ଭୁବନେଶ୍ୱରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଲେ ମନ୍ତ୍ରୀ ସୁଶାନ୍ତ ସିଂ
ବରଗଡ :- ବରଗଡ଼ ଜିଲ୍ଲା ଭଟଲି ବ୍ଲକ ନୂଆଁଗଡ଼ ଗ୍ରାମର ଶ୍ରୀ ତୁପେଶ୍ୱର ଭୁଏ ଭାରତୀୟ ସେନା ବାହିନୀର ବିହାର ରେଜିମେଣ୍ଟରେ କାର୍ଯରତ ଥିବା ବେଳେ ବର୍ତ୍ତମାନ ତାଙ୍କର ପୋଷ୍ଟିଂ ଜାମ୍ମୁ କାଶ୍ମୀର ରେ ଥିଲା । ବୀର ଯବାନ ତୁପେଶ୍ବର ଭୁଏ ଗତକାଲି କାର୍ଯରତ ଥିବା ବେଳେ ସହିଦ ହୋଇ ଯାଇଥିଲେ । ଆଜି ସନ୍ଧ୍ୟାରେ ତାଙ୍କର ମର ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ରାଜ୍ୟ ସରକାରଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ବିର ଯବାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ | ମନ୍ତ୍ରୀ ଶ୍ରୀ ସିଂ ତାଙ୍କ ଶୋକ ବାର୍ତ୍ତାରେ କହିଥିଲେ "ମୋ ଅଂଚଳର ଜଣେ ସୁଯୋଗ୍ୟ ସନ୍ତାନଙ୍କ ଶହୀଦ ହେଵା ଘଟଣାରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ସେ ଜମ୍ମୁ କାଶ୍ମୀରରେ ଦେଶ ମାତୃକାର ସେବାରେ ନିୟୋଜିତ ଥିବା ବେଳେ ଦେଶପାଇଁ ପ୍ରାଣବଳି ଦେଇଛନ୍ତି | ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । ସହୀଦ ତୁପେଶ୍ୱରଙ୍କ ପାଇଁ ଆମେ ସମସ୍ତେ ଯେତିକି ଗର୍ବିତ ତାଠୁ ଅଧିକ ମର୍ମାହତ । ତାଙ୍କର ବିୟୋଗ ଆମ ଅଞ୍ଚଳ ତଥା ଦେଶବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କର ଏ ଅମ୍ଲାନ ତ୍ୟାଗ ପାଇଁ ମୁ ସମ୍ମାନ ଜଣାଇବା ସହ ଏପରି ଦୁଃଖଦ ସମୟରେ ତାଙ୍କ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରୁଛି"ବୋଲି କହିଥିଲେ । ବିର ଶହୀଦଙ୍କର ମର ଶରୀରକୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କର ରେଜିମେଣ୍ଟର ସହକର୍ମୀ ମାନେ ତାଙ୍କର ପୈତୃକ ଗ୍ରାମ ଅଭିମୁଖେ ବାହାରିଥିବା ଜଣାପଡ଼ିଛି । ଆସନ୍ତାକାଲି ସହିଦ ଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣା ପଡ଼ିଛି ।