ଟିଟିଲାଗଡ , (ଗୌରବ ଦର୍ଜୀ) -ଟିଟିଲାଗଡ଼ ସହର ସ୍ଥିତ ସ୍ଥାନୀୟ ଜଲାରାମ ହୋଟେଲ ପରିସରରେ ପାଟଣାଗଡ ର ବରିଷ୍ଠ ସାମ୍ବାଦିକ ଯତୀଶ ଚନ୍ଦ୍ର ଖମାରି ଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି। ମହାମାରୀ କୋଭିଡ ୧୯ ର ଭୟାବହତା କୁ ନେଇ ଜାରି ହୋଇ ଥିବା କୋଭିଡ ୧୯ ନିୟମ ଅନୁଯାୟୀ ସାମାଜିକ ଦୂରତା ପାଳନ ସହ ମାକ୍ସ ଓ ସାନିଟାଏଜର ବ୍ୟବହାର କରି ଆଜି ଅନୁଷ୍ଠିତ ହୋଇ ଥିବା ଏହି ଶ୍ରଦ୍ଧାଞ୍ଜଳି ସଭା ରେ ବଲାଙ୍ଗୀର ଜିଲ୍ଲା ଓୟୁଜେ ସଭାପତି ଦୀପକ ସମ୍ମlଦାର, ବରିଷ୍ଠ ସାମ୍ବାଦିକ ହରିଶ ରାୟଥାଟା ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ଯତୀଶ ଚନ୍ଦ୍ର ଖମାରି ଙ୍କ ସ୍ମୁତିଚାରଣ କରିଥିଲେ। ସ୍ବର୍ଗତ ଯତୀଶ ଚନ୍ଦ୍ର ଖମାରି ବଲାଙ୍ଗୀର ଜିଲ୍ଲା ଓୟୁଜେ ଶାଖା ର ଜଣେ ନିଷ୍ଠାପର ସକ୍ରିୟ ସଦସ୍ୟ ରହିଥିବା ବେଳେ ଜଣେ ଅମାୟିକ ବ୍ୟକ୍ତି, ପରୋପକାରୀ, ଅତ୍ୟନ୍ତ ମିଳାପି ତଥା ଜିଲ୍ଲାର ଏକ ପ୍ରମୁଖ ସାମ୍ବାଦିକ ଭାବରେ ନିଜକୁ ପ୍ରତିପାଦିତ କରି ପାରିଥିଲେ। ଦୀର୍ଘ ସମୟ ଧରି ଏକ ଗଣମାଧ୍ୟମର ପ୍ରତିନିଧି ଭାବରେ ୨୪ ବର୍ଷ ଧରି ଦାୟିତ୍ୱ ର ସହ ନିର୍ବାହ କରି ସମଗ୍ର ପାଟଣାଗଡ଼ ଅଞ୍ଚଳ ସହ ଜିଲ୍ଲାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ତେବେ ମହାମାରୀ କରୋନା ରେ ସେ ହାରି ଯାଇଥିବା ନେଇ ଅନେକ ସାମ୍ବାଦିକ ମର୍ମାହତ ହୋଇ ଥିବା ନେଇ ନିଜ ମତ ଦେବା ସହ ସ୍ବର୍ଗତ ଯତୀଶ ଚନ୍ଦ୍ର ଖମାରି ଙ୍କ ଅକାଳ ବିୟୋଗ କୁ ନେଇ ଦୁଃଖ ପ୍ରକାଶ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଓୟୁଜେ ଟିଟିଲାଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ର ସମ୍ପାଦକ ସଞ୍ଜୟ ବେହେରା ଶ୍ରଦ୍ଧାଞ୍ଜଳି ସଭା ପରିଚାଳନା କରିଥିବା ବେଳେ ସାମ୍ବାଦିକ ମନୋଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ସନତ ପାଢ଼ୀ, ସତ୍ୟବ୍ରତ ପଣ୍ଡା, ସଞ୍ଜୟ ନାୟକ, ସୁଧୀର ସାହୁ, ଗୋପାଳ ଅଗ୍ରୱାଲ ପ୍ରମୁଖ ସ୍ବର୍ଗତ ଯତୀଶ ଚନ୍ଦ୍ର ଖମାରି ଙ୍କ ସ୍ମୁତିଚାରଣ କରିଥିଲେ। ଏହି ଅବସରରେ ମହାମାରୀ କରୋନା କୁ ଆଖି ଆଗରେ ରଖି ସମସ୍ତେ ସଚେତନ ହୋଇ କାର୍ଯ୍ୟ କରିବା ସହ ଭିଡ଼ କୁ ଏଡାଇବା, ମାକ୍ସ ବ୍ୟବହାର କରିବା, ସାମାଜିକ ଦୂରତା ପାଳନ କରିବା ଆଦି ଉପରେ ମଧ୍ୟ ଗୁରୁତ୍ୱ ଦିଆ ଯାଇଥିଲା।
ରାଜ୍ୟ
ଦିବଂଗତ ସାମ୍ବାଦିକ ଯତୀଶ ଖମାରି ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ।
- Hits: 315