ମୋହନା ଏମକେସିଜି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଉଦ୍ୟମ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଅବ୍ୟବସ୍ଥା ଲାଗିରହିଥିବା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ ହୋଇଛି । ଦର୍ଶାଯାଇଥିବା ଅଭିଯୋଗ ପ୍ରକାରେ , ସମ୍ପୃକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କୁ କରୋନା ସମୟରେ ପ୍ରାୟ ଦୁଇ ବର୍ଷର ପାଉଣା ନ ଦେଇ ବିଦ୍ୟାଳୟର ସମ୍ପାଦକ ଦଣ୍ଡାସି ସାହୁ ଵହିଷ୍କୃତ କରିଥିବାରୁ କର୍ମଚାରୀଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ମଣ୍ଡଳ କର୍ମଚାରୀଙ୍କ ଫେରାଦ ହୋଇଥିଲେ । 

ସେହି  ଅନୁସାରେ ସଂପାଦକଙ୍କୁ ଦୁଇଟି ଚିଠି କରିଥିଲେ ମଧ୍ୟ । ତାହାସତ୍ତ୍ଵେ ସଂପାଦକ ଶ୍ରମ ଅଧିକାରୀଙ୍କ ଚିଠିକୁ ହେୟ ମନେକରି କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ନ ଥିଲେ ।   ଯାହାଫଳରେ ଶ୍ରମ ଅଧିକାରୀ ବାଧ୍ଯ ହୋଇ ସଂପାଦକଙ୍କୁ ତୃତୀୟ ଚିଠି ପ୍ରେରଣ କରିଥିଲେ । ଚିଠି ଅନୁସାରେ ୧୯ /୦୪/୨୦୨୧ ଦିବା ୧୧ ଘଣ୍ଟ ସମୟରେ ସଂପାଦକ ଓ ବହିଷ୍କୃତ କର୍ମଚାରୀମାନେ ଶ୍ରମ ଅଧିକାରୀଙ୍କ ନିକଟରେ ଉପସ୍ଥିତ ହୋଇଥିଲେ । ଅଧିକାରୀ ଶ୍ରୀ ମଣ୍ଡଳ ଉଭୟ ପକ୍ଷଙ୍କୁ ତଦନ୍ତଭୁକ୍ତ କରି ଜାଣିବାକୁ ପାଇଥିଲେ ଦୀର୍ଘ ମାସ ଧରି କର୍ମଚାରୀମାନେ ବକେୟା ପାଉଣା ପାଇ ନ ଥିବା ଅଭିଯୋଗ ସତ୍ୟ ଅଟେ । ସମ୍ପାଦକ ସାଥିରେ ଆଣିଥିବା ଉପସ୍ଥାନ ଓ ଆକ୍ୟୁଟେନସ୍‌ ଖାତାକୁ ଶ୍ରମ ଅଧିକାରୀ ଯାଞ୍ଚ କରି ସେଥିରେ କର୍ମଚାରୀଙ୍କ ନକଲି ଦସ୍ତଖତ କରାଯାଇଥିବାର ପ୍ରମାଣ ପାଇଥିଲେ । ଯାହାଫଳରେ ଘଟଣାର ସତ୍ୟତା ପ୍ରକାଶିତ ହୋଇଥିବାରୁ ସମ୍ପାଦକ ସାହୁ ଲଜ୍ଜିତ ଅନୁଭବ କରି ଦେହ ଅସୁସ୍ଥ ହୋଇଥିବାର ବାହାନା ଦେଖାଇ କାର୍ଯ୍ୟାଳୟରୁ ଉଠି ଚାଲିଯାଇଥିଲେ। ଏଭଳି ପରିସ୍ଥିତିରେ ସମସ୍ୟା ସମାଧାନର ରାସ୍ତା ବାହାରିପାରି ନ ଥିବାରୁ  କର୍ମଚାରୀମାନେ ଅସନ୍ତୋଷ ବ୍ୟକ୍ତ କରି ଶ୍ରମ ଅଧିକାରୀଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ଶ୍ରମ ଅଦାଲତର ଆଶ୍ରୟ ନେବାପାଇଁ କହିଥିଲେ। ଏହାକୁ ଶ୍ରମ ଅଧିକାରୀ ସମ୍ମତି ଜଣାଇ ଥିଲେ ବୋଲି ଅଭିଯୋଗକାରୀ ମାନଙ୍କ ପକ୍ଷରୁ କୁହାଯାଇଛି ।

0
0
0
s2sdefault