ଟିଟିଲାଗଡ ( ଗୌରବ ଦର୍ଜୀ ) :ଉତ୍କଳ କନ୍ଧ ସମାଜ ଟିଟିଲାଗଡ ଟୁପା ପ୍ରଗଣା ତରଫରୁ ସ୍ଥାନୀୟ ଘଣ୍ଟାସୁନି ମନ୍ଦିର ଠାରେ ଟୁପା ପ୍ରଗଣା ର ସଭାପତି ପଦ୍ମନ ପ୍ରଧାନୀ ଙ୍କ ସଭାପତିତ୍ବରେ ବଲାଙ୍ଗୀର ଜିଲ୍ଲାର ବରପୁତ୍ର , ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଜିଲ୍ଲା ସଭାପତି , ସଂଘ ର ପୂର୍ବତନ ସଇଁତଳା ବ୍ଲକ ସଭାପତି , ଉତ୍କଳ କନ୍ଧ ସମାଜ ର ପୂର୍ବତନ ଶିକା ପ୍ରଗଣା ସଭାପତି , ସ୍ବର୍ଗତ କିଶୋର ସିଂ ଭୋଇ ଙ୍କ ଶୋକ ସଭା ପାଳିତ ହୋଇଯାଇଛି। ତାଙ୍କର ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କ ସ୍ମୃତିଚାରଣ କରିଥିଲେ। ସ୍ବର୍ଗତ ସିଂ ଭୋଇ କନ୍ଧ ଆଦିବାସୀ ମାନଂକ ର ସାମୁହିକ ବିକାଶ ପାଇଁ ସାଲିସ ବିହୀନ ସଂଗ୍ରାମ ଜାରି ରଖିଥିଲେ ବୋଲି ଉପସ୍ଥିତ ଟୁପା ପ୍ରଗଣା ର କନ୍ଧ ନେତା ମାନେ ମତ ଦେଇଥିଲେ। ତାଙ୍କର ଅଧୁରା ସ୍ବପ୍ନ କୁ ପୁରା କରିବା ପାଇଁ ଉପସ୍ଥିତ କନ୍ଧ ମାନେ ସଂକଳ୍ପ ନେଇଥିଲେ। ଏହି ଶୋକ ସଭାରେ ପଦ୍ମନ ପ୍ରଧାନୀ , ଭୋଳ ଜାନି, ଚୁଡ ପୁଝାରୀ, ବନ ବିହାରୀ ପ୍ରଧାନୀ , ପରଂବ୍ରହ୍ମ ମାଝୀ, ରାଏସିଂ ପାତ୍ର, ମୁରଲୀ ପ୍ରଧାନୀ , ଦଳଗଜନ ପ୍ରଧାନୀ , ବନସିଂ ପ୍ରଧାନୀ ନିତ୍ୟାନନ୍ଦ ମାଝୀ, ଶତ୍ରୁଘ୍ନ ମାଝୀ ପ୍ରମୁଖ ଶତାଧିକ କନ୍ଧ ନେତା ମାନେ ଉପସ୍ଥିତ ଥିଲେ।
ରାଜ୍ୟ
ବ୍ରଜ କିଶୋର ସିଂ ଭୋଇଙ୍କ ବିୟୋଗ ରେ ଶୋକ ସଭା।
- Hits: 376