୍ରୀରାମ ନବମୀ ଯାତ୍ରା ମନ୍ଦିର ପରିଚ୍ଛା, ପାଳିଆପଣ୍ଡା, ପୂଜକ ପରିଷଦ କର୍ମକର୍ତ୍ତା ଏବଂ ମନ୍ଦିର ପରିଚାଳକଙ୍କ ସହଯୋଗରେ ଶୃଙ୍ଖଳିତ ଭାବରେ ସମାପିତ ହୋଇଥିଲା ।

0
0
0
s2sdefault