ଭୁବନେଶ୍ୱର (ଶାସକ ପ୍ରଶାସକ) : ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଜାରି ରହିଥିବା ବିକାଶଧାରାରେ ଅନୁପ୍ରାଣିତ ହୋଇ ତଥା ତାଙ୍କ ନେତୃତ୍ୱକୁ ସମର୍ଥନ କରି କୁଣ୍ଡି ପଞ୍ଚାୟତ ରୁ ୭୦ ଜଣ ବିଜେପି ଓ କଂଗ୍ରେସ କର୍ମୀ ବିଜେପି କଂଗ୍ରେସ ଦଳ ପରିତ୍ୟାଗ କରି ବିଜେଡିରେ ଯୋଗ ଦେଇଛନ୍ତି | ମନ୍ତ୍ରୀ ଶ୍ରୀ ଜେନାଙ୍କ ଉପସ୍ଥିତିରେ ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନରେ ସେମାନେ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି | ସେମାନଙ୍କୁ ମନ୍ତ୍ରୀ ଶ୍ରୀ ଜେନା ଦଳକୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମାହାଙ୍ଗାରେ ଯେଉଁ ବିକାଶ ଧାରା ଜାରି ରହିଛି ସେଥିରେ ସାମିଲ ହୋଇ ମାହାଙ୍ଗା ନିର୍ବାଚନମଣ୍ଡଳୀର ବିକାଶ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଜଣାଇଥିଲେ |
ରାଜ୍ୟ
ବିଜେଡିରେ ଯୋଗ ଦେଲେ ମାହାଙ୍ଗାର ବହୁ ବିଜେପି ଓ କଂଗ୍ରେସ କର୍ମୀ
- Hits: 491