ବରଗଡ :- ବରଗଡ଼ ଜିଲ୍ଲାର ବରପାଲିରେ ଦେଖିବାକୁ ମିଳିଛି ଏକ କରୁଣ କାହାଣୀ । ପୁଅକୁ ଗତ 22 ତାରିଖରେ ହୋଇଥିଲା କରୋନା ପଜିଟିଭ | ପୁଅର ଚିନ୍ତା କରି ଶେଷ ରେ ଆଖି ବୁଝିଥିଲେ 75 ବର୍ଷୀୟ ବୃଦ୍ଧ ବାପା । ବିଡମ୍ବନାର କଥା ଶେଷ କୃତ୍ୟ ପାଇଁ କେହି ପହଁଚିଲେ ନାହିଁ । କାରଣ କାଲେ ଆମକୁ କରୋନା ହେଇଯିବ କି | ଶେଷରେ ଖବର ଯାଇ ପହଁଚିଲା ବିଜୁ ଯୁବ ଜିଲ୍ଲା ସଭାପତି ତଥା ଲାଇଫ ଲାଇନର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ପାଖକୁ । ଶ୍ରୀ ତ୍ରିପାଠୀ ସନ୍ଧ୍ୟାରେ ସଂଗେ ସଂଗେ ତାଙ୍କ ଘରକୁ ଯାଇ ଦେଖିଲେ କୋଭିଡିରେ ଆକ୍ରାନ୍ତ ହୋଇଥିବା ଅସହାୟ ପୁଅ ବସିଛି ମୁଣ୍ଡରେ ହାତ ଦେଇ । ଅନ୍ୟ ଜଣେ ପୁତ୍ର ଆସିବାକୁ ମନା କରିଦେଇଥିଲା | ସଂଗେ ପାଖ ପଡୋଶୀର ମାତ୍ର ହାତ ଗଣତି କିଛି ଲୋକ ସୁଜିତ ବାବୁ,ବିଶ୍ୱ ବିରତିଆ,ରୋହିତ ଅଗ୍ରୱାଲ,ଗଣେଶ ବାଗ,ଚିନ୍ତାମଣି ବାଗଙ୍କ ସହିତ ମାନବିକତା ଦେଖାଇ ସବ ସଂସ୍କାର କରିବା ପାଇଁ ଗାଡି କାଠ ଯୋଗାଡ଼ କରି ହିନ୍ଦୁ ରୀତି ନୀତି ରେ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା ।
ପୁଅ ଯୋଉଠି ମନା କରିଦେଲା ମାଁର ଶବ ସତ୍କାର ପାଇଁ, ସେଠି ପ୍ରଦ୍ୟୁମ୍ନ ଏବଂ ଅନ୍ୟ ସହଯୋଗୀମାନଙ୍କ କାର୍ଯ୍ୟକୁ ଅଂଚଳ ବସି ମାନଙ୍କୁ ବେଶ ପ୍ରଶଂସା କରିଛନ୍ତି । ଜିଲ୍ଲା ଯୁବ ସଭାପତି ଙ୍କର ଏହି କାର୍ଯ୍ୟକୁ ସ୍ଥାନୀୟ ବିଧାୟିକାଙ୍କର ସହିତ ଅନେକ ବ୍ୟକ୍ତି ପ୍ରଶଂସା କରିଛନ୍ତି । ମହାମାରୀର ଏହି ଘଡିସନ୍ଧି ମୁହୂର୍ତ୍ତରେ ସାଧ୍ୟ ଓ ଆବଶ୍ୟକତା ମୁତାବକ ଲୋକଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ଶ୍ରୀ ତ୍ରିପାଠୀ ।