ପଦ୍ମପୁର: ପଦ୍ମପୁର ଉପଖଣ୍ଡରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଙ୍ଖା । ପଦ୍ମପୁର ଉପଖଣ୍ଡକୁ ପୁଣି ଫେରିଲା କଣ୍ଟେମେଣ୍ଟ ଜୋନ । ପଦ୍ମପୁର ଉପଖଣ୍ତ ଟାଲ ଗ୍ରାମରେ ଗତ କିଛି ଦିନ ହେବ ଲଗାତାର ଭାବେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏଭଲି ସ୍ଥିତିରେ ଗାଁରେ ଗୋଷ୍ଟି ସଂକ୍ରମଣ ଆଶଙ୍କା ନେଇ ଟାଲ ସଂରପଚ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି । ୨୦.୦୪.୨୦୨୧ ତାରିଖ ସକାଳ ୯ ଟା ରୁ ୨୩.୦୪.୨୦୨୧ ତାରିଖ ସକାଳ ୯ ଟା ପର୍ଯ୍ୟନ୍ତ ୪ ଦିନ ଧରି ନିଶିଦ୍ଧାଂଚଳ ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ନିଷିଦ୍ଧଞ୍ଚଳର ଲୋକେ ବାହାରକୁ ନ ବାହାରିବା ତଥା ବାହାର ଲୋକ ମଧ୍ୟ ଭିତରକୁ ନ ଯିବା ପାଇଁ ଟାଲ ସରପଞ୍ଚ ଅନୁରୋଧ କରିଛନ୍ତି ।
ରାଜ୍ୟ
ଗୋଷ୍ଠୀ ସଂକ୍ରମଣକୁ ଦୄଷ୍ଟିରେ ରଖି ନିଷିଦ୍ଧାଞ୍ଚଳ ଘୋଷଣା କଲେ ସରପଞ୍ଚ ।
- Hits: 715