ହେଡଲାଇନସ୍:

୯୦ତମ ଶହୀଦ ଦିବସ ପାଳନ ଅବସରରେ "ନିଫା" ପକ୍ଷରୁ ମେଗା ରକ୍ତଦାନ ଶିବିର : ୭୦ ୟୁନିଟ୍ ରକ୍ତ ସଂଗ୍ରହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :୯୦ ତମ ଶହୀଦ ଦିବସ ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ-ଭଣ୍ଡାର ଠାରେ ସର୍ବ ଭାରତୀୟ ଅନୁଷ୍ଠାନ "ନିଫା" ସମ୍ବେଦନା ପକ୍ଷରୁ ଜ୍ଞାନ ପ୍ରକାଶ , ଭକ୍ତି ସଙ୍ଗୀତ ସଂସଦ ଓ ଗଜପତି ବ୍ଲଡ଼ ଡୋନର୍ସର ମିଳିତ ସହଯୋଗରେ ଏକ ମେଗା ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ ପ୍ରଦୀପ କୁମାର ପାତ୍ର ଉଦଘାଟନ କରିଥିଲେ । 

ଶହୀଦ ଭଗତ ସିଂ , ସୁଖଦେବ ଓ ଜୟୀ ରାଜଗୁରୁ ଏହି ତିନି ସୁପୁତ୍ର ମହାନ ସ୍ବାଧୀନତା ସଂଗ୍ରାମୀଙ୍କୁ ୧୯୩୧ ମସିହା ମାର୍ଚ୍ଚ ମାସ ୨୩ ତାରିଖ ଦିନ ଇଂରେଜ ସରକାର ଲାହର ଜେଲରେ ଫାଶୀ ଦେଇଥିଲେ । ସେମାନେ ଦେଶ ମାତୃକା ପାଇଁ ହସି ହସି ଫାଶୀ ଖୁଣ୍ଟରେ ଝୁଲି ପଡ଼ିଥିଲେ ।

 ପ୍ରତିବର୍ଷ ଭାରତ ବାସୀ ଏହି ଦିନକୁ ଶହୀଦ ଦିବସ ଭାବେ ପାଳନ କରି ଆସୁଛନ୍ତି। ଆଜିର ଏହି ଦିନରେ ଏହି ମହାନ ସୁପୁତ୍ର ମାନଙ୍କୁ ଉପସ୍ଥିତ ସମସ୍ତେ ବିନମ୍ର ଭକ୍ତିପୂତ ଶ୍ରଦ୍ଧଞ୍ଜଳୀ ଜ୍ଞାପନ କରିଥିଲେ । 

ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ୭୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । 

ସାରା ଦେଶରେ ୧୫୦୦ ରୁ ଉର୍ଦ୍ଧ୍ବ ସ୍ଥାନରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇ ୯୦୦୦୦ୟୁନିଟ୍ ରକ୍ତ ସଂଗ୍ରହ କରିବା ଲକ୍ଷ ରଖାଯାଇଛି ଏବଂ ଏହା ଗିନିଜ୍ ୱାରଲ୍ଡ ବୁକ୍ ରେ ସ୍ଥାନ ପାଇବ। 

ଏହି ଶହୀଦ ଦିବସ  ଅବସରରେ ଭାରତର ମହାମାନ୍ୟ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଦେଶ ଉଦ୍ଦେଶ୍ୟରେ ଦେଇଥିବା ଅଭିଭାଷଣ ପରେ ପ୍ରତ୍ୟେକ ରାଜ୍ୟର କୋଣ ଅନୁକୋଣରେ ରକ୍ତଦାନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପାରଳାଖେମୁଣ୍ଡି ଠାରେ ମଧ୍ୟ ଏହି ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା 

ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ "ନିଫା" ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ବହୁ ସଂଖ୍ୟାରେ ଏବଂ ଆଗ୍ରହ ସହକାରେ ସହରର ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ରଛାତ୍ରୀ , ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଭିନ୍ନ ଅନୁଷ୍ଠାନର ଯୁବକ-ଯୁବତୀ ମାନେ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ "ନିଫା " ଅନୁଷ୍ଠାନ ପକ୍ଷରୁ ମାସ୍କ ବଣ୍ଟନ କରାଯାଇଥିଲା । 

ରକ୍ତଦାନ କାର୍ଯ୍ୟକ୍ରମକୁ ରକ୍ତଭଣ୍ଡାରର ଡାଃ ଏନ: ରବିବାବୁ ଏବଂ ଶ୍ରୀ ଖଗେଶ୍ବର ବେହେରା ଓ ତାଙ୍କ ଟିମ୍ ପରିଚାଳନା କରିଥିଲେ । 

ସମସ୍ତ କାର୍ଯ୍ୟକ୍ରମକୁ "ନିଫା"ର ସଭାନେତ୍ରୀ ଶ୍ରୀମତୀ ସ୍ନିଗ୍ଧା ମିଶ୍ର , ଆଦର୍ଶ ଦାସ , ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ , ଉପସଭାପତି ଶ୍ରୀ ରାମଚନ୍ଦ୍ର ମିଶ୍ରଙ୍କ ସମେତ ଶ୍ରୀ ରାଜେନ୍ଦ୍ର ରଥ , ଉପଦେଷ୍ଟା ଆଶାଲତା ପାଣିଗ୍ରାହୀ , ମୀନା କୁମାରୀ ଟହଲ , ଶ୍ରୀମତୀ ରଶ୍ମି ମିଶ୍ର , ସଙ୍ଗୀତା ପାତ୍ର , ଡି.ପ୍ରିୟଙ୍କା , ବିଷ୍ଣୁପ୍ରିୟା ମଣ୍ଡଳ ,  ଶ୍ରୀ ରଘୁନାଥ ପାତ୍ର , ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା , ମମତା ପାଢ଼ୀ , ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରଶିକ୍ଷିକା ଶ୍ରୀମତୀ ସୁଚିସ୍ମିତା ବଳ ,  ଅତନୁ ଦେବ ଏବଂ ଜୟ ଅଫ୍ ଗିଭିଙ୍ଗର ଶ୍ରୀ ନିହାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

0
0
0
s2sdefault