ବିପତ୍ତି ସମୟରେ ବେପାରକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ ସରକାର : ସୁପର୍ନୋ ଶତପଥୀ
-
ଦରରେ ଭିନ୍ନତାକୁ ପ୍ରତିବାଦ କରନ୍ତୁ ରାଜ୍ୟ ସରକାର, କେନ୍ଦ୍ର ସରକାର କଣନ୍ତୁ ହସ୍ତକ୍ଷେପ
-
ନଚେତ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ଟୀକା କିଣି ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଉ ୧୫୦ ଟଙ୍କାରେ
ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନାକୁ ନେଇ ଏବେ ଲୋକ ଆତଙ୍କ ଭିତରେ | ଟୀକା ଏବେ ଲୋକଙ୍କ ପାଇଁ ଆଶ୍ବସ୍ତିର କାରଣ ପାଲଟିଛି | କେନ୍ଦ୍ର ଓ ରାଜ୍ୟ ସରକାର ଦେଶବାସୀଙ୍କୁ ଟୀକା ନେବା ପାଇଁ ପରାମର୍ଶ ଦେଇଛନ୍ତି | ଲୋକମାନେ ବି ଅନେକାଂଶରେ ଟୀକା ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି | କେନ୍ଦ୍ର ସରକାର ଟୀକା ଏବେ ଯୋଗାଉଥିବା ବେଳେ ମେ ପହିଲାରୁ ଖୋଲା ବଜାରରେ ମିଳିବ ବୋଲି ନିଷ୍ପତ୍ତି ନେଇଛନ୍ତି | ହେଲେ ଆଜି ଟୀକା ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଟ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାବାଲା ଯେଉଁ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି ତାହା ଲୋକମାନଙ୍କ ପାଇଁ ନିରାଶ ଆଣିଦେଇଛି | କେନ୍ଦ୍ର ସରକାର ଟୀକା କିଣିଲେ ୧୫୦ ଟଙ୍କାରେ, ରାଜ୍ୟ ସରକାର କିଣିଲେ ୪୦୦ ଟଙ୍କାରେ ଓ ପ୍ରାଇଭେଟ ହସ୍ପିଟାଲ ସଂସ୍ଥା କିଣିଲେ ୬୦୦ ତାଙ୍କ ବୋଲି ଧାର୍ଯ୍ୟ କରିଛି ସେରମ ଇନଷ୍ଟିଟ୍ୟୁଟ | ହେଲେ ଦରରେ ଏ ଭିନ୍ନତା କାହିଁକି ଓ ଭିନ୍ନ ଭିନ୍ନ ସଂସ୍ଥା ପ୍ରତି ଦରରେ ଭିନ୍ନତା କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ଶ୍ରୀମତୀ ନନ୍ଦିନୀ ଶତପଥୀ ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ସୁପର୍ନୋ ଶତପଥୀ | କେନ୍ଦ୍ର ସରକାର କିଣିଲେ ୧୫୦ ଟଙ୍କା , ରାଜ୍ୟ ସରକାର କିଣିଲେ ସେଇ ଟୀକାର ମୂଲ୍ୟ ୪୦୦ ଟଙ୍କା କାହିଁକି ? ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କୁ ଟୁଇଟ କରି ଟୀକା ଦରରେ ଏ ଭିନ୍ନତାକୁ ନେଇ ଆପତ୍ତି ଉଠାଇଛନ୍ତି | ରାଜ୍ୟ ସରକାର ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏ ପ୍ରସଙ୍ଗରେ ପୁଣି ଥରେ ଆଦର ପୁନାବାଲାଙ୍କ ସହ କଥା ହୁଅନ୍ତୁ ବୋଲି ଶ୍ରୀ ଶତପଥୀ ଟୁଇଟ ମାଧ୍ୟ୍ୟମରେ ଅନୁରୋଧ କରିଛନ୍ତି |
ଆମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଶ୍ରୀ ଶତପଥୀ କହିଛନ୍ତି ଯେ, କରୋନା ମହାମାରୀର ମୁକାବିଲା ପାଇଁ ଭାରତର ଓ ଓଡ଼ିଶାର ପ୍ରତିଟି ଲୋକଙ୍କ ପାଖରେ ଟୀକା ପହଂଚାଇବା ସରକାରଙ୍କ ଦାୟିତ୍ୱ | ଲୋକଙ୍କ ସୁବିଧା ପାଇଁ ଟିକାକୁ ଖୋଲା ବଜାରରେ ଛାଡିବା ପାଇଁ ରାଜ୍ୟ ସରକାର ଅନୁରୋଧ କରିବା ତଥା ଟିକାକୁ ଖୋଲା ବଜାରରେ ଛାଡିବା ପାଇଁ ନିଷ୍ପତ୍ତି କେନ୍ଦ୍ର କ୍ୟାବିନେଟ ନେବାର ପରେ ପରେ ସେରମ ଇନଷ୍ଟିଟ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାବାଲା ଆଜି ଯେଉଁ ଟୀକା ଦର ଘୋଷଣା କରିଛନ୍ତି ତାହା ଚିନ୍ତାର କାରଣ ପାଲଟିଛି | ରାଜ୍ୟ ସରକାର ଏହାର ପ୍ରତିବାଦ କରିବା ଦରକାର, ନହେଲେ ପୁଣି ସେରମ ଇନଷ୍ଟିଟ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାବାଲାଙ୍କ ସହ ଆଉଥରେ ମୁଖ୍ୟମନ୍ତ୍ରୀ କଥା ହୁଅନ୍ତୁ | କେନ୍ଦ୍ର ସରକାର ମଧ୍ୟ ଏଥିରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି | ଦେଶର ପ୍ରତି ନାଗରିକ ଯେପରି ବିନା ପତରଅନ୍ତରରେ ସମାନ ଦରରେ ଟୀକା ପାଇପାରିବେ ତାହା ନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ | କେନ୍ଦ୍ର ସରକାର ମାଧ୍ୟମରେ ସବୁ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରି ନିଜ ମାଧ୍ୟମରେ ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟୀକା ଯୋଗାଣରେ ସହଯୋଗ କରନ୍ତୁ | ଲୋକଙ୍କ ବିପତ୍ତି ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ଟୀକା ବେପାରକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ ବୋଲି ଶ୍ରୀ ଶତପଥୀ ଅନୁରୋଧ କରିଛନ୍ତି |