ଜଳବାୟୁ ପରିବର୍ତନ ଓ ସବୁଜ ଇନ୍ଧନ ଉପରେ ବିଶ୍ୱର ଉର୍ଜା ନେତୃତ୍ୱଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଶ୍ୱର ସ୍ୱଚ୍ଛ ଇନ୍ଧନ ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ  ଭୂମିକା ଗ୍ରହଣ କରିବ ଭାରତ - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, – ଜଳବାୟୁ ପ୍ରସଙ୍ଗ ଉପରେ ଆୟୋଜିତ ହେବାକୁ ଥିବା ନେତୃବର୍ଗଙ୍କ ଶିଖର ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶିଷ୍ଟ ଉର୍ଜା ବିଶେଷଜ୍ଞ ଆମୋସ୍ ହୋଷ୍ଟେନଙ୍କ ସହ ଆଟଲାଂଟିକ୍ କାଉନସିଲର ‘ରେଜିଂ ଏମ୍ବିସନ ସିରିଜ’ରେ ଭାରତର ଜଳବାୟୁ ପରିବର୍ତନ ଏଜେଣ୍ଡା ଉପରେ ଆଲୋଚନା କରିଛନ୍ତି । ସେହିପରି “ଜଷ୍ଟ ଟ୍ରାନଜିrନ ଟୁ ଏ

ଗ୍ଲୋବାଲ କ୍ଲିନ୍ ଏନର୍ଜି ଫ୍ୟୁଚର” ଉପରେ ଆୟୋଜିତ ପୃଥକ ଆଲୋଚନା ଚକ୍ରରେ ଶ୍ରୀ ପ୍ରଧାନ ଆମେରିକାର ଉର୍ଜା ସଚିବ ଜେନିଫର ଗ୍ରାନହୋଲମ, କାନାଡାର ପ୍ରାକୃତିକ ସମ୍ବଳମନ୍ତ୍ରୀ, ୟୁରୋପିଆନ ଉର୍ଜା କମିଶନର, ଏଏଫଏଏଲ-ସିଆଇଓର ସେକ୍ରେଟାରୀ-ଟ୍ରେଜରର ତଥା ବିଭିନ୍ନ ଦେଶର ଉର୍ଜା ନେତୃତ୍ୱଙ୍କ ସହ ଯୋଗ ଦେଇଛନ୍ତି । ବିଶ୍ୱର ସ୍ୱଚ୍ଛ ଇନ୍ଧନ ଯୋଗାଣରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ଭାରତର ଜଳବାୟୁ ପରିବର୍ତନ ଏଜେଣ୍ଡା ଉପରେ ଆୟୋଜିତ ଆଲୋଚନାରେ ଶ୍ରୀ ପ୍ରଧାନ ଜଳବାୟୁ ପରିବର୍ତନ ଉପରେ ଭାରତ ଦ୍ୱାରା ନିଆଯାଉଥିବା ପଦକ୍ଷେପ, ପ୍ୟାରିସ ଚୁକ୍ତିର ଲକ୍ଷ୍ୟକୁ ପୂରଣ କରିବାରେ ଭାରତ ଦ୍ୱାରା ନିଆଯାଇଥିବା ପଦକ୍ଷେପ, ଭାରତରେ ଉର୍ଜା ବ୍ୟବହାର, ସ୍ୱଚ୍ଛ ଉର୍ଜା ରୂପାନ୍ତରଣ ଦିଗରେ ପ୍ରସ୍ତୁତ କରାଯାଇଥିବା ରୋଡ଼ମ୍ୟାପ, ଉର୍ଜା ନ୍ୟାୟକୁ ସୁନିଶ୍ଚିତ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ବିଶ୍ୱ ଜଳବାୟୁ କାର୍ଯ୍ୟକ୍ରମକୁ ଅଧିକ ଗତିଶୀଳ କରିବା ପାଇଁ ଉଦୀୟମାନ ଅର୍ଥନୀତି ଏବଂ ବିକଶିତ ରାଷ୍ଟ୍ର ମାନଙ୍କୁ ଏ ଦିଗରେ ପଦକ୍ଷେପ ନେବା ପାଇଁ ଗୁରୁତ୍ୱାରୋପ କରିଥିଲେ ଶ୍ରୀ ପ୍ରଧାନ । ବିକଶିତ ରାଷ୍ଟ୍ର ମାନଙ୍କୁ ଜଳବାୟୁ ହାସଲ କରିବା ଲକ୍ଷ୍ୟରେ ଉପଯୁକ୍ତ ପ୍ରଯୁକ୍ତିବିଦ୍ୟାର ଉପଲବ୍ଧି ଏବଂ ଆର୍ଥିକ  ସହାୟତା ଦେବା ଦିଗରେ ନେତୃତ୍ୱ ଦେବାର ଆବଶ୍ୟକତା ରହିଥିବା କହିଥିଲେ ।

ସେହିପରି ଭାରତ ଏବଂ ଆମେରିକା ତଥା ପ୍ରଯୁକ୍ତିବିଦ୍ୟାକୁ ବିକଶିତ କରୁଥିବା ରାଷ୍ଟ୍ର ଗୁଡ଼ିକ ମଧ୍ୟରେ ଡ଼ିକାର୍ବନାଇଜେସନ ଦିଗରେ ନୂଆ ଆଭିମୁଖ୍ୟର ଅନ୍ୱେଷଣ ପାଇଁ ଅଧିକ ସମନ୍ୱୟ ସ୍ଥାପନା, ଜଳବାୟୁ ପରିବର୍ତନକୁ ମୁକାବିଲା କରିବା ପାଇଁ ଅଧିକରୁ ଅଧିକ ପଦକ୍ଷେପ ନେବା ସହ ହାଇଡ୍ରୋଜେନ ଭଳି ଉଦୀୟମାନ ଉର୍ଜା କ୍ଷେତ୍ରରେ ସହଯୋଗ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ । ଅପରପକ୍ଷରେ “ଜଷ୍ଟ ଟ୍ରାନଜିrନ ଟୁ ଏ ଗ୍ଲୋବାଲ କ୍ଲିନ୍ ଏନର୍ଜି ଫ୍ୟୁଚର” କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଭାରତର ଉର୍ଜା ଭବିଷ୍ୟତ, ଉର୍ଜା ପ୍ରାଥମିକତା, ଚ୍ୟାଲେଞ୍ଜ୍, ସୁଯୋଗ ଉପରେ ଆଲୋଚନା କରିଥିଲେ । ଏହାସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶରେ ଅଣାଯାଇଥିବା ‘ବ୍ଲୁ ଫ୍ଲେମ ରିଭୋଲ୍ୟୁସନ’ ଏବଂ ଏହା ଦ୍ୱାରା ପରିବେଶ ଉପରେ ପଡିଥିବା ସୁପ୍ରଭାବ, ମହିଳାଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଚର୍ଚ୍ଚା କରିଥିଲେ । ଏହାସହ ଅକ୍ଷୟ ଉର୍ଜା, ପ୍ରାକୃତିକ ଗ୍ୟାସ ଏବଂ ଅନ୍ୟାନ୍ୟ ସବୁଜ ଇନ୍ଧନର ବ୍ୟବହାର ପାଇଁ ଭାରତ କିପରି ଏକ ପେଣ୍ଠସ୍ଥଳି ଭାବରେ ଉଭା ହୋଇଛି ତାହା ଉପରେ ଶ୍ରୀ ପ୍ରଧାନ ଚର୍ଚ୍ଚା କରିଥିଲେ  ।

 

0
0
0
s2sdefault