ହେଡଲାଇନସ୍:

ମଙ୍ଗନ ଭୋଜି ଖାଇ ଜଣେ ମହିଳା ମୃତ,୨୫ରୁ ଉର୍ଦ୍ଧ୍ବ ଆକ୍ରାନ୍ତ। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ଥାନା କୁରୁମଵାଙ୍କତରା ଗ୍ରାମର ଆଡୁଆସାହିରେ ମଙ୍ଗନ ଭୋଜିଖାଇ ଜଣେ ମହିଳାଙ୍କ ଶୁକ୍ରବାର ଵିଳମ୍ଵିତ ରାତିରେ ଚିକିତ୍ସା ସମୟରେ ନୟାଗଡ଼ ମୁଖ୍ୟ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବାଵେଳେ ୨୫ରୁ ଉର୍ଦ୍ଧ୍ବ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ସରକାରୀ/ ଵେସରକାରୀ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି।ମୃତକ ଜଣକ କୁରୁମଵାଙ୍କତରା ଗ୍ରାମର ରାଧା ଵାରିକଙ୍କ ସ୍ତ୍ରୀ ମାଟିଆଣୀ ଵାରିକ (୫୫) । ଗତ ଗୁରୁବାର ସନ୍ଧ୍ୟାରେ ଵିଵାହ ପୂର୍ବରୁ ଆୟୋଜିତ ଏକ ମଙ୍ଗନ ଭୋଜିରେ ହାଲ ଵାରିକଙ୍କ ପରିବାର ସହିତ ଅନ୍ୟ ଜ୍ଞାତି କୁଟୁମ୍ବ ମାନେ ଅଂଶଗ୍ରହଣ କରିଥିଲେ। ଶୁକ୍ରବାର ସକାଳୁ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା।

0
0
0
s2sdefault