୮୬ତମ ଉତ୍କଳ  ଦିବସ ଅବସରରେ ସାଇପ୍ରିୟା ୱେଲଫେୟାର ଟ୍ରଷ୍ଟ ତରଫରୁ ଦହିପାଣି, ତରଭୂଜ ଓ ମାସ୍କ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ କୁମାର ସାହୁ) : ୮୬ତମ ଉତ୍କଳ  ଦିବସ ଅବସରରେ ରାୟଗଡ ସହର ସ୍ଥିତ ସାଇପ୍ରିୟା ନଗରର ବାଲାଜି ସୁଇଟ ଷ୍ଟାଲ ନିକଟ ଜାତୀୟ ପଥରେ ସାଇପ୍ରିୟା ୱେଲଫେୟାର ଟ୍ରଷ୍ଟ ତରଫରୁ  ଗ୍ରୀଷ୍ମ ପ୍ରବାହକୁ ଦେଖି ପଥଚାରୀଙ୍କ ପାଇଁ ଦହିପାଣି, ତରଭୂଜ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା  । ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଉପସ୍ଥତ ପଥଚାରୀଙ୍କୁ ମାସ୍କ, ତରଭୂଜ ଓ ଦହିପାଣି ବଣ୍ଟନ କରି ସାଇପ୍ରୟା ୱେଲଫର ଷ୍ଟ୍ରଟର ଏହି ଭଳି କାର୍ଯ୍ୟ ମାନ କରୁଥିବାରୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସାଇପ୍ରିୟା ୱେଲଫର ଷ୍ଟ୍ରଟର ସଭାପତି ନନ୍ଦ କିଶୋର ଚୌଧୁରୀ, ଉପ-ସଭାପତି ଡଃ. ସୁରେଶ କୁମାର ଓ ସମ୍ପାଦକ ଦୟାନନ୍ଦ ଖାଡାଙ୍ଗା ପରିଚାଳନା କରିଥିବା ବେଳେ ସଭ୍ୟ ବିଜୟ ଚନ୍ଦ୍ର ପାତ୍ର, ପି.ଏନ.ରାଓ, ଲାଡି ଚନ୍ଦ୍ର ମୌଳି, ପ୍ରଦୀପ ପଣ୍ଡା, ମଙ୍ଗଳମୂର୍ତି ବେଉରିଆ, ପ୍ରଦୀପ କୁମାର ଦାଶ, ମନୋରଞ୍ଜନ ପାଣିଗ୍ରାହୀ, ସୌଜନ୍ୟ କୁମାର ସେନାପତି, ଜି. କାର୍ତିକ, ବି.ଶ୍ରୀଧର ଓ କେ.ଶ୍ରୀନୁ ପ୍ରମୂଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହୋଯୋଗ କରିଥିଲେ । ସାଇପ୍ରୀୟା ଷ୍ଟ୍ରଟ ପ୍ରତିବର୍ଷ ବିଭିନ୍ନ ସମୟରେ ଏହି ଭଳି ଜନହିତକର କାର୍ଯ୍ୟ ମାନ କରିଆସୁ ଅଛି ଏବଂ ଆଗାମୀ ଦିନରେ ଏହି ଭଳି କାର୍ଯ୍ୟ କରାଯିବା ନେଇ ସଭାପତି ନନ୍ଦ ଚୌଧୁରୀ ପ୍ରକାଶ କରିଥିଲେ । 

0
0
0
s2sdefault