ବଲାଙ୍ଗିରରୁ ନିରୋଜ ମିଶ୍ର / ସନ୍ତୋଷ ଠାକୁର : ଚାଳିତ ୨ଠ୨୧-୨୨ ବର୍ଷ ପାଇଁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଆଜି ସିଭିଲ କୋର୍ଟ ବାର୍ ହଲ ପରିସରରେ ଅନୁଷ୍ଠିତ ନିର୍ବାଚନରେ ସଂଘର ମୋଟ୍ 399ସଭ୍ୟ/ସଭ୍ୟା ଅଂଶଗ୍ରହଣ କରି ନିଜର ଭୋଟଦାନ ସାବ୍ୟସ୍ତ କରିଥିଲେ । ସଂଘର ସଭାପତି ଭାବରେ ପ୍ରବୀଣ କୁମାର ମିଶ୍ର ନିଜର ନିକଟତମ ପ୍ରତିଦ୍ୱନ୍ଦୀ ଆଶୁତୋଷ ଷଡଙ୍ଗୀଙ୍କ ଠାରୁ 64 ଟି ଅଧିକ ଭୋଟ ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ପ୍ରବୀଣ ମିଶ୍ର 226 ଖଣ୍ଡ ଭୋଟ ପାଇଥିବା ବେଳେ ଆଶୁତୋଷ ଷଡଙ୍ଗୀ 162ଟି ଭୋଟ ପାଇଥିଲେ । ସଂପାଦକ ପଦ ପାଇଁ ଅମନ ନାଗ, ବାସୁଦେବ ରଥ ଓ ଅଧିକାରୀ ଦନ୍ତା ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଅମନ ନାଗ 154 ଖଣ୍ଡ ଭୋଟ ପାଇ ବସୁଦେବ ରଥଙ୍କୁ 37 ଟି ଭୋଟରେ ପରାସ୍ତ କରିଥିଲେ । ସେହିପରି ଉପସଭାପତି ଭାବରେ ସରୋଜ ଗୁପ୍ତା, କୋଷାଧ୍ୟକ୍ଷ ଭାବରେ ରୁଦ୍ର ଥନାପତି, ଯୁଗ୍ମ ସଂପାଦକ ଭାବରେ ସିତାଂଶୁ ଶେଖର ଶତପଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । କାର୍ଯ୍ୟକାରୀ କମିଟକୁ ଦିନେଶ ନାଗ, ଅଶୋକ କୁମାର ରାଉତ, ଚନ୍ଦ୍ରଶେଖର ମିଶ୍ର, ଜୟରାମ ମିଶ୍ର, ବୀରେନ ମିଶ୍ର, ରବି ବହିଦାର. ପଦ୍ମନାଭ ପଟେଲ, ଶ୍ରୀନିବାସ ରାଓ,, ଅସିତ୍ ଷଡଙ୍ଗୀ ଓ ଶଙ୍କର ମିଶ୍ର ପ୍ରମୁଖ ସଭ୍ୟ ନିର୍ବାଚିତ ହୋଇଛନ୍ତି । ଅଡିଟର ଭାବେ ବିବେକାନନ୍ଦ ମିଶ୍ର ମନୋନୀତ ହୋଇଛନ୍ତି l ଆଜିର ନିର୍ବାଚନକୁ ଓକିଲ ସଂଘର ସଭ୍ୟ ସୁରେଶ ପାଠୀ, ଦେବେନ୍ଦ୍ର ପାଣିଗ୍ରାହୀ, ବିବେକାନନ୍ଦ ମିଶ୍ର, ଦେବାଶିଷ ବିଶ୍ୱାଲ, ରାଜେନ୍ଦ୍ର ମିଶ୍ର, ପ୍ରଭାସ ମିଶ୍ର, ବ୍ରଜ ମିଶ୍ର. ସୁଧାଂଶୁ ବଗର୍ତ୍ତୀ, ସତ୍ୟ ଆଚାର୍ଯ୍ୟ ଓ ସୁଧାଂଶୁ ଦେଓ ସହଯୋଗ କରିଥିବା ବେଳେ ନିର୍ବାଚନ ଅଧିକାରୀ ଭାବରେ ଅରବିନ୍ଦାକ୍ଷ ପୁଜାରୀ ପରିଚାଳନା କରିଥିଲେ ।
ରାଜ୍ୟ
ବଲାଙ୍ଗିର ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ :ପ୍ରବୀଣ ମିଶ୍ର ସଭାପତି, ଅମନ ନାଗ ସମ୍ପାଦକ
- Hits: 407