ଟୀକାକରଣ ଓ ମାସ୍କ ବଂଟନ କାର୍ଯ୍ୟରେ ସାମିଲ ହେବାକୁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଲେ ବିଜେପି ନେତୃବୃନ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋଭିଡ-୧୯ ସ୍ଥିତି ସଂପର୍କରେ ସମୀକ୍ଷା ବୈଠକ 

ଭୁବନେଶ୍ୱର:ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଭିଡିଓ କନଫରେନ୍ସ ମାଧ୍ୟମରେ ଓଡିଶାରେ କୋଭିଡ-୧୯ର ସ୍ଥିତି ସଂପର୍କରେ ସମୀକ୍ଷା କରାଯାଇଛି । ବିଶେଷ କରି ରାଜ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ନୂଆପଡା, ବରଗଡ, କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ କରୋନାର ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସବୁ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଚିକିତ୍ସା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଫେଲ୍ ମାରିଛି । ଉନ୍ନତମାନର ଚିକିତ୍ସା ଅଭାବରୁ ଅନେକ ଲୋକ କରୋନାରେ ମୃତ୍ୟୁବରଣ କରୁଛନ୍ତି । ଏସମସ୍ତ ଜିଲ୍ଲାକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇ କରୋନା ମହାମାରୀ ବିରୁଦ୍ଧରେ ଦୃଢ ପଦକ୍ଷେପ ନେବାକୁ ଶ୍ରୀ ମହାନ୍ତି ପରାମର୍ଶ  ଦେଇଛନ୍ତି ।

ସେହିପରି ବିଜେପି କାର୍ଯ୍ୟକର୍ତାମାନେ ଏଭଳି ଘଡିସନ୍ଧି ମୂହୁର୍ତରେ ଟୀକାକରଣ କାର୍ଯ୍ୟରେ ଜନସାଧାରଣଙ୍କୁ ସହଯୋଗ କରିବା, ମାସ୍କ ଓ ସାନିଟାଇଜର ବଂଟନ କରିବା, ପ୍ଲାଜମା ଡୋନେଟ କରିବା, ହସ୍ପିଟାଲରେ ଅସହାୟ ରୋଗୀଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଶ୍ରୀ ମହାନ୍ତି ଦଳର ସମସ୍ତ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି । କରୋନା ସମୟରେ ସର୍ତକ ରହିବା ସହ ମାସ୍କ ବ୍ୟବହରା କରିବା, ସାନିଟାଇଜର, ସାବୁନ ଓ ହ୍ୟାଣ୍ଡୱାସରେ ହାତକୁ ବାରମ୍ବାର ସଫା କରିବା, ଦୂରତା ବଜାୟ ରଖି କରୋନା ମହାମାରୀ ବିରୁଦ୍ଧରେ ଲଢେଇ କରିବା ପାଇଁ ଶ୍ରୀ ମହାନ୍ତି ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।

ଏହି ଭିଡିଓ କନଫରେନ୍ସରେ ବିଜେପି ସାଂସଦ ଓ ବିଧାୟକ, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ଡ. ଲେଖାଶ୍ରୀ ସାମନ୍ତସିଂହାର,  ନେତୃବୃନ୍ଦ, ରାଜ୍ୟ ଓ ଜିଲ୍ଲା ପଦାଧିକାରୀ, ଜିଲ୍ଲା ସଭାପତିଙ୍କ ସମେତ ବିଜେପିର ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ସାମିଲ ହୋଇଥିଲେ ।

0
0
0
s2sdefault