ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଆଜି ହେଉଛି ଫାଲ୍ଗୁନ ପୂର୍ଣ୍ଣିମା ବା ଦୋଳ ପୂର୍ଣ୍ଣିମା । ପଶ୍ଚିମାଞ୍ଚଳ ରେଏହାକୁ ଫଗୁପୁନୀ ବୋଲି କୁହାଯାଉଥିବା ବେଳେ ଏହି ଦିନକୁ ଗୁଁଡିଖାଇ ଭାବେ ପାଳନ କରାଯାଇଥାଏ । ଜଂଗଲ ଜାତ ଫଳମୂଳ ନିଜେ ଖାଇବା ପୂର୍ବରୁ ନିଜର ଇଷ୍ଟ ଦେବୀ ଙ୍କ ଠାରେ ଅର୍ପଣ କରାଯାଇଥାଏ । ନୂଆଖାଇ ଭଲି ପଶ୍ଚିମାଞ୍ଚଳ ରେ ଗୁଁଡିଖାଇ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ରଖୁଥିବା ଏକ ପର୍ବ ।
ଜଂଗଲ ନଷ୍ଟ ହେବାକୁ ବସିଲାଣି । ତା ସହ ବଣ ଜଂଗଲ ସହଯୋଗ ଜଡିତ ପର୍ବ ପର୍ବାଣି ମଧ୍ୟ ହଜିବାକୁ ବସିଛି । ପଶ୍ଚିମାଞ୍ଚଳ ର ସ୍ବତନ୍ତ୍ର ପରିଚୟ ଭାବେ ନୂଆଁଖାଇ, ପୋ ଜୁଇଁତିଆ , ଭାଇଜୁଇଁତିଆ ଭଲି ଗୁଁଡିଖାଇ ମଧ୍ୟ ସ୍ବତନ୍ତ୍ର ପର୍ବ । ପୂର୍ବରୁ ଏହି ଅଂଚଲରେ ବଣଜଂଗଳ ଭରି ରହିଥିଲା । ସାଧାରଣ ଲୋକଙ୍କ ପାଇଁ ଫଳମୂଳର ଅଭାବ ନଥିଲା । ସେଥିପାଇଁ ସେହି ଫଳମୂଳର ନିଜେ ଖାଇବା ପୂର୍ବରୁ ନିଜର ଇଷ୍ଟ କୁ ସମର୍ପିତ କରୁଥିଲେ । ମହୁଳ ଜାତୀୟ ଫୁଲ ଫଳକୁ ସମ୍ବଲପୁରୀ ଭାଷାରେ ଗୁଁଡି କୁହାଯାଉଥିବାରୁ ଏହି ଉତ୍ସବ ଗୁଁଡିଖାଇ ଭାବରେ ପରିଚିତ । ଆମ୍ବ, ଚାର,ମହୁଲ ଆଦି ଫଳମୂଳ ଆଜି ଇଷ୍ଟ ଙ୍କ ଠାରେ ଅର୍ପଣ ପରେ ଲୋକେ ଖାଇବା ଆରମ୍ଭ କରିଥାନ୍ତି ।
ଗୁଁଡିଖାଇ ଏବଂ ନୂଆଖାଇ ରେ ସମସ୍ତ ପରମ୍ପରା ସମାନ ରହିଥିବା ବେଳେ ନବାହ୍ନ ବଦଳରେ ଆମ୍ବ , ମହୁଳ, ଚାର ଭଲି ଫଳମୂଳ ଚଣା ଏବଂ ସାକରପଟି ଆଦି ପ୍ରସାଦ ଭାବେ ବ୍ୟବହାର ହୁଏ। ଫଳମୂଳ ର ପ୍ରସାର ଲାଗି ପରେ ବଡମାନଙ୍କୁ ଜୁହାର କରି ଅବିର ଲଗାଇ ଆଶୀର୍ବାଦ ଭିକ୍ଷା କରାଯାଇଥାଏ । ତେବେ ଧିରେ ଧିରେ ଜଂଗଲ ଜାତ ଫଳମୂଳର ଅଭାବ ଦେଖିବାକୁ ମିଳୁଥିବା ବେଲେ ଗୁଁଡିଖାଇ ପରମ୍ପରା ବି ହଜିବାକୁ ବସିଛି ।
ତେବେ ଏହି ପର୍ବ ଆଗକୁ ଲୋକଙ୍କ ମନରେ କେତେ ଦିନ ବଞ୍ଚି ରହିବ ତାହା ଦେଖିବାକୁ ବାକି ରହିଲା |